ଆପଣ ଜାଣନ୍ତି ଯେ କ୍ୟାନ୍ସର୍ ବା କର୍କଟ ରୋଗ ଗୋଟିଏ ମାରାତ୍ମକ ତଥା
ପ୍ରାଣନାଶକ ବେମାରୀ ଅଟେ । ଆଜିକାଲି ପୁଣି ବିଭିର୍ଣ ପ୍ରକାର କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ
ଦିନ ବଢି ଚାଲିଛି | କ୍ୟାନ୍ସର ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ, ନିଜେ ସତର୍କରେ ରହିବା
ନିହାତି ଆବଶ୍ୟକ । ପ୍ରତ୍ୟେକ ଦିନ ଆମେ କେତେକ ସାବଧାନତା ପାଳନ କରିଲେ ନିଶ୍ଚୟ ଭାବରେ କ୍ୟାନ୍ସର
ଠାରୁ ଦୂରେଇ ରହି ପାରିବା । ଏବେ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣ ପାଳନ
କରି ନିଜକୁ କ୍ୟାନ୍ସର ଠାରୁ ଦୂରେଇ ରହିପାରିବେ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ଯେ
କ୍ୟାନ୍ସର ଠାରୁ କିଭଳି ନିଜକୁ ସୁରକ୍ଷିତ ରଖି ପାରିବା –
୧- ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ:
କ୍ୟାନ୍ସର ଠାରୁ ବଞ୍ଚିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ୪୯ – ୫୯ ବର୍ଷ ପରେ
(ପ୍ରତି ୬ ମାସକୁ ଥରେ ) କ୍ୟାନ୍ସର ର ପରୀର୍କଷା ରାଇବା ଆବଶ୍ୟକ ବା କତେବେଳେ ଯଦି ଆପଣ ନିଜ
ଶରୀର ଭିତରେ କିଛି ଅସାଧାରଣ ରୂପେ ପରିବର୍ତ୍ତନ ହେବାର ଅନୁଭବ କରୁଛନ୍ତି, ତେବେ ତୁରନ୍ତ check
କରାନ୍ତୁ । ୯୦ ପ୍ରତିଶତରୁ ଅଧିକ ଘଟଣା ଏପରି ଦେଖା ଯାଇଛି ଯେ, ଯଦି ଠିକ ସମୟରେ ରୋଗୀ ଠାରେ
କ୍ୟାନସର ଚିହ୍ନଟ ହୁଏ ତେବେ ଠିକ ସମୟରେ ଉପଯୁକ୍ତ ଚିକିସ୍ଛା ଦ୍ବାରା ସେହି ରୋଗୀ ନିଶ୍ଚୟ
ଆରୋଗ୍ୟ ଲାଭ କରିଥାଏ |
୨- ତେଲରେ ଭଜା ହୋଇଥିବା ବା ଛଣା ହୋଇଥିବା ଖାଦ୍ୟ ପଦାର୍ଥ,ଫାଷ୍ଟ୍ ଫୁଡ, ଜଙ୍କ
ଫୁଡ୍ ଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ:
ତେଲରେ ଭଜା ହୋଇଥିବା ବା ଛଣା ହୋଇଥିବା ଖାଦ୍ୟ ପଦାର୍ଥ,ଫାଷ୍ଟ୍ ଫୁଡ, ଜଙ୍କ
ଫୁଡ୍ ଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ |
ଖାସ୍ କରି ବଜାରରେ ମିଳୁଥିବା ତେଲ ଭଜା ବା ଛଣା ଖାଦ୍ୟ ଜିନିଷ ମାନଙ୍କଠାରୁ
ସର୍ବଦା ଦୁରେଇ ରୁହନ୍ତୁ । କାରଣ ଆପଣ ବି ଏ କଥା ଜାଣିଥିବେ ଯେ, ବଜାରରେ ଦୋକାନୀମାନେ ଗୋଟିଏ
ତେଲକୁ ହିଁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିଥା’ନ୍ତି ଓ ସେହି ତେଲରେ ପୁଣି ତେଲ ପକାଇ
ଦିଅନ୍ତି । ଏପରି ତେଲକୁ ବାରମ୍ବାର ଗରମ କରିବା ଯୋଗୁଁ ସେହି ତେଲରେ ଭଜା ଜିନିଷ ଦେହ ପାଇଁ ବହୁତ
ହାନିକାରକ ଓ ବିଷାକ୍ତ ହୋଇଥାଏ । ଏଭଳି ଜିନିଷ ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ବଢି ଯାଇଥାଏ
। ଏହା ଛଡା ଡ଼ାଲଡ଼ା ଘିଅ ଖାଇବା ବଦଳରେ ଶୁଦ୍ଧ ସୋରିଷ, ବାଦାମ, ନଡ଼ିଆ ତେଲକୁ ବ୍ୟବହାର କରନ୍ତୁ
। ଏହା ଦ୍ୱାରା ମଧ୍ୟ କ୍ୟାନ୍ସର ଠାରୁ ନିଜକୁ ସୁରକ୍ଷିତ ରଖିପାରିବେ । ମନେ ରଖନ୍ତୁ, refined
ତେଲ କେବେ ବି ବ୍ୟବହାର କରନ୍ତୁ ନାହିଁ ।
୩- ଖାଦ୍ୟରେ ସାମିଲ କରନ୍ତୁ ହଳଦି, ଭିଟାମିନ୍ ‘ସି’ ଓ ‘ଇ’ ଜାତାୟ
ଖାଦ୍ୟ:
ନିଜର ଦୈନଦିନ ଜୀବନରେ ହଳଦି, ଭିଟାମିନ୍ ‘ସି’ ଓ ‘ଇ’ ଜାତାୟ ଖାଦ୍ୟ ସାମିଲ
କରିବା ସହ ଯଥା ସମ୍ଭବ ଟିଭି, ଲାପଟପ୍/ କମ୍ପ୍ୟୁଟର ଓ ମୋବାଇଲ ଆଦିର ବ୍ୟବହାର ମଧ୍ୟ କମ୍
କରନ୍ତୁ |
୪- ଯନ୍ତ୍ରଣା ବା ବ୍ୟଥାକୁ ନାସ କରୁଥିବା ଔଷଧ ଗୁଡିକୁ କେବେ ବି ସେବନ କରନ୍ତୁ
ନାହିଁ:
ଅଧିକାଂଶ ଲୋକମାନେ ଶରୀରରେ ସାମାନ୍ୟ ବ୍ୟଥା ହେଲେ ବ୍ୟଥା କମାଇବା ଔଷଧ ସେବନ
କରିଦିଅନ୍ତି, ତାହା ବି ପୁଣି ବିନା କୌଣସି ଡାକ୍ତରଙ୍କ ପରାମର୍ଶରେ। କିଛି ଲୋକ ତ ବ୍ୟଥାକୁ
କମାଇବାପାଇଁ pain killer ଔଷଧ ଅଧିକ ମାତ୍ରାରେ ସେବନ କରିଥାନ୍ତି । କିନ୍ତୁ ଏହି ଔଷଧର ବହୁତ
side effect ବା ପାର୍ଶ୍ବପ୍ରତିକ୍ରିୟା ଥାଏ । ଯାହାକି ଶରୀରର ବହୁତ କ୍ଷତି କରିଥାଏ । ଯଦି
କେବେ ଆପଣଙ୍କ ଶରୀରରେ କୌଣସି ବ୍ୟଥା ଯନ୍ତ୍ରଣା ହେଉଥାଏ, ସେତେବେଳେ ଡାକ୍ତରଙ୍କ ପରାମର୍ଶରେ ହିଁ
ଔଷଧ ସେବନ କରନ୍ତୁ ।
୫- ମଳ ମୂତ୍ରର ବେଗକୁ ଅଟକାନ୍ତୁ ନାହିଁ:
ବହୁତ ଲୋକଙ୍କର ଏପରି ଅଭ୍ୟାସ ଥାଏ ଯେ ସେମାନେ ମଳ ମୂତ୍ରର ବେଗକୁ ଅଧିକ ସମୟ
ପର୍ଯ୍ୟନ୍ତ ଅଟକାଇ ରଖି ଦିଅନ୍ତି ଓ ଅସମ୍ଭାଳ ପରିସ୍ଥିରେ ସେମାନେ ତ୍ୟାଗ କରିଥାନ୍ତି । ଏହା
ମଧ୍ୟ କ୍ୟାନ୍ସର ସୃଷ୍ଟି କରିବାର ଗୋଟିଏ ବଡ଼ କାରଣ ।
୬- ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ:
ସିଗାରେଟ୍, ମଦ, ଗୁଟଖା ଆଦି ପରି କୌଣସି ବି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ
। ଏହା ମଧ୍ୟ କ୍ୟାନ୍ସର ହେବାର ବଡ଼ କାରଣ ଅଟେ ତେଣୁ ଏହି ନିଶା ଦ୍ରବ୍ୟ ମାନଙ୍କଠାରୁ ଯଥା ସମ୍ଭବ
ଦୂରେଇ ରହନ୍ତୁ ।
୭- ଦୁଶ୍ଚିନ୍ତା ଠାରୁ ଦୂରେଇ ରହନ୍ତୁ:
ଅଧିକ ଚିନ୍ତିତ କରିବା ଓ ଅଧିକ ଦିନ ପର୍ଯ୍ୟନ୍ତ ଚିନ୍ତାରେ ରହିବା ମଧ୍ୟ
କ୍ୟାନ୍ସରର କାରଣ ହୋଇଥାଏ । ଏଥି ପାଇଁ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ, ଖୁସି ରୁହନ୍ତୁ ଓ ନିଜ
ମନକୁ ଶାନ୍ତ ରଖନ୍ତୁ । କେବେବି ଅଧିକ ବ୍ୟସ୍ତ ବିବ୍ରତ ବା ଚିନ୍ତିତ ହୁଅନ୍ତୁ ନାହିଁ ।
୮- ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ:
ଗବେଷଣାରୁ ଜଣାପଡିଛି ଯେ, ଅଧିକ ଓଜନ ଥିବା ଲୋକଙ୍କୁ କ୍ୟାନ୍ସର ହେବାର
ସମ୍ଭାବନା ଅଧିକ ଥାଏ । ଶରୀରର ଓଜନ ବଢିବା ଯୋଗୁଁ ପାଚନ ତନ୍ତ୍ର ଉପରେ ବହୁତ ଖରାପ ପ୍ରଭାବ
ପଡିଥାଏ ଓ ଶରୀରର ଚଳପ୍ରଚଳ ମଧ୍ୟ ଭଲ ଭାବେ ହୋଇ ପାରି ନଥାଏ । ତେଣୁ ନିଜ ଓଜନକୁ ସର୍ବଦା
ନିୟନ୍ତ୍ରଣ କରନ୍ତୁ ଓ ଓଜନ ଅଧିକ ହୋଇଥିଲେ ତାହାକୁ କମାଇବାକୁ ପ୍ରୟାସ କରନ୍ତୁ ।
୯- ଅସୁରକ୍ଷିତ ଯୌନ ସମ୍ବନ୍ଧ:
ଅସୁରକ୍ଷିତ ଓ ଅଧିକ ଯୌନ ସମ୍ବନ୍ଧ ରଖିବା ଦ୍ୱାରା ମଧ୍ୟ କ୍ୟାନ୍ସର ହେବାର
ସମ୍ଭାବନା ବଢି ଯାଇଥାଏ । କାରଣ କେଉଁ ଲୋକ କେଉଁ ରୋଗରେ ଆକ୍ରାନ୍ତ ଅଛି ତାହା ଜଣା ନଥାଏ
।
୧୦- ଯୋଗସନ କରନ୍ତୁ:
ଯୋଗ ପ୍ରାଣାୟାମ ଯେ କୌଣସି ବି ରୋଗକୁ ଅଟକାଇବାକୁ ସକ୍ଷମ । ଯେଉଁ ଲୋକ
ଅନୁଲୋମ ବିଲୋମ, କପାଳଭାତି ପ୍ରଣାୟାମ କରନ୍ତି ସେମାନଙ୍କୁ କୌଣସି ବି ରୋଗ ଆକ୍ରମଣ କରି ପାରି
ନଥାଏ ।
ଆମେ ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ନିଶ୍ଚୟ ଉପଯୋଗୀ ହୋଇ ପାରିବ
|
କର୍କଟ ରୋଗ ଠାରୁ ନିଜକୁ ସୁରକ୍ଷିତ ରଖିବାପାଇଁ ଜୀବନରେ ଆପଣାନ୍ତୁ ଏହି ସବୁ ଅତ୍ୟାବଶ୍ୟକ ଉପାୟ !

Remedies of Cancer
0 Comments