ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ | ଯେଉଁ ଘରେ ଧନର ଅଭାବ ସର୍ବଦା ଲାଗି
ରହୁଥାଏ ସେ ଘରୁ ଲକ୍ଷ୍ମୀ ଚାଲାଯାଇ ଥା’ନ୍ତି ବୋଲି ମଧ୍ୟ କୁହାଯାଏ | ସମସ୍ତେ ଚାହିଁ ଥା’ନ୍ତି
ତୀଙ୍କ ଜୀବନରେ ବହନତ ଧନ ସମ୍ପତ୍ତିରେ ଆସୁ | କାରଣ ଧନ ସମ୍ପତ୍ତି ମନୁଷ୍ୟକୁ ଆରାମଦାୟକ ଜୂବନ
ଦେଇଥାଏ ଓ ମନୁଷ୍ୟର ସମସ୍ତ ଆବଶ୍ୟକତା ପୁରା କରିବାର ସାମର୍ଥ୍ୟ ରଖି ଥାଏ |
ତେଣୁ ମାତା ଲକ୍ଷ୍ମୀଙ୍କର କୃପା ନିଜ ଘରେ ଏବଂ ପରିବାରେ ବଜାୟ ରଖିବା ପାଇଁ
ସମସ୍ତେ ଚେଷ୍ଟା କରନ୍ତି । ମାତାଙ୍କୁ ଖୁସି କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ପୂଜା
ଅର୍ଚ୍ଚନା ମଧ୍ୟ କରିଥା’ନ୍ତି । କିନ୍ତୁ ଜ୍ୟୋତିଷ ଏବଂ ତନ୍ତ୍ର ଶାସ୍ତ୍ରରେ ଏପରି କିଛି ଜିନିଷ
ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ
ସର୍ବଦା ରହିବ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବା ପାଇଁ ଏହି
୭ଟି ଜିନିଷର ବହୁ ଗୁରୁତ୍ବପୂର୍ଣ ଭୂମିକା ରହିଛି |
ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏହି ୭ଟି ଗୁରୁତ୍ବପୂର୍ଣ ଜିନିଷ ବିଷୟରେ
କହିବାକୁ ଯାଉଛୁ ଯାହାକୁ ଘରେ ରଖିବା ବହୁତ ଶୁଭପ୍ରଦ ହୋଇଥାଏ । ଏହି ଜିନିଷ ଗୁଡିକ ଘରେ ରଖିବା
ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଓ ଅଭୀବ ଅସୁବିଧା ଦୂରେଇ ଯାଇ ଥାଏ |
ଏବେ ଆସନ୍ତୁ ଜାଣିବା ଏହି ୭ଟି ଜିନିଷ ବିଷୟରେ ଯାହା ନିମ୍ନରେ
ପ୍ରଦତ୍ତ:-
୧- ପାରଦ ଲକ୍ଷ୍ମୀଙ୍କର ପ୍ରତିମା:
ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଘରେ
ପାରଦରେ ନିର୍ମିତ ମାତା ଲକ୍ଷ୍ମୀଙ୍କର ପ୍ରତିମା ରଖିବା ଉଚିତ । ଏହି ପାରଦ ସ୍ୱରୂପ ମାତା
ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ଵାରା ଆପଣଙ୍କର ସବୁ ଇଛା ପୂରଣ ହୋଇଥାଏ ।
୨-ଦକ୍ଷିଣାବର୍ତ୍ତୀ ଶଙ୍ଖ:
ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତି ସ୍ୱରୂପ କୁହାଯାଏ । ଏହା
ସହିତ ଏହାକୁ ଧନ ସମ୍ପଦ, ଐଶ୍ୱର୍ଯ୍ୟ ଏବଂ ସମୃଦ୍ଧିର ପ୍ରତୀକ ମଧ୍ୟ କୁହାଯାଏ । ଏହାକୁ ଆପଣ ନିଜ
ଘରେ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିବା ଉଚିତ ।
୩-କଉଡି:
କୁହନ୍ତି କି ଘରେ କଉଡି ରଖିବା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ୟା ରହେ ନାହିଁ ।
ମାନ୍ୟତା ଅନୁସାରେ କଉଡି ମାତା ଲକ୍ଷ୍ମୀଙ୍କର ଭଉଣୀ ଅଟେ । କଉଡି ଆପଣଙ୍କୁ ଖରାପ ନଜର ଏବଂ ସଙ୍କଟ
ଠାରୁ ଦୂରେଇ ରଖିବ ।
୪- କୁବେର ଦେବତାଙ୍କ ଫଟୋ ବା ଯନ୍ତ୍ର:
କୁବେରଙ୍କୁ ସୁଖ ସମୃଦ୍ଧି ଏବଂ ଧନର ଦେବତା କୁହାଯାଏ । ସେଥି ପାଇଁ ଘରେ ମାତା
ଲକ୍ଷ୍ମୀଙ୍କ ସହିତ କୁବେର ଦେବତାଙ୍କର ମୂର୍ତି କିମ୍ବା ଫଟୋ ବା ଯନ୍ତ୍ର ରଖି ପୂଜା କରିବା ଉଚିତ
।
୫- ଲକ୍ଷ୍ମୀ ପାଦୁକା:
ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ମାତା ଲକ୍ଷ୍ମୀଙ୍କର ଚାନ୍ଦିରେ ତିଆରି
ପାଦୁକା ପୂଜା ଘରେ ବା ଘରର ମନ୍ଦିରରେ ରଖିବା ଉଚିତ ।
୬-କମଳ ମଞ୍ଜି:
କମଳ ମଞ୍ଜି ବା ପଦ୍ମଫୁଲର ମଞ୍ଜିର ପ୍ରୟୋଗ ପୂଜା ପାଠ ଏବଂ ମନ୍ତ୍ରର ଜପ ପାଇଁ
କରାଯାଏ । ଘରେ ପୂଜା କରୁଥିବା ସ୍ଥାନରେ ପଦ୍ମଫୁଲର ମଞ୍ଜିର ମାଳା ରଖିବା ଦ୍ଵାରା ଲକ୍ଷ୍ମୀଙ୍କର
ବିଶେଷ କୃପା ହୋଇ ଥାଏ । ଆପଣ ଏହାର ମାଳାକୁ ଧାରଣ ମଧ୍ୟ କରି ପାରିବେ ।
୭-ଶ୍ରୀ ଯନ୍ତ୍ର:
ଶ୍ରୀ ଯନ୍ତ୍ର ଏପରି ଏକ ଚମତ୍କାରୀ ଯନ୍ତ୍ର ଅଟେ ଯାହାକୁ ଘରେ ରଖିବା ଦ୍ଵାରା
ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଇ ଥାଏ । ଏହି ଶୁଭ ଯନ୍ତ୍ର ଧନ, ସମ୍ପତ୍ତି, ସୁଖ, ସମୃଦ୍ଧି
ଲାଭ ତଥା ଋଣ ଇତ୍ୟାଦିରୁ ମୁକ୍ତି ପାଇଁ ଘରେ ପୂଜା ସ୍ଥଳରେ ରଖିବା ଉଚିତ ।
ଏପରି ଶାସ୍ତ୍ର ଜ୍ଞାନ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ଆମ ପେଜ୍ ସହ ଯୋଡି ହୋଇ
ରହନ୍ତୁ |
ଓଁ ମହା ଲକ୍ଷ୍ମୈ ନମଃ !
ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବା ପାଇଁ ଘରେ ରଖନ୍ତୁ ଏହି ୭ ଟି ଜିନିଷ..

Keep these 7 things at home to attract Mother Lakshmi.
0 Comments