କେଉଁ ପ୍ରାଚୀନ ଯୁଗରୁ ସାଫରନ୍ ବା କେଶରକୁ ଲୋକମାନେ ସୌନ୍ଦର୍ଯ୍ୟ ବୃଦ୍ଧି ଓ
ସୁସ୍ବାସ୍ଥ୍ୟ ପାଇଁ ବ୍ୟବହାର କରି ଆସୁଛନ୍ତି | ଏହାର ଉପଯୋଗୀତା ଅନେକ ବର୍ଷରୁ ପ୍ରମାଣିତ ହୋଇ
ସାରିଛି | ଏହି କେଶର ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ| ଏହାର ରଙ୍ଗ ଇସତ୍ ଲାଲ୍ ଓ ସୁନେଲି
| ଏହାର ସୁଗନ୍ଧ ଓ ସ୍ବାଦ ବହୁତ ଭଲ ମଧ୍ୟ |
ଭିଟାମିନ୍-ଏ, ଫଲିକ୍ ଏସିଡ, କପର୍, ପୋଟାସିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍,
ଆଇରନ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍,ରାଇବୋଫ୍ଲୋବିନ୍, ଥିଓମିନ, ଲାଇକୋପିନ୍, ଆଲଫା
କେଟୋରିନ୍, ବିଟା କେଟୋରିନ୍,ଜେକ୍ସନଥିନ୍ ଓ ଜିଙ୍କ୍ ଇତ୍ୟାଦି ପୋଷକ ତତ୍ବରେ କେଶର ଭରପୁର
ମାତ୍ରାରେ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇ ପାରିଥାଏ | ତେଣୁ ଆସନ୍ତୁ
ଜାଣିବା ଏହି ଲାଲ୍ ସୁନେଲି ରଙ୍ଗ ବିଶିଷ୍ଟ କେଶର ର ମୁଖ୍ୟ ଉପଯୋଗୀତା ଓ ବ୍ୟବହାର ଗୁଡିକ
ବିଷୟରେ :-
୧- ସ୍ମରଣ ଶକ୍ତି ବୃଦ୍ଧି କରିଥାଏ:
କେଶର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ | ପ୍ରତି ଦିନ
କେଶର ମିଶ୍ରିତ ଦୁଗ୍ଧ ପାନ କରିବା ଦ୍ବାରା ସ୍ମରଣ ଶକ୍ତି ପ୍ରଖର ହୋଇଥାଏ |
୨- ଦୃଷ୍ଟି ଶକ୍ତି ବୃଦ୍ଧି ପାଇ ଥାଏ:
ସିଡନୀ ୟୁନିଭରସିଟିରେ ୨୦୦୯ ମସିହାରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ କେଶରରେ
ଦୃଷ୍ଟି ଶକ୍ତିକୁ ପ୍ରଖର କରିବାର ତତ୍ବ ରହିଛି | ବୟସ ବୃଦ୍ଧି ଜନିତ କାରଣରୁ ସୃଷ୍ଟି ହେଉଥିବା
ଚକ୍ଷୁ ସମସ୍ୟା ମଧ୍ୟ ଏହା ଠିକ କରି ପାରିବାର କ୍ଷମତା ରଖେ ଓ ନିୟମିତ କେଶର ସେବନ କରିବା
ଦ୍ବାରା ଚକ୍ଷୁର ସମସ୍ତ ସମସ୍ୟା ଦୂର ହୋଇ ଚକ୍ଷୁ ସୁସ୍ଥ ରହିଥାଏ |
୩-କେଶର ଋତୁସ୍ରାବ ଜନିତ ସମସ୍ୟା ଦୂର କରିଥାଏ :
BJOG(ଏକ ଆନ୍ତର୍ଜାତୀୟ ପତ୍ରିକା)ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ନାରୀ
ମାନଙ୍କର ମାସିକ ଧର୍ମ ହେବା ପୂର୍ବର ସମସ୍ୟା (Pre-menstrual syndrome ବା PMS)ଦୂର କରିବାରେ
କେଶର ବହୁତ ଉପଯୋଗୀ | PMS ସମସ୍ୟା ଯେପରିକି ଚିଡାପଣ, ମୁଖ ବ୍ରଣ, ଥକ୍କାପଣ ଆଦିରୁ ମୁକ୍ତି
ପାଇବା ପାଇଁ ଦିନକୁ ୨ଥର ୧୫ ମି.ଗ୍ରା କେଶର ସେବନ କରିବା ଉଚିତ | ଏହା ସହ ମାସିକ ଋତୁ ସ୍ରାବ
ସମୟରେ ହେଉଥିବା ପେଟ ବ୍ୟଥା, ପେଟ ଦରଜ, ଅତ୍ୟଧିକ ରକ୍ତ ସ୍ରାବ ଆଦିକୁ ମଧ୍ୟ ଏହା ଠିକ କରି ଥାଏ
|କିନ୍ତୁ ଏଥି ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ |
୪-depression ବା ମାନସିକ ବିଷାଦ ରୁ ମୁକ୍ତି ଦେଇଥାଏ କେଶର:
ଏଥନୋଫାର୍ମାକୋଲୋଜି ଜେନେରାଲ ରେ ୨୦୦୫ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ
କେଶର ରେ ଭରପୁର ମାତ୍ରାରେ କାରୋଟେନୋଏଡସ୍ ଓ ଭିଟାମିନ-ବି ରହିଥାଏ | ଏହି ସବୁ ପ୍ରମୁଖ
ଦ୍ରବ୍ୟ ସବୁ ମନୁଷ୍ୟର ଅବସାଦ ଦୂର କରିବାରେ ସହାୟକ ହୋଇଥାଏ |ଫଳରେ ଆମେ depression ବା
ମାନସିକ ବିଷାଦରୁ ମୁକ୍ତି ପାଇ ଥାଉ |
୫- କେଶର ରଖିଥାଏ ତ୍ବଚାକୁ ସୁସ୍ଥ ଓ ସୁନ୍ଦର :
କେଶର ରେ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା କୁ କ୍ଷୀରରେ
କିଛି ସମୟ ଭିଜାଇ ରଖି ସେଥିରେ ମହୁ ମିଶାଇ ମୁହଁ, ବେକ ଆଦିରେ ନିୟମିତ ଲଗାଇଲେ ତ୍ବଚା ଗୋରା,
କୋମଳ, ଚିକ୍କଣ ଓ ଆକର୍ଷଣୀୟ ହେବା ସହ ସୁସ୍ଥ ମଧ୍ୟ ରହିଥାଏ |
ଏହା ସହ କେଶର ର ପ୍ରୟୋଗ ମଧ୍ୟ ତ୍ବଚାରେ ବୟସର ଛାପ କୁ ମନ୍ଥର କରିଥାଏ | ବୟସ
ବୃଦ୍ଧି ହେତୁ ତ୍ବଚାରେ ଦେଖାଯାଉ କୁଞ୍ଚନ, ଦାଗ ଆଦିକୁ ଏହା ସୃଷ୍ଟି ହେବାରୁ ରୋକି ଥାଏ
|
୬- ହୃତପିଣ୍ଡ ପାଇଁ କେଶର ବହୁ ଲାଭ କାରୀ:
ନିୟମିତ କେଶର ସେବନ କରିବା ଦ୍ବାରା ଆମ ହୃତପିଣ୍ଡ ସୁସ୍ଥ ରହି ଥାଏ | ଏହା
ଶରୀରର କୋଲେଷ୍ଟରଲ୍ ମାତ୍ରା ଓ ରକ୍ତ ଚାପକୁ ନିୟନ୍ତ୍ରିତ କରି ହୃତପିଣ୍ଡର କାର୍ଯ୍ୟ ଦକ୍ଷତା
ଠିକ ରଖିବାରେ ସହାୟକ ହୋଇ ଥାଏ |
୭- କେଶର ଭଲ କରିଥାଏ ଅନେକ ରୋଗ:
ଆସ୍ଥମା ପରି ଅନେକ ଶ୍ବାସ କ୍ରିୟା ସମ୍ବନ୍ଧିତ ରୋଗକୁ କେଶର ଠିକ କରିବା ସହ
ଗ୍ୟାସ ଓ ପେଟ ଦରଜ ମଧ୍ୟ ଏହା ଠିକ କରିଥାଏ | ପାଚନ କ୍ରିୟାକୁ ସଠିକ କାର୍ଯ୍ୟକ୍ଷମ ରଖିବାରେ
ମଧ୍ୟ କେଶର ବହୁତ ଲାଭ କାରୀ | ଏହା ବ୍ୟତୀତ insomnia ବା ଅନିଦ୍ରା ଦୂର କରିବାରେ ଓ
ଗର୍ଭାବସ୍ଥାରେ ଚିନ୍ତା, ଅବସାଦ ଦୂର କରିବାରେ ମଧ୍ୟ କେଶର ର ବିଶେଷ ଭୂମିକା ରହିଛି |
କିନ୍ତୁ ମନେ ରଖିବେ ଆବଶ୍ୟକତା ଠାରୁ ମାତ୍ରାଧିକ କେଶର କେବେହେଲେ ସେବନ କରିବେ
ନାହିଁ ବା ଆପଣଙ୍କୁ ଯଦି କୌଣସି ଶାରୀରିକ ସମସ୍ୟା ରହିଛି ତେବେ ଆପଣ କେଶର ନିଜ ମନଇଚ୍ଛା ଗ୍ରହଣ
କରିବେ ନାହିଁ | ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହାକୁ ବ୍ୟବହାର କରିବା ସର୍ବଦା ନିରାପଦ ଓ
ଲାଭଦାୟକ |
ଏପରି ଆଉ ଅନେକ ଉପାଦେୟ ତଥ୍ୟ ଆଗକୁ ପାଇବା ପାଇଁ ଆମ ପେଜ ସହ ଯୋଡି ହୋଇ ରହି
ଥା’ନ୍ତୁ |
ସାଫରନ୍ ଖାଆନ୍ତୁ ଓ ସୁସ୍ଥ ରହନ୍ତୁ |

Eat saffron and stay healthy !
0 Comments