“Advanced Ion Radiotherapy” with advanced Japanese technology will cure cancer and tumors in India at a very low cost!


909
According to the scriptures of Tulsi Das, 4 mantras of success ...
According to the scriptures of Tulsi Das, 4 mantras of success ...

ଆପଣ ତ ଜାଣନ୍ତି କ୍ୟାନସର୍ ବା କର୍କଟ ରୋଗ ଏକ ମାରାତ୍ମକ ଓ ପ୍ରାଣଘାତକ ରୋଗ ଅଟେ | ଏହି ରୋଗର ନାଁ ଶୁଣୁ ଶୁଣୁ ମନରେ ଆତଙ୍କ ଖେଳିଯାଏ | ଏହି ରୋଗରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ସାରା ବିଶ୍ବରେ ଉପଯୁକ୍ତ ଚିକିସ୍ଛା ଅଭାବରୁ ମୃତ୍ୟୁବରଣ କରୁଛନ୍ତି | କିନ୍ତୁ ଡାକ୍ତରମାନଙ୍କ କହିବା ଅନୁସାରେ କ୍ୟାନସର ରୋଗକୁ ଠିକ୍ ଭାବେ ଚିହ୍ନି ପ୍ରାରମ୍ଭିକ ଅବସ୍ଥାରେ ଏହାର ଉପଯୁକ୍ତ ଚିକତ୍ସା କରାଯାଇ ପାରିଲେ ଏଥିରୁ ସମ୍ପୂର୍ଣ ଆରୋଗ୍ୟ ଲାଭ କରିବା ସମ୍ଭବ |
ଆମ ଦେଶରେ ଅନେକ କ୍ୟାନସର ରୋଗୀ ଠିକ ସମୟରେ ରୋଗ ଚିହ୍ନଟ କରାଇ ନପାରି ମୃତ୍ୟୁବରଣ କରିବା ସହ କେତେକ ରୋଗୀ ଉପଯୁକ୍ତ ଚିକତ୍ସାର ଅଭାବରୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି | ଆଉ ମାତ୍ର ଅଳ୍ପ କିଛି ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକ ଯେଉଁ ମାନଙ୍କର ପଇସା ପତ୍ର ର କୌଣସି ଅସୁବିଧା ନାହିଁ ସେମାନେ ବିଦେଶ ଯାଇ ଉନ୍ନତ ଟେକ୍ନୋଲୋଜିସମ୍ପର୍ଣ ଚିକତ୍ସା ଦ୍ବାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆରୋଗ୍ୟ ଲାଭ କରିପାରିବାକୁ ସମର୍ଥ ହେଉଛନ୍ତି | କିନ୍ତୁ ସବୁ କ୍ୟାନସର ରୋଗୀ ଲକ୍ଷ ଲକ୍ଷ ଟଙ୍କା ନିଜ ଚିକତ୍ସା ପାଇଁ ପାଣି ପରି ବୁହାଇ ଦେବାକୁ ଅସମର୍ଥ | ତେଣୁ ଏପରି କେତେକ କାରଣ ପାଇଁ ପ୍ରତି ବର୍ଷ ଅନେକ କ୍ୟାନସର ରୋଗୀ କଷ୍ଟ ଯନ୍ତ୍ରଣା ପାଇ ମୃତ୍ୟୁବରଣ କରୁଛନ୍ତି |
ଆପଣଙ୍କ ସୂଚନା ପାଇଁ ଜଣାଇ ଦେବାକୁ ଚାହୁଁ ଯେ, ଆମ ଦେଶ ଭାରତର ‘ନ୍ୟାସନାଲ କ୍ୟାନ୍ସର ସଂସ୍ଥା’ ଖୁବ ଶୀଘ୍ର ଜାପାନୀ ଟେକ୍ନୋଲୋଜି ଅନୁସାରେ କ୍ୟାନ୍ସର ରୋଗ ର ଚିକିତ୍ସା କରିବ ଏବଂ ବିନା କୌଣସି ଅସ୍ତ୍ରୋପଚାରରେ ଏହି କ୍ୟାନ୍ସର ରୋଗୀଙ୍କର ଚିକିତ୍ସା ହୋଇ ପାରିବ | ୨୦୨୧ ମସିହା ପର୍ଯ୍ୟନ୍ତ ହରିୟାନାର ବାଢସା ରେ ଥିବା ନ୍ୟାସନାଲ କ୍ୟାନ୍ସର ସଂସ୍ଥାରେ ଏହି ଟେକ୍ନୋଲୋଜି ଆସିବାକୁ ଯାଉଛି | ଏହି ଟେକ୍ନୋଲୋଜି ବର୍ତ୍ତମାନ କେବଳ ଆମେରିକାରେ ହିଁ ଉପଲବ୍ଧ ରହିଛି |
ଏବେ ଆସନ୍ତୁ ଜାଣିବା ଏହି ଟେକ୍ନୋଲୋଜି ବିଷୟରେ:-
ଏହି ଟେକ୍ନୋଲୋଜି ର ନାମ ହେଉଛି “ହେବି ଆୟନ ରେଡ଼ିଓଥେରାପି” ଓ ଏହା ଏକ ‘ପ୍ରୋଟିନ ଥେରାପି’ ଅଟେ | ଏହି ଟେକ୍ନୋଲୋଜି ଅନୁସାରେ କ୍ୟାନ୍ସର ରୋଗୀଙ୍କର ଟ୍ୟୁମର ବିନା ଅସ୍ତ୍ରୋପଚାର ରେ ଭଲ କରି ହେବ | ଏହା ବହୁତ ଆଡ଼ଭାନ୍ସ ଟେକ୍ନୋଲୋଜି ଅଟେ | ଏହି ହେବି ଆୟନ ରେଡ଼ିଓ ଥେରାପି ଦ୍ୱାରା ବିନା ଅସ୍ତ୍ରୋପଚାର ରେ ହିଁ କ୍ୟାନ୍ସର ରୋଗ ର ଟ୍ୟୁମର ଭଲ ହୋଇ ଥାଏ ଏବଂ ଏହି ଟେକ୍ନୋଲୋଜି ସହାୟତାରେ କ୍ୟାନ୍ସର ରୋଗୀ ପାଞ୍ଚ ସପ୍ତାହରେ ହିଁ ସମ୍ପୂର୍ଣ ସୁସ୍ଥ ହୋଇ ଯିବେ | ୨୦୨୧ ଶେଷ ସୁଦ୍ଧା ଏହି ଟେକ୍ନୋଲୋଜି ଭାରତରେ ଉପଲବ୍ଧ ହେବ ବୋଲି ବିଶେଷ ସୁତ୍ରରୁ ସୂଚନା ପ୍ରାପ୍ତ |
ଆମ ଦେଶରେ ‘ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥା’ (N.C.I) ରେ ଏହି    “ହେବି ଆୟନ ରେଡ଼ିଓଥେରାପି” ଟେକ୍ନୋଲୋଜି ଆସିବା ଦ୍ୱାରା ଆମ ଦେଶର ନାମ ସାରା ଦୁନିଆ ରେ ଆହୁରି ଅଧିକ ପ୍ରସିଦ୍ଧ ହେବ | ଭାରତରେ ଏହି ଟେକ୍ନୋଲୋଜିର ସୁବିଧା ଉପଲବ୍ଧ ହେଲେ ଆଉ କୌଣସି କ୍ୟାନ୍ସର ରୋଗୀଙ୍କୁ ଚିକତ୍ସା ପାଇଁ ବିଦେଶ ଯିବାକୁ ପଡିବ ନାହିଁ | ସବୁ ପ୍ରକାରର ସୁବିଧା ଭାରତ ରେ ହିଁ  ମିଳିପାରିବ |
‘ନ୍ୟାସନାଲ କ୍ୟାନ୍ସର ସଂସ୍ଥା’ ର ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦି କରି ସାରିଛନ୍ତି | ନ୍ୟାସନାଲ କ୍ୟାନ୍ସର ସଂସ୍ଥାରେ ପ୍ରତ୍ୟେକ ଦିନ ପ୍ରାୟ ୬୦ ଜଣ କ୍ୟାନ୍ସର ରୋଗୀ ଚିକତ୍ସା ପାଇଁ ରେଜିଷ୍ଟ୍ରେସନ ମଧ୍ୟ କରୁଛନ୍ତି | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହସ୍ପିଟାଲରେ ଅପରେସନର ସୁବିଧା ଆରମ୍ଭ ହୋଇନାହିଁ | ତେଣୁ ଏହି ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଦିଲ୍ଲୀ ଏମସ ହସ୍ପିଟାଲ ପଠା ଯାଉଛି | ଏହି ହସ୍ପିଟାଲର ନିର୍ମାଣ ଓ ଏଠାରେ ବ୍ୟବହାର ହେବାକୁ ଯାଉଥିବା ମେସିନ ଗୁଡିକର ମୂଲ୍ୟ ମିଶାଇ ପ୍ରାୟ ୨୦୩୫ କୋଟି ଟଙ୍କା ହେବ ବୋଲି ଆକଳନ କରା ଯାଉଛି | ଏହି ହସ୍ପିଟାଲ ଦିଲ୍ଲୀ ରେ ଥିବା ଏମସ ପରି ବହୁତ ବଡ଼ ହସ୍ପିଟାଲ ହେବାକୁ ଯାଉଛି | ଏହି ହସ୍ପିଟାଲର ଆରମ୍ଭ ହରିୟାଣା , ପଞ୍ଜାବ , ହିମାଞ୍ଚଳ ପ୍ରଦେଶ ପରି ରାଜ୍ୟରେ ହେବ ଓ ପ୍ରାରମ୍ଭିକ ଅବସ୍ଥାରେ  ୫୦ଟି ବେଡ଼ର ବ୍ୟବସ୍ଥା କରାଯିବାର ଯୋଜନା ରହିଛି ଯାହାକୁ ପରେ ଧୀରେ ଧୀରେ ୪୦୦ ବେଡ୍ କୁ ବୃଦ୍ଧି କରାଯିବ | ଏହି ହସ୍ପିଟାଲରେ ଚିକତ୍ସା ପାଇଁ ଭର୍ତ୍ତି ହେବାକୁ ରୋଗୀଙ୍କୁ ମାତ୍ର ୧୦ ଟଙ୍କା ଫିସ ଦେବାକୁ ହେବ |
ପରବର୍ତ୍ତୀ ଅପଡେଟ୍ ପାଇଁ ଆମ ପେଜ ସମ୍ପର୍କରେ ରହ ଥା’ନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format