ଆମ ଭାରତୀୟମାନଙ୍କର ପ୍ରଧାନ ଖାଦ୍ୟ ଭାତ ଓ ରୁଟି | ଆମେ ସାଧାରଣତଃ ଦିନରେ ଭାତ
ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଉ | ଅନେକ ସମୟରେ ଆମ ଘରେ ରାତିରେ ପ୍ରସ୍ତୁତ ହେଉଥିବା
ରୁଟି ସକାଳକୁ ରହିଯାଇ ଥାଏ ଯାହାକୁ ଆମେ ବାସୀ ରୁଟି ବୋଲି କହିଥାଉ | ଆଉ ପ୍ରାୟ ସମସ୍ତଙ୍କ
ମନରେ ଏହା ଧାରଣା ରହିଛି ଯେ, ବାସୀ ଖାଦ୍ୟ ଶରୀର ପାଇଁ କ୍ଷତିକାରକ | କିନ୍ତୁ ଆପଣ ହୁଏତ ଏହା
ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯଦିଓ ବାସୀ ଖାଦ୍ୟ ଶରୀର ପାଇଁ କ୍ଷତିକାରକ କିନ୍ତୁ ବାସୀ ରୁଟି ଶରୀର
ପାଇଁ ବହୁତ ଲାଭପ୍ରଦ |
ଏହାର ସେବନ ଦ୍ୱାରା ଯେ ଶରୀରକୁ କେବଳ ଉପଯୁକ୍ତ ପୌଷ୍ଟିକ ତତ୍ବ ମିଳିଥାଏ, ତାହା
ନୁହେଁ ବରଂ ଏହାର ସେବନ ଦ୍ବାରା ଶରୀରରୁ ମୂଳରୁ ନିପାତ ହୋଇଯାଇ ଥାଏ ଏହି ୪ଟି ରୋଗ …
ଅନେକ ଲୋକେ ଏପରି ଅଛନ୍ତି ଯେଉଁମାନେ ବାସୀ ରୁଟି ସେବନ କରନ୍ତି ନାହିଁ I ତାଙ୍କ
କହିବା ଅନୁସାରେ ବାସୀ ରୁଟି ଶରୀର ପାଁଇ ହାନିକାରକ ହୋଇଥାଏ I କିନ୍ତୁ ଧ୍ୟାନ ରଖନ୍ତୁ ୧୨
ଘଣ୍ଟା ରୁ ଅଧିକ କୌଣସି ଖାଦ୍ୟ ରଖି ଖାଇବା ଉଚିତ ନୁହେଁ I କାରଣ ଏହା ଦ୍ୱାରା ଫୁଡ ପଏଜନ ବା
ଖାଦ୍ୟ ସଂକ୍ରମିତ ହୋଇଥାଏ, ଯାହାକୁ ଖାଇବା ଦ୍ବାରା ଶରୀରରେ ବିଷକ୍ରିୟା ହୋଇପାରେ I ଆଉ ଏକ
କଥା ହେଲା, ଅଧିକ ପରିମାଣରେ ଓ ନିୟମିତ ବାସୀ ଖାଦ୍ୟ ଖାଇବା ଦ୍ୱାରା ଏହାର ପୁଷ୍ଟିସାର ର ପରିମାଣ
ମଧ୍ୟ କମିଯାଇ ଥାଏ I ଏହି ବାସୀ ଖାଦ୍ୟ କୁ ଗରମ କରିବା ଖାଇବା ମଧ୍ୟ ଶରୀର ପାଁଇ ବହୁତ ହାନିକାରକ
ଅଟେ I କିନ୍ତୁ ଆଜି ଆମେ ବାସୀ ରୁଟି ବିଷୟ ରେ ଆଲୋଚନା କରିବା ଯାହାର ସେବନ ଶରୀର ପାଁଇ ଉପକାରୀ
ଅଟେ I
ଯଦି ଆପଣ ଅନ୍ୟ କୌଣସି ଖାଦ୍ୟ ଶସ୍ୟ ରେ ନିର୍ମିତ ରୁଟି ବାସୀ କରି ଖାଇବେ ତେବେ
ଏହା ସେତିକି ମାତ୍ରା ରେ ଶରୀର ପାଁଇ ଲାଭଦାୟକ ନୁହେଁ I ଯଦି କୌଣସି ରୁଟି ତିଆରି ହେବାର ୧୨ ରୁ
୧୬ ଘଣ୍ଟା ମଧ୍ୟରେ ଆପଣ ସେବନ କରନ୍ତି ତେବେ ଏହା ଶରୀର ପାଁଇ ବେଶ ଲାଭଦାୟକ ହେଇଥାଏ I ଧ୍ୟାନ
ରଖିବେ ଏହି ନିର୍ଧାରିତ ସମୟରୁ ଅଧିକ ସମୟ ଯେପରି ବାସୀ ନ ହୋଇଥିବ I
ତେବେ ଆଜି ଆମେ ଆଲୋଚନା କରିବା ଏହି ବାସୀ ରୁଟି ସେବନ ର ଉପକାରିତା ବିଷୟରେ
|
୧- ବାସୀ ରୁଟି ଖାଇବା ହେତୁ ଶରୀରର ସୁଗାର କଣ୍ଟ୍ରୋଲ ହୋଇଥାଏ I ଯଦି କୌଣସି
ବ୍ୟକ୍ତିଙ୍କର ସୁଗାର ଜନିତ ସମସ୍ୟା ରହିଥାଏ ତେବେ ସେହି ଲୋକେ ବାସୀ ରୁଟି ସେବନ କରିବା ଉଚିତ I
ସୁଗାର ଲେବଲକୁ ଏହା ନିୟନ୍ତ୍ରଣ ରେ ରଖିଥାଏ I ବାସୀ ରୁଟିକୁ ସେବନ କରିବା ପୂର୍ବରୁ ଯଦି ଆପଣ
ଏହାକୁ ୧୦ ମିନିଟ ଥଣ୍ଡା କ୍ଷୀରରେ ବତୁରାଈ ରଖି ସେବନ କରନ୍ତି ତେବେ ଏହା ଅଧିକ ଲାଭପ୍ରଦ
ହୋଇଥାଏ I
୨- ବାସୀ ରୁଟିର ସେବନ ଶରୀରର ରକ୍ତ ଚାପ ନିୟନ୍ତ୍ରିତ ରଖିଥାଏ | ଯଦି କୌଣସି
ବ୍ୟକ୍ତିଙ୍କର ବ୍ଲଡ଼ ପ୍ରେସର ସମସ୍ୟା ରହିଥାଏ ସେହି ବ୍ୟକ୍ତି ମଧ୍ୟ ଥଣ୍ଡା କ୍ଷୀରରେ ବାସୀ ରୁଟି
ବତୁରାଈ ଖାଇ ପାରିବେ I ସକାଳୁ ଏପରି ଜଳଖିଆ କରିଲେ ଆପଣଙ୍କର ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ
I
୩- ବାସୀ ରୁଟିର ସେବନ ଶରୀରର ପେଟ ସମ୍ବନ୍ଧିତ ସମସ୍ୟା ଦୂର କରିଥାଏ | ଆଜିର
ବ୍ୟସ୍ତବହୁଳ ଜୀବନ ରେ ଲୋକଙ୍କ ଅନିୟମିତ ଖାଦ୍ୟ ପେୟକୁ ନେଇ ପେଟ ସମ୍ବନ୍ଧିତ ସମସ୍ୟା ଦେଖିବାକୁ
ମିଳିଥାଏ I ତେଣୁ ଏପରି ଲୋକଙ୍କୁ ମଧ୍ୟ ବାସୀ ରୁଟିର ସେବନ କରିବା ଉଚିତ I
୪-ଯଦି କୌଣସି ବ୍ୟକ୍ତି ଅଧିକ ଦୁର୍ବଳ ଅଟନ୍ତି ସେମାନେ ମଧ୍ୟ ବାସୀ ରୁଟିର ସେବନ
କରିବା ଉଚିତ I ଏହା ଦ୍ୱାରା ଆପଣଙ୍କର ଦୁର୍ବଳପଣ ଦୂର ହେଇଥାଏ I ଯେଉଁ ଲୋକଙ୍କର ଦୁର୍ବଳ ଶରୀର
ରହିଛି ସେମାନେ ନିୟମିତ ରୂପେ ଏପରି ବାସୀ ରୁଟି ସେବନ କରିବା ଲାଭଦାୟକ ହୋଇଥାଏ I
ଏପରି ଉପାଦେୟ ତଥ୍ୟ ପାଇବା ପାଇଁ ଆମ ସହ ଯୋଡି ହୋଇ ରହିଥା’ନ୍ତୁ
|
ବାସୀ ରୁଟି ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଲାଭ !

Eating stale bread gives the body all these benefits!
0 Comments