ଶୀତ ଦିନେ କାଶ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପଚାର


955
Do this home remedy to get rid of coughs and colds in winter, Now there are winter waves all around
Do this home remedy to get rid of coughs and colds in winter, Now there are winter waves all around

ଏହି ଶୀତ ଋତୁରେ ବାୟୁମଣ୍ଡଳର ନିମ୍ନ ତାପମାତ୍ରା ହେତୁ ଥଣ୍ଡା ଅନୁଭୁତ ହୋଇଥାଏ| ବାୟୁମଣ୍ଡଳର ଏହି ଜଳବାୟୁ ପରିବର୍ତ୍ତନ କାରଣରୁ ଆମେ ମୁଖ୍ୟତଃ ଥଣ୍ଡା,ଜ୍ବର,କାଶ,ଗଳା ସଂକ୍ରମଣ ପରି ନାନା ସର୍ଦ୍ଦିଜନିତ ସମସ୍ୟା ଭୋଗ କରୁ। ଆଉ ଏଥିରୁ ରକ୍ଷା ପାଇବା ପାଇଁ କେବେ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତ ପୁଣି କେବେ ଔଷଧ ଦୋକାନୀକୁ ପଚାରି ମୁଖ୍ୟତଃ ଏଲୋପ୍ୟାଥିକ ଔଷଧ ସେବନ କରୁ ଯାହାର ପାର୍ଶ୍ବପ୍ରତିକ୍ରିୟା ଆମ ଶରୀରରେ ଅନେକ କ୍ଷତି କରିଥାଏ |ଆଉ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ପୁଣି ଶାରୀରିକ ଅସୁସ୍ଥତା କଷ୍ଟରୁ ତୁରନ୍ତ ଆରାମ ପାଇଁ ଏଲୋପ୍ୟାଥିକ ଔଷଧ ଉପରେ ଏତେ ନିର୍ଭରଶୀଳ ହୋଇଗଲୁଣି ଯେ କୌଣସି ପାର୍ଶ୍ବପ୍ରତିକ୍ରିୟାବିହୀନ ଘରୋଇ ଉପଚାର ପାଇଁ ଆମ ପାଖରେ ନା ଧୈର୍ଯ୍ୟ ଅଛି ନା ଅଛି ସମୟ |ଆପଣମାନେ ଜାଣନ୍ତି ଯେ ପ୍ରାଚୀନ କାଳରେ ଲୋକମାନେ ଗଛ ପତ୍ର,ଚେର,ଫୁଲ, ବଳ୍କଳ ଆଦିରେ ନିହିତ ଥିବା ଔଷଧୀୟ ଗୁଣକୁ କୌଣସି ରୋଗରୁ ଆରୋଗ୍ୟ ଲାଭ ପାଇଁ ବ୍ୟବହାର କରୁଥିଲେ | ଆଉ ଏବେ ବିଜ୍ଞାନର ବିକାଶ ଫଳରେ ଆମେ ପ୍ରାକୃତିକ ଦ୍ରବ୍ୟର ଉପଯୋଗକୁ ଦିନକୁ ଦିନ କମ କରି ଚାଲିଛେ|  କିନ୍ତୁ ଧୈର୍ଯ୍ୟ ଓ ବିଶ୍ବାସ ସହକାରେ ଆମେ ଏବେ ମଧ୍ୟ ଘରୋଇ ଉପଚାର ମାଧ୍ୟମରେ ସୁସ୍ଥ ଓ ଆରୋଗ୍ୟ ଲାଭ କରି ପାରିବା | ଆମେ ଏଠାରେ ଆପଣଙ୍କୁ ଥଣ୍ଡାଜନିତ ସମସ୍ୟାର କେତୋଟି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ। ୧. ସର୍ଦ୍ଦିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ର ,ଅଦା ଓ ମହୁର ମିଶ୍ରଣ ଏକ ଅବ୍ୟର୍ଥ ପ୍ରାକୃତିକ ଔଷଧ। ଏହାକୁ ପ୍ରସ୍ତୁତ କରିବା ପାଇଁ ତୁଳସୀ ପତ୍ର,ଅଦା ଓ ମହୁ ଆବଶ୍ୟକ| ୧୦-୧୨ଟିତୁଳସୀ ପତ୍ର ଓ ଏକ ଇଞ୍ଚ ଲମ୍ବର ଅଦା ଖଣ୍ଡରୁ ରସ ବାହାର କରି ସେଥିରେ ୧ଚାମଚ ମହୁ ମିଶାଇ ସକାଳେଓ ସଂଦ୍ଧ୍ୟାରେ କିଛିଦିନ ସେବନ କରନ୍ତୁ| ୨. ଏକ ଗ୍ଲାସ ଉଷୁମ କ୍ଷୀରରେ ଚାମଚେ ହଳଦୀ ଗୁଣ୍ଡ ମିଶାଇ ରାତିରେ ଶୋଇବା ପୁର୍ବରୁ ଗରମ ଗରମ ପିଇବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିଥାଏ। ୩. ଥଣ୍ଡା ହେଉଥିଲେ ପ୍ରତ୍ୟେକ ଦିନ ଦୁଇରୁ ତିନି ଥର ୫-୬ଟି ଗୋଲମରିଚର ଗୁଣ୍ଡ ଉଷୁମ ପାଣିରେ ପିଇବା ଦ୍ବାରା ଥଣ୍ଡା ଓ କଫ ରୁ ମୁକ୍ତି ମିଳିଥାଏ। ୪. ରାତିରେ ଶୋଇବା ପୂର୍ବରୁ ଓ ଦିନରେ ଗାଧୋଇବା ପୂର୍ବରୁ ସୋରିଷ ତେଲକୁ ନଖ ଉଷୁମ କରି ଦୁଇ ତିନି ବୁନ୍ଦା ନାଭିରେ ଲଗାନ୍ତୁ ଓ ତଳି ପାଦରେ ମାଲିସ କରନ୍ତୁ|  ଏହା ଆପଣଙ୍କୁ ନିଶ୍ଚୟ ଆରାମ ଦେବ। ୫. ଗୋଲମରିଚ,ପିପ୍ପଳୀ,ସୁଣ୍ଠି ଓ ଜାଇଫଳକୁ ସମ ପରିମାଣରେ ନେଇ ଗୁଣ୍ଡ କରି ପ୍ରତିଦିନ ସକାଳେ ଅଧ ଚାମଚେ ଲେଖାଏଁ ଉଷୁମ ପାଣିରେ ପିଇବା ଦ୍ବାରା ଥଣ୍ଡା କାଶ ଭଲ ହୋଇଥାଏ। ୬. ପାନ ପତ୍ର ସହ ୩-୪ଟି ଲବଙ୍ଗ ଚୋବାଇ କିଛିଦିନ ପର୍ଯ୍ୟନ୍ତ ନିୟମିତ ଖାଇଲେ ଥଣ୍ଡା ଭଲ ହେବା ସହ କଫ ନାଶ ହୋଇଥାଏ| ୭.ଥଣ୍ଡା ପାଇଁ ରସୁଣ ଖୁବ୍ ଉପକାରୀ। ୩ ରୁ ୪ ପାଖୁଡା ରସୁଣକୁ କଞ୍ଚା ହେଉ ଅଥବା ସୋରିଷ ତେଲ ବା ଗୁଆ ଘିଅରେ ଭାଜି ଖାଲି ପେଟରେ ଖାଇବା ଦ୍ବାରା ଥଣ୍ଡା ଓ କାଶ ସମସ୍ୟାରୁ ମୁକ୍ତି ମିଳେ| ୮.ସକାଳୁ ଖାଲି ପେଟରେ ଗୋଟିଏ ଅଳେଇଚ ଉଷୁମ ପାଣିରେ କିଛିଦିନ ପର୍ଯ୍ୟନ୍ତ ନିୟମିତ ଚୋବାଇ ଖାଇବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳେ|


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format