ମା ସରସ୍ୱତୀଙ୍କୁ ପୂଜା କରି ବସନ୍ତ ପଞ୍ଚମୀ ଦିନରେ ଏହା କରନ୍ତୁ!


935
Bsanta Panchami
Bsanta Panchami

ଜ୍ଞାନ, ବୁଦ୍ଧି,ସଙ୍ଗୀତ, କଳା, ନୃତ୍ୟ, ବିଦ୍ୟାର ଦେବୀ ରୂପେ ମା’ ସରସ୍ବତୀଙ୍କର ସ୍ଥାନ ସର୍ବପ୍ରଥମେ ଋକ୍ ବେଦରେ ଉଲ୍ଲେଖ କରାଯାଇଥିଲା |  ଦେବୀ ସରସ୍ବତୀଙ୍କୁ ‘ବେଦ’ର ଜନନୀ କୁହାଯାଏ | ମା’ ସରସ୍ବତୀଙ୍କୁ ବ୍ରହ୍ମାଙ୍କର ସକ୍ରିୟ ଉର୍ଜା ଓ ଶକ୍ତି ବୋଲି କୁହାଯାଏ ଓ ହିନ୍ଦୁ ପରମ୍ପରାରେ ଦେବୀ ସରସ୍ବତୀଙ୍କୁ ବୈଦିକ ଯୁଗରୁ ଅଦ୍ୟପି ପୂଜା ଆରାଧନା କରାଯାଉଛି | ଏମିତି କୁହାଯାଏ ଯେ, ବସନ୍ତପଞ୍ଚମୀ ଦିନ ମା’ ସରସ୍ବତୀଙ୍କର ଆଗମନ ହୋଇଥିଲା। କୁହାଯାଏ ଯେ ,ମା’ ସରସ୍ବତୀଙ୍କ ଆଗମନରେ ପ୍ରକୃତିର ଶୃଙ୍ଗାର ହୋଇଥିଲା ଓ  ପ୍ରକୃତିର ଶ୍ରୀ ଅର୍ଥାତ୍ ସୌନ୍ଦର୍ସ୍ୟ ବା ଶୋଭା ବୃଦ୍ଧି ହୋଇଥିଲା | ଆଉ ସେହିଦିନ ଠାରୁ ମା’ ସରସ୍ବତୀଙ୍କର ପୂଜା ଅର୍ଚ୍ଚନା କରିବାର ପରମ୍ପରା ଆରମ୍ଭ ହୋଇଥିଲା ଯାହା ଏପର୍ଯ୍ୟନ୍ତ ଚାଲିଛି। ପ୍ରତି ବର୍ଷ ଜ୍ଞାନଦାତ୍ରୀ ମା’ ସରସ୍ବତୀଙ୍କର ପୂଜା ବସନ୍ତ ପଞ୍ଚମୀରେ ଶ୍ରଦ୍ଧା ଓ ଭକ୍ତି ସହକାରେ ହିନ୍ଦୁ ପରମ୍ପରାରେ ଅନୁଷ୍ଠିତ ହୋଇଥାଏ | ବସନ୍ତପଞ୍ଚମୀ ପାଳିବାରେ ଅନେକ ମତ ରହିଛି। ଏକ ମତ ଅନୁସାରେ ଏହି ଦିନ ବିଦ୍ୟା ଦେବୀ ମା’ ସରସ୍ବତୀଙ୍କର ପୂଜା କରାଯାଇଥାଏ। ଦ୍ବିତୀୟ ମତ ଅନୁସାରେ ବସନ୍ତ ପଞ୍ଚମୀକୁ ମା’ ଲକ୍ଷ୍ମୀଙ୍କ ପୂଜା ସହିତ ଭଗବାନ ବିଷ୍ଣୁଙ୍କ ପୂଜାର ଦିନ ବୋଲି କୁହାଯାଏ। ଅନ୍ୟ ଏକ ମତ ଅନୁସାରେ ଏହି ତିଥିରେ ରତି ଏବଂ କାମଦେବଙ୍କ ପୂଜା ମଧ୍ୟ କରିବା ଆବଶ୍ୟକ। କାରଣ କାମଦେବ ଏବଂ ବସନ୍ତ ମିତ୍ର ଅଟନ୍ତି।
ତେବେ ଏବେ ଆସନ୍ତୁ ଜାଣିବା ବସନ୍ତପଞ୍ଚମୀରେ କାହିଁକି କରାଯାଏ ମା’ ସରସ୍ବତୀଙ୍କ ପୂଜା:-
ଚଳିତ ବର୍ଷ ବସନ୍ତପଞ୍ଚମୀ ୧୦ ଫେବୃଆରୀ ୨୦୧୯ରେ(ରବିବାର) ପଡୁଛି। ଭାରତରେ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ମା’ ସରସ୍ବତୀଙ୍କ ପୂଜାଦିନ ବୋଲି ମଧ୍ୟ କୁହାଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ଦିନ ଶବ୍ଦର ଶକ୍ତି ବା ବାକ୍ ଶକ୍ତି ମନୁଷ୍ୟଙ୍କର ଜୀବନକୁ ଆସିଥିଲା। ପୁରାଣରେ ଲେଖା ଅଛି ସୃଷ୍ଟିକୁ ବାଣୀ ଦେବା ପାଇଁ ଭଗବାନ ବ୍ରହ୍ମା କମଣ୍ଡଳୁ ଜଳ ନେଇ ଚାରିଦିଗରେ ପକାଇଥିଲେ। ଏହି ଜଳରେ ହାତରେ ବୀଣା ଧାରଣ କରି ଯେଉଁ ଶକ୍ତି ପ୍ରକଟ ହୋଇଥିଲା ତାହାକୁ ମା’ ସରସ୍ବତୀ ବୋଲି କୁହାଗଲା। ତାଙ୍କ ବୀଣାର ତାର ଛିଡ଼ିବା ସମୟରେ ତିନି ଲୋକରେ ଶକ୍ତି ସଞ୍ଚାରିତ ହୋଇଥିଲା ଏବଂ ସମସ୍ତଙ୍କୁ ଶବ୍ଦର ବାଣୀ ମିଳିଗଲା। ତେଣୁ ସେହି ଦିନ ବସନ୍ତପଞ୍ଚମୀ ହୋଇଥିବାରୁ ମା’ ସରସ୍ବତୀଙ୍କ ପୂଜା ଦିନ ରୂପେ ପାଳନ କରାଗଲା।
‘ବାଗ୍ ଦେବୀ’ ‘ବୀଣାପାଣି’ ନାମରେ ଜଣାଥିବା ଦେବୀ ସରସ୍ବତୀ ଜ୍ଞାନ ଏବଂ ବିଦ୍ୟାର ପ୍ରତୀକ ଅଟନ୍ତି। ତାଙ୍କୁ ସାହିତ୍ୟ,କଳା,ସଂଗୀତ,ନୃତ୍ୟ ଏବଂ ଶିକ୍ଷାର ଦେବୀ ବୋଲି କୁହାଯାଏ। ମା’ ଶରତର ଚାରି ଭୂଜାରେ ଚାରି ଦିଗର ପ୍ରତୀକ ଅଟନ୍ତି। ଚାରି ହାତରେ ମା’ ବୀଣା,ବେଦ, କମଣ୍ଡଳୁ ଏବଂ ରୁଦ୍ରାକ୍ଷ ମାଳ ଧାରଣ କରି ହଂସ ଉପରେ ବିରାଜମାନ କରିଛନ୍ତି। ଏହି ପ୍ରତୀକ ଆମ ଜୀବନରେ ପ୍ରେମ, ସମନ୍ବୟ,ବିଦ୍ୟା,ଜପ, ଧ୍ୟାନ, ଜ୍ଞାନ ତଥା ମାନସିକ ଶାନ୍ତିକୁ ପ୍ରକଟ କରିଥାଏ । ମା’ଙ୍କର ବାହନ ହଂସ ମଧ୍ୟ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସୂଚୀତ କରିଥାଏ |
•ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀରେ କିପରି କରିବା ମା’ଙ୍କୁ ପୂଜା-ଆରାଧନା:- -ବସନ୍ତପଞ୍ଚମୀ ଦିନ କୌଣସି ଉପବାସ ହୋଇନଥାଏ,କେବଳ ପୂଜା ହୋଇଥାଏ। ଏହି ଦିନରେ ହଳଦିଆ ବା ଶ୍ବେତ ବସ୍ତ୍ର ପିରିଧାନ କରିବା, ହଳଦିର ତିଳକ ଲଗାଇବା, ମିଠା ଚାଉଳ ତିଆରି କରିବା ଓ ସାତ୍ବିକ ଆହାର ଗ୍ରହଣ କରିବାର ବିଧାନ ରହିଛି।
-ବିଦ୍ୟାର୍ଥୀ,ସଂଗୀତକାର,କଳାକାରଙ୍କ ପାଇଁ ଏହା ମହତ୍ବପୂର୍ଣ ଦିନ ହୋଇଥାଏ। ଏହିଦିନ ପୁସ୍ତକ,ବାଦ୍ୟଯନ୍ତ୍ର,ଲେଖନୀ ଆଦି ମା’ଙ୍କ ନିକଟରେ ପୂଜା କରାଯାଇଥାଏ।
•ମା ସରସ୍ବତୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ:- “ऊँ ऐं सरस्वत्चैं ऐं नमः ।”- ଏହାକୁ ୧୧ ବା ୧୦୮ ଥର ଜପ କରନ୍ତୁ।
•ସରସ୍ବତୀଙ୍କ ପ୍ରାର୍ଥନା:- “या कुन्देन्दु-तुषारहार-धवला या शुभ्र-वस्त्रावृता या वीणावरदण्डमण्डितकरा या श्वेतपद्मासना। या ब्रह्माच्युत शंकर-प्रभृतिभिर्देवैः सदा वन्दिता सा मां पातु सरस्वती भगवती निःशेषजाड्यापहा॥”
ଏତିକି କାମନାକରୁଛୁ ଯେ, ବସନ୍ତ ପଞ୍ଚମୀ ରେ ମା’ ସରସ୍ବତୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଭରିଯାଉ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
1
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format