ଆଧୁନିକ ଯୁଗରେ ଇଣ୍ଟରନେଟ ପ୍ରତ୍ୟେକ ମନୁଷ୍ୟ ପାଇଁ ଅପରିହାର୍ଯ୍ୟ ହୋଇ ଯାଇଛି
| ଇଣ୍ଟରନେଟ୍ ବିନା ମନୁଷ୍ୟ ନିଜର ଦୈନଦିନ ସାଧାରଣ ଜୀବନ ମଧ୍ୟ କଳ୍ପନା କରି ପାରୁ ନାହିଁ |
ଦିନକୁ ଦିନ ତ ପୁଣି ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି | ମନୋରଞନ,
ପାଠ ପଢା,ଗବେଷଣା,ଯୋଗାଯୋଗ,ଆମୋଦପ୍ରମୋଦ, ଦେଶ-ବିଦେଶର ଖବର ଜାଣିବା ଆଦି ଅନେକ କାମ
ଇଣ୍ଟରନେଟ ଯୋଗେ ନିମିଷକ ମଧ୍ୟରେ ଓ ସୂଚାରୁ ରୂପେ ହୋଇ ପାରୁଛି | ସେ ଯାହା ବି ହେଉ କିନ୍ତୁ
ଆପଣ କ’ଣ କେବେ ଭାବିଛନ୍ତି କି ଏହି ଇଣ୍ଟରନେଟ୍ ସେବା ଆପଣଙ୍କ ନୁକଟରେ କିପରି ପହଞ୍ଚା ଯାଇ ଥାଏ
?
ଆପଣ ହୁଏତ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସମୁଦ୍ର ରାସ୍ତାରେ ଆପଣଙ୍କ ଯାଏ
ଇଣ୍ଟରନେଟ୍ ପହଞ୍ଚା ଯାଇଥାଏ | ଆସନ୍ତୁ ଜାଣିବା ଇଣ୍ଟରନେଟ ସେବା ପାଇଁ ମହାସାଗରରେ ବିଛା
ଯାଇଥିବା ଲମ୍ବା କେବୁଲ୍ ଲାଇନ୍ ବିଷୟରେ |
ଇଣ୍ଟରନେଟ୍ କୁ ଆଧୁନିକ ମାନବ ଇତିହାସ ସବୁଠାରୁ ବଡ ଆବିଷ୍କାର କହିବା ମଧ୍ୟ
ଅତ୍ୟୁକ୍ତି ହେବ ନାହିଁ । ଆଜି ସମଗ୍ର ବିଶ୍ବ ଇଣ୍ଟରନେଟ୍ ର ହାତ ମୁଠିରେ ରହିଛି । ଆଜି
ଇଣ୍ଟରନେଟ ପାଇଁ ଏହି ବିଶାଳ ଦୁନିଆ ବି କ୍ଷୁଦ୍ର ମନେ ହୁଏ | ଆଖି ପିଛୁଳାକେ ଗୋଟିଏ ମାତ୍ର
କ୍ଲିକ୍ ବା ଡାଏଲ୍ ରେ ମନୁଷ୍ୟ ସମଗ୍ର ବିଶ୍ବ ସହ ସମ୍ବନ୍ଧ ସ୍ଥାପନ କରିବାରେ ସମର୍ଥ ହୋଇଛି
କେବଳ ଏହି ଇଣ୍ଟରନେଟ ପାଇଁ | ଆପଣଙ୍କ ସ୍ମାର୍ଟ ଫୋନରେ ଏହି ଇଣ୍ଟରନେଟ ସେବା ପହଞ୍ଚାଇବା ପାଇଁ
ସମୁଦ୍ର ମଧ୍ୟରେ ବହୁତ ଲମ୍ବା କେବୁଲ୍ ଲାଇନ୍ ବିଛାଯାଇଛି |ଏହି କେବୁଲ୍ ରାସ୍ତାରେ ଆମକୁ
ଇଣ୍ଟରନେଟ୍ ପହଞ୍ଚା ଯାଇଥାଏ | ପାଣି ମଧ୍ୟରେ କେବୁଲ ବିଛାଇବା ଗୁଗୁଲ୍ ର ପରିଯୋଜନା ସହ ଯୋଡି
ହୋଇଥିବା ଜେନେ ଷ୍ଟେବେଲ୍ କହନ୍ତି କି ବହୁତ ଲୋକଙ୍କୁ ଲାଗିଥାଏ କି ଇଣ୍ଟରନେଟ୍ ବାୟୁମଣ୍ଡଳ
ଦ୍ୱାରା ଆମ ପାଖକୁ ପହଞ୍ଚି ଥାଏ । କିନ୍ତୁ ଏହା ଭୁଲ୍ ଅଟେ ଓ ଇଣ୍ଟରନେଟ୍ ଛୋଟ ଛୋଟ କୋଡ୍ ସମୁହ
ଦ୍ୱାରା ସମୁଦ୍ରରେ ବିଛା ହୋଇଥିବା କେବୁଲ୍ ଜରିଆରେ ଆମ ପାଖକୁ ପହଞ୍ଚା ଯାଇଥାଏ | ସାରା ବିଶ୍ବର
କୋଣ ଅନୁକୋଣରେ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ପାଇଁ ମହାସାଗର ତଳେ ପ୍ରାୟ ୧୨ ଲକ୍ଷ ସାତ
ହଜାର କି.ମି ଲମ୍ବା କେବୁଲ୍ ବିଛା ଯାଇଛି ।
ସବୁଠାରୁ ପ୍ରଥମେ ଫ୍ୟାକ୍ଟିରିଜ୍ କେବୁଲ୍ ତାର ଗୁଡିକ ଏକାଠି କରିଥା’ନ୍ତି ।
କେବୁଲ୍ କୁ କେଉଁଠି ବିଛାଇବାକୁ ହେବ ଏହାକୁ ଧ୍ୟାନରେ ରଖି ତାହାକୁ ପ୍ଲାଷ୍ଟିକ୍ କିମ୍ବା ଷ୍ଟିଲ୍
ର ଖୋଳରେ ରଖାଯାଇ ଥାଏ | ଏହା ପରେ ସମୁଦ୍ରରେ କେବୁଲ୍ ବିଛାଇବାର କାମ ପୁରା ହେବାପରେ ଡାଟା
ପ୍ରକାଶ ଗତି ସେହି ତାରଗୁଡିକ ସହ ମାଟିରେ ଥିବା ନେଟୱାର୍କ କିମ୍ବା ସ୍ୟାଟେଲାଇଟ୍ ସହ ସମ୍ପର୍କ
କରିଥାଏ |ଏହି ନେଟୱର୍କ କିମ୍ବା ସ୍ୟାଟେଲାଇଟ୍ ସାହାଯ୍ୟରେ ଆମେ ଇଣ୍ଟରନେଟ୍ ବ୍ୟବହାର କରିଥାଉ
।
ଇଣ୍ଟରନେଟ୍ କେବୁଲକୁ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବା ପାଇଁ ପୁରା
ବ୍ୟବସ୍ଥା ମଧ୍ୟ କରା ଯାଇଥାଏ |ଏହା ସତ୍ତ୍ୱେ ପାଣିର ଶକ୍ତିଶାଳୀ ଜଳ ସ୍ରୋତ ଓ ଭୁକମ୍ପ ଆଦି
ଦ୍ବାରା ଏହି କେବୁଲ୍ କ୍ଷତି ଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଥାଏ । ଆପଣଙ୍କ ସୂଚନା ପାଇଁ ଜଣାଇ
ଦେବାକୁ ଚାହିଁବୁ ଯେ ଗୋଟେ କେବୁଲ୍ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ କାମ କରିଥାଏ ।
ପରବର୍ତ୍ତୀ ଅପଡେଟ୍ ପାଇଁ ଆମ ପୋର୍ଟାଲ୍ ସମ୍ପର୍କରେ ରହି ଥା’ନ୍ତୁ |
ସମୁଦ୍ର ପଥ ଦ୍ବାରା ପହଞ୍ଚା ଯାଇଥାଏ ଆପଣଙ୍କ ପାଖରେ ଇଣ୍ଟରନେଟ୍ ସେବା !

Internet access is available by sea !
0 Comments