ଆପଣ ନିଜ ବାଡି ବଗିଚାରେ ଭୃସଙ୍ଗ ଗଛ ଦେଖିଥିବେ | ଏହା ପ୍ରାୟ ଆମ ସମସ୍ତଙ୍କ
ବାଡି ବଗିଚାରେ ଥାଏ | କାରଣ ଏହାର ପତ୍ରକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ ଯାହା
ଖାଦ୍ୟର ସ୍ବାଦ ବଢାଇବା ସହ ଖାଦ୍ୟକୁ ଏକ ସ୍ବତନ୍ତ୍ର ବାସ୍ନା ଦେଉ ଥାଏ | ସେ ଡାଲି ଛୁଙ୍କ କରିବା
ହେଉ ବା ଚଟଣି ପ୍ରସ୍ତୁତ କରିବା ଅଥବା ଦହିବରା, ପକୁଡି, ଚାଟ୍,କଡି, ଢୋକଲା, ଉପମା ଓ ପୋହା ଆଦି
ଖାଦ୍ୟ ପ୍ରସ୍ତୁତ କରିବା; ସବୁଥିରେ ଏହି ପତ୍ର ବ୍ୟବହାର ଆମେ କରି ଥାଉ | ବିଶେଷ କରି ଦକ୍ଷିଣ
ଭାରତୀୟ ମାନେ ଉଭୟ ଆମିଷ ଓ ନିରାମିଷ ସବୁ ପ୍ରକାର ବ୍ୟଞ୍ଜନରେ ଭୃସଙ୍ଗପତ୍ରର ବ୍ୟବହାର ସାଧାରଣ
ଭାବେ କରିଥା’ନ୍ତି |
ତେବେ ଭୃସଙ୍ଗ ପତ୍ର ଯେ କେବଳ ଖାଦ୍ୟକୁ ସୁଆଦିଆ ଓ ସୁଗନ୍ଧଯୁକ୍ତ କରିଥାଏ, ତାହା
ନୁହେଁ ବରଂ ଏହାର ଆଉ ଅନେକ ଉପକାରୀତା ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ
ଚାହିଁବୁ |ଭୃସଙ୍ଗ ପତ୍ର ଖାଦ୍ୟର ସ୍ୱାଦ ବଢାଇବା ସହ ଏକ ଆୟୁରବେର୍ଦିକ ଔଷଧ ହିସାବରେ ମଧ୍ୟ
କାର୍ଯ୍ୟ କରିଥାଏ | ବହୁତ ଲୋକଙ୍କୁ ହୁଏତ ଏହି କଥା ଜଣା ନଥିବ ଯେ ଭୃସଙ୍ଗପତ୍ରର ବ୍ୟବହାର
ପ୍ରାଚୀନ କାଳରେ ଆର୍ୟୁରବେଦିକ ଔଷଧ ବନାଇବାରେ ଉପଯୋଗ ହେଉଥିଲା । ଆଜି କାଲି ଏହି ଭୃସଙ୍ଗପତ୍ରର
ବ୍ୟବହାରରେ ନାନାଦି ପ୍ରକାରର ରୋଗରୁ ଉପଶମ ମିଳି ପାରିବା ପାଇଁ ମଧ୍ୟ କେହି କେହି ବ୍ୟବହାର
କରନ୍ତି | ଯେପରିକି:-
•ସକାଳ ସମୟରେ ଭୃସଙ୍ଗପତ୍ରକୁ ଅଳ୍ପ କିଛି ନଖ ଉଷୁମ ପାଣିରେ ସେବନ କଲେ ପେଟ
ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯାଇ ଥାଏ |
•ଏହା ମଧ୍ୟ କୋଷ୍ଠକାଠିନ୍ୟ ଠାରୁ ନେଇ ପେଟରେ ହେଉଥିବା ଗ୍ୟାସ ଜନିତ
ସମସ୍ୟାମାନଙ୍କରୁ ମୁକ୍ତି ଦେଇ ଥାଏ | ଭୃସଙ୍ଗପତ୍ରରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ତିଫଙ୍ଗଲ ଓ ଆଣ୍ଟି
ବାକ୍ଟେରିଆଲ୍ ଗୁଣ ବିଦ୍ୟମାନ ଥିବାରୁ ଏହା ଆପଣଙ୍କ ଚର୍ମଜନିତ ସମସ୍ୟାର ରାମବାଣ ଚିକିତ୍ସା
ଅଟେ| ମୁହଁରେ ହେଉଥିବା କଳାଦାଗକୁ ଦୂର କରିବା ପାଇଁ ଆପଣ ଭୃସଙ୍ଗପତ୍ରକୁ ପେଷିକରି ସେହି ଜାଗାରେ
ଲଗାଇଲେ କଳାଦାଗର ସମସ୍ୟା ଦୂର ହୋଇଯିବ ।
•ସବୁଦିନ ସକାଳୁ ଖାଲି ପେଟରେ ୫-୬ଟି ଭୃସଙ୍ଗ ପତ୍ରକୁ ଚୋବାଇ କରି ଖାଇ ଗୋଟେ
ଗ୍ଲାସ ନଖ ଉଷୁମ ପାଣି ପିଇଲେ ଆଖି ସୁସ୍ଥ ରହି ଥାଏ । ଆପଣଙ୍କ ସୂଚନା ପାଇଁ ଜଣାଇ ଦେବାକୁ ଚାହୁଁ
ଯେ, ଏହି ଭୃସଙ୍ଗପତ୍ରରୁ ଅତ୍ୟଧିକ ମାତ୍ରାରେ ଭିଟାମିନ୍-ଏ ମିଳିଥାଏ । ତେଣୁ ଦୃଷ୍ଟି ଶକ୍ତି
ବଢାଇବା ପାଇଁ ଏହା ବହୁତ ସହାୟକ ହୋଇଥାଏ | ଏହାର ସେବନରେ ନାଇଟ୍ ବ୍ଲାଇଣ୍ତନେସ୍ ରୁ ମଧ୍ୟ
ମୁକ୍ତି ମିଳିଥାଏ |ତେଣୁ ଭୃସଙ୍ଗପତ୍ର ଶରୀର ପାଇଁ ବହୁତ ଲାଭକାରୀ |
•ଯଦି ଆପଣଙ୍କର ଶରୀର ବହୁତ ମୋଟା ତେବେ ସକାଳେ ୧୨-୧୫ ଟା ଭୃସଙ୍ଗପତ୍ରକୁ ଗୋଟେ
ଗ୍ଲାସ ପାଣିରେ ଗରମ କରି ସେଥିରେ ମହୁ କିମ୍ବା ଲେମ୍ବୁ ରସ ମିଶାଇ ପିଅନ୍ତୁ | ଏହି ପାନୀୟ
ଆପଣଙ୍କ ଓଜନ କମାଇବାରେ କାମ କରିଥାଏ | ଏହା ଛଡା ଭୃସଙ୍ଗପତ୍ରର ବ୍ୟବହାର ଆପଣଙ୍କ ବାଳକୁ ମଜବୁତ
କରିଥାଏ ଓ ତାକୁ ଧଳା ହେବାରୁ ସୁରକ୍ଷା ଦେଇଥାଏ | ଭୃସଙ୍ଗପତ୍ରକୁ ସୁଖାଇ ଏହାର ଚୁର୍ଣ୍ଣ ନଡିଆ
ତେଲରେ ମିଶାଇ ବାଳରେ ଲଗାଇବା ଦ୍ବାରା ବାଳ ମସୃଣ ଓ ଚମକଦାର ହୋଇଥାଏ | ଏହା ସହ ବାଳରେ ହେଉଥିବା
ରୂପିରୁ ମଧ୍ୟ ମୁକ୍ତି ମିଳିଥାଏ |
ତେଣୁ ଭୃସଙ୍ଗପତ୍ର ବ୍ୟବହାର ଆପଣଙ୍କ ଶରୀରର ଅନେକ ପ୍ରକାର ସମସ୍ୟା ସମାଧାନ
କରିବାରେ ସମର୍ଥ ଅଟେ ।
ଏପରି ସ୍ବାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜ୍ ସମ୍ପର୍କରେ ରହିଥା’ନ୍ତୁ |
ଭୃସଙ୍ଗ ପତ୍ରରୁ ମିଳିଥାଏ ଏହି ସବୁ ଆଶ୍ଚର୍ଯ୍ୟଜନକ ଫାଇଦା

All these amazing benefits of curry leaf
0 Comments