ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ମତ ଅନୁସାରେ ଭୁଲରେ ବି କୁହନ୍ତୁ ନାହିଁ ଅନ୍ୟକୁ ନିଜର ଏହି ୯ଟି କଥା


1020
Guru Sukracharjyankara 9Ti Bachana
Guru Sukracharjyankara 9Ti Bachana

ହିନ୍ଦୁ ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭୃଗୁ ମୁନି ଓ କାବ୍ୟମାତାଙ୍କର ପୁତ୍ର ତଥା ଦୈତ୍ୟ ବା ଅସୁରମାନଙ୍କ ଗୁରୁ ଓ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ | ନିଜର ଅସୀମ ଜ୍ଞାନ ପାଇଁ ପୁରାଣ ଶାସ୍ତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି | ଶୁକ୍ରାଚାର୍ଯ୍ୟ ମାନବ ସମାଜକୁ ୯ ଟି ବିଷୟରେ ଏପରି କଥା କହିଛନ୍ତି ଯାହାକୁ ସବୁବେଳେ ଅନ୍ୟ ଲୋକଙ୍କ ଠାରୁ ଲୁଚାଇ ରଖିବା ଉଚିତ । ଯଦି ଆପଣଙ୍କର ଏହି କଥା ଅନ୍ୟ ଲୋକମାନଙ୍କୁ ଜଣା ପଡିଯିବ ତେବେ ଏହା ଆପଣଙ୍କ ପାଇଁ ଅସୁବିଧାକୁ ଆମନ୍ତ୍ରିତ କରିଥାଏ ।
ଆସନ୍ତୁ ଜାଣିବା ଏହି ୯ଟି ବିଷୟ କ’ଣ ?
୧•ବୟସ:- ବ୍ୟକ୍ତି କୁ ନିଜର ବୟସ ବିଷୟରେ କାହାକୁ କହିବା ଉଚିତ ନୁହେଁ । ଏହାକୁ ସର୍ବଦା ପର ଠାରୁ ଗୁପ୍ତ ରଖିବା ଦରକାର ।
୨•ଧନ ସମ୍ପତ୍ତି:- ଆପଣ ନିଜର ଧନ-ସମ୍ପତ୍ତି ଓ ଟଙ୍କା-ପଇସା ବିଷୟରେ ବି କୌଣସି ବ୍ୟକ୍ତିଙ୍କୁ କହିବା ଉଚିତ ନୁହେଁ । ଟଙ୍କା ଏମିତି ଏକ ଜିନିଷ ଅଟେ ଯାହାକି ମିତ୍ରକୁ ମଧ୍ୟ ଶତ୍ରୁ ବନାଇ ଦେଇ ଥାଏ ।
୩•ଶାରୀରିକ ସମ୍ବନ୍ଧ :- କୌଣସି ସ୍ଵାମୀ – ସ୍ତ୍ରୀ ମଧ୍ୟରେ ବହୁତ ଗୁପ୍ତ କଥା ଥାଏ । ଯେତେବେଳ ଏହି ଗୁପ୍ତ କଥା ଅନ୍ୟ ଲୋକଙ୍କୁ ଜଣା ପଡେ ତେବେ ସେହି ଦମ୍ପତିଙ୍କ ପାଇଁ ଏହା ବହୁତ ଅସୁବିଧା ଏବଂ ଲଜ୍ୟା ର କଥା ହୋଇ ଥାଏ । ସେଥିପାଇଁ ପତି-ପତ୍ନୀ ନିଜର ଗୁପ୍ତ କଥାକୁ ସବୁବେଳେ ଅନ୍ୟ ଠାରୁ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
୪•ଘର ର କଥା:-  ଆମ ମଧ୍ୟରେ କେତେକ ଲୋକ ନିଜ ଘରର କଥା ନିଜ ସାଙ୍ଗମାନଙ୍କୁ ଏବଂ ଅନ୍ୟ ଲୋକମାନଙ୍କୁ କହି ଦିଅନ୍ତ । ପରେ ସେମାନେ ସେହି ଲୋକଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେଥିପାଇଁ ଘରର ଯେକୌଣସି ପ୍ରକାର କଥା କାହା ସାମ୍ନାରେ କହିବା ଉଚିତ ନୁହେଁ ।
୫•ଡାକ୍ତରଙ୍କ ସହ ହୋଇଥିବା ରୋଗ ସମ୍ବନ୍ଧୀୟ ଗୁପ୍ତ କଥା:- ଡାକ୍ତରଙ୍କ ସହ ଆପଣଙ୍କର ହେଇଥିବା କୌଣସି ବି ବ୍ୟକ୍ତିଗତ କଥା କାହାକୁ ବି କହିବା କଥା ନୁହେଁ ।
୬•ଦାନ:- ଏମିତି କୁହାଯାଏ ଯେ ଦାନ ,ଧର୍ମ ର କଥା ସର୍ବଦା ଗୁପ୍ତ ରଖିବା ଦ୍ଵାରା ହିଁ ତାହର ସୁଫଳ ମିଳିଥାଏ । ଯେଉଁ ବ୍ୟକ୍ତି ଲୋକମାନଙ୍କ ମଧ୍ୟରେ ନିଜକୁ ବଡ ଦେଖାଇବା ପାଇଁ ସମସ୍ତଙ୍କ ସାମନ୍ନାରେ ଦାନ କରନ୍ତି, ବା ଦାନ କରିଥିବା ବିଷୟରେ ଆତ୍ମବଡିମା ଓ ଅହଂ ଭାବ ଦେଖାଇ ପ୍ରଶଂସା ଆଶାରେ କହି ବୁଲନ୍ତି, ତେବେ ତାଙ୍କ ଦାନ କେବେ ବି ସାର୍ଥକ ହୋଇ ନ ଥାଏ |
୭•ମନ୍ତ୍ର:- ଆପଣ ଭଗବାନଙ୍କ ଆଶିଷ ଓ କୃପା ଲାଭ ପାଇଁ ଯେଉଁ ମନ୍ତ୍ର ର ଜପ କରୁଛନ୍ତି, ତାହା ବିଷୟରେ ମଧ୍ୟ କାହାକୁ ବି କହିବା ଉଚିତ ନୁହେଁ ।
୮•ମାନ ସମ୍ମାନ:- ନିଜର ମାନସମ୍ମାନକୁ କାହା ଆଗରେ ଦେଖାଇ ହେବା କଥା ନୁହେଁ । ଏହି କାମ ସଂକୀର୍ଣମନା ଲୋକମାନେ ହିଁ କରନ୍ତି । ଏପରି କରିବା ଦ୍ଵାରା ଲୋକମାନେ ଆପଣଙ୍କ ଉପରେ ମନେମନେ ବିରକ୍ତ ହୋଇ ଯାଆନ୍ତି ଓ ଯାହାର ନକରାତ୍ମକ ପ୍ରଭାବ ସିଧା ଆପଣଙ୍କ ମାନ ସମ୍ମାନ ଉପରେ ପଡିଥାଏ | ଫଳରେ ଆପଣଙ୍କ ମାନ ହାନୀ ହୋଇଥାଏ |
୯- ଅପମାନ:- ନିଜର ମାନ,ସମ୍ମାନ ଭଳି ଲୋକଙ୍କୁ ନିଜର ଅପମାନ ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ । ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିବା ଦ୍ଵାରା ସେମାନଙ୍କ ମଧ୍ୟରୁ କେହି କେହି ଏହାର ଫାଇଦା ଉଠାଇ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରି ଥା’ନ୍ତି । 
ଶୁକ୍ରାଚାର୍ୟଙ୍କ ଅନୁସାରେ ମୁଖ୍ୟତଃ ନିଜର ଏହି ୯ ଟି କଥା ବିଷୟରେ  ସବୁବେଳେ ଅନ୍ୟ ଲୋକଙ୍କ ଠାରୁ ଲୁଚାଇ ରଖିବା ଉଚିତ । କାରଣ ଏସବୁ କଥା ଜାଣିଲେ ହୁଏତ ଅନ୍ୟ ଲୋକମାନେ ଆପଣଙ୍କର କ୍ଷତି କରିବେ, ଆପଣଙ୍କ ପ୍ରତି ଅସହିଷ୍ଣୁ ଓ ଇର୍ଷାପରାୟଣ ହେବେ ବା ଆପଣଙ୍କ ମାନହାନୀ କରିବାକୁ ପ୍ରୟାସ କରିବେ |   ଆମ ଠାରୁ ଆଗକୁ ଏପରି ଉପାଦେୟ ତଥ୍ୟ ପାଇବା ପାଇଁ ଆମ ପେଜ ସହ ଯୋଡି ହୋଇ ରହନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format