ଆପଣ ଜାଣନ୍ତି ଚାଣକ୍ୟ ବହୁ ଗୁଣି ଜ୍ଞାନୀ ଓ ବିଦ୍ବାନ ଥିଲେ | ଆଜି ବି
ବିଦ୍ୟାଳୟ ସ୍ତର ଠାରୁ ଆରମ୍ଭ କରି ମହା ବିଦ୍ୟାଳୟ ସ୍ତରରେ ଇତିହାସରେ ଚାଣକ୍ୟଙ୍କ ବିଷୟରେ ଆମେ
ପଢୁଛୁ | ଏହି ମହା ପଣ୍ଡିତ ଜଗତର ହିତ ପାଇଁ ବହୁ ସନ୍ଦେଶ ଓ ନୀତିବାଣୀ କହି ଯାଇଛନ୍ତି | ଆଜି
ଆମେ ତାଙ୍କ ଦ୍ବାରା କୁହାଯାଇ ଥିବା ଏକ ମାର୍ମିକ ପ୍ରସଙ୍ଗରେ ଉପସ୍ଥାପନ କରିବୁ ଯାହା ଆପଣଙ୍କର
ବହୁତ କାମରେ ଆସିବ |
ଚାଣକ୍ୟଙ୍କ ଅନୁସାରେ ଭୁଲ୍ ରେ ମଧ୍ୟ ଏହି ପ୍ରକାର ଲୋକଙ୍କୁ ଘରକୁ ଡାକନ୍ତୁ
ନାହିଁ ବା ସେମାନଙ୍କ ସହ କୌଣସି ସମ୍ପର୍କ ରଖନ୍ତୁ ନାହିଁ |
କୁହାଯାଏ ‘ସଂସାର ଭିତରେ ଘର କରିଥିଲେ ବନ୍ଧୁ ବାନ୍ଧବ ଙ୍କୁ ଲୋଡ଼ଇ’ ;ଅର୍ଥାତ
ସମାଜ ରେ ଯେହେତୁ ଆମେ ଘର କରି ସପରିବାର ବାସ କରୁଛେ , ଆମ ଇଛା ବା ଅନିଚ୍ଛା ସତ୍ୱେ ଅନେକ
ଲୋକଙ୍କ ସହ ବହୁ ବନ୍ଧୁ ବାନ୍ଧବର ସମ୍ପର୍କ ଗଢି ଉଠିଥାଏ I ସେମାନଙ୍କ ଭିତରୁ ଆମେ କିଛି ଜଣଙ୍କୁ
ପସନ୍ଦ କରୁ ତ ଆଉ କିଛି ଜଣଙ୍କୁ ଅପସନ୍ଦ କରିଥାଉ I କିନ୍ତୁ ସମାଜ ର ରୀତିନୀତି ଅନୁଯାଇ ଆମ ଇଛା
ନଥିଲେ ମଧ୍ୟ କେବେ କେବେ ଆମେ ଯେଉଁ ମାନଙ୍କୁ ଅପସନ୍ଦ କରୁ ତାଙ୍କୁ ଘରକୁ ଡାକିଥାଉ I କିନ୍ତୁ
ସଂସାର ରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଆମ ଘରକୁ ଡାକିବା ବା ତାଙ୍କ ସହ କୌଣସି
ସମ୍ପର୍କ ରଖିବା ଉଚିତ ନୁହେଁ I ଏମାନଙ୍କ ଠାରୁ ସର୍ବଦା ଆମ ପରିବାର ର ସଦସ୍ୟ ମାନଙ୍କୁ ଦୂରେଇ
ରଖିବା ଉଚିତ ନଚେତ ଆମର ହିଁ କ୍ଷତି ହେଇଥାଏ I ସେହି ବ୍ୟକ୍ତିଙ୍କ ବିଷୟରେ ନିମ୍ନରେ
ବର୍ଣିତ:-
୧-ଦୋହରା ଚରିତ୍ର ବ୍ୟକ୍ତି : ଅର୍ଥାତ ଯେଉଁମାନେ ଆପଣଙ୍କ ସାମ୍ନାରେ ଆପଣଙ୍କର
ପ୍ରଶଂସା କରିଥା’ନ୍ତି କିନ୍ତୁ ଆପଣଙ୍କ ପଛପଟେ ଅନ୍ୟ ଆଗରେ ଅଯଥାରେ ଆପଣଙ୍କ ନିନ୍ଦା କରିଥା’ନ୍ତି
I ଏ ପ୍ରକାର ଲୋକ ବହୁତ କ୍ଷତିକାରକ ଅଟନ୍ତି I ନିଜ ସ୍ୱାର୍ଥ ପାଇଁ ଏମାନେ ସବୁବେଳେ ସାମ୍ନାରେ
ଭଲେଇ ହୁଅନ୍ତି I ଏମାନଙ୍କୁ ଘରକୁ ଡାକିବା ଦ୍ୱାରା ନିଜର ହିଁ କ୍ଷତି ହେଇଥାଏ I
୨-ଚରିତ୍ରହୀନ ବ୍ୟକ୍ତି : କଥାରେ ଅଛି “ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର
ନଥିଲେ ସବୁ ଅସାର” I ଯେଉଁମାନଙ୍କର ଚରିତ୍ର ଠିକ ନାହିଁ ସେମାନଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ
|ଏମାନଙ୍କର ସବୁବେଳେ ପର ନାରୀଙ୍କ ଉପରେ କୁନଜର ରହିଥାଏ I
୩-ଦୁଷ୍ଟ ବ୍ୟକ୍ତି : ଯେଉଁମାନେ ସର୍ବଦା କୁକାର୍ଯ୍ୟ ବା ଅନ୍ୟାୟ, ଅନୀତି କରି
ଥା’ନ୍ତି , ସର୍ବଦା ଅନ୍ୟର ଅମଙ୍ଗଳ ଚାହିଁଥାନ୍ତି , ଚୋରି ଡକାୟତି ରେ ଲିପ୍ତ ଥା’ନ୍ତି
ଏମାନଙ୍କୁ ନିଜ ଘରକୁ କଦାପି ଡାକନ୍ତୁ ନାହିଁ I
୪-ନୀଚ ବ୍ୟକ୍ତି : ଯେଉଁମାନେ ଅଶିକ୍ଷିତ ଅଭଦ୍ର ଓ ଅସଭ୍ୟ ହୋଇଥା’ନ୍ତି ;
ସଂସ୍କାର ,ଶିଷ୍ଟାଚାର ଜଣା ନଥାଏ ସେମାନଙ୍କୁ ଘରକୁ ଡାକନ୍ତୁ ନାହିଁ I
୫-ଆପଣଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି : ଯେଉଁମାନେ ବିନା କାରଣ ରେ ଅନ୍ୟକୁ କଷ୍ଟ
ଦେଇ ଖୁସି ଅନୁଭବ କରୁଥାନ୍ତି ,ଅନ୍ୟକୁ ଛଳନା , ପ୍ରତାରଣା କରିଥା’ନ୍ତି ସେମାନଙ୍କ ଠାରୁ ନିଜ
ପରିବାର କୁ ଦୂରେଇ ରଖନ୍ତୁ I
ଆମେ ଆଗକୁ ମଧ୍ୟ ଏପରି ନିତୀବାଣୀ ସମ୍ବନ୍ଧିତ ପୋଷ୍ଟ ଆପଣଙ୍କ ପାଇଁ କରିବୁ |
ଆମ ପେଜ୍ ସମ୍ପର୍କରେ ରହି ନିଜକୁ ଅପଡେଟ୍ ରଖନ୍ତୁ |
ଚାଣକ୍ୟଙ୍କ ମତ ଅନୁସାରେ ଏହି ପ୍ରକାର ବ୍ୟକ୍ତିଙ୍କୁ ଭୁଲରେ ମଧ୍ୟ ଘରକୁ ଡାକନ୍ତୁ ନାହିଁ |

According to Chanakya, don't call such a person home by mistake
0 Comments