ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣିବା ପାଇଁ ପାଖରେ ରଖନ୍ତୁ ଏହି ଜିନିଷ !


957
Keep this thing close to bringing happiness, peace and prosperity to your life !t
Keep this thing close to bringing happiness, peace and prosperity to your life !t

ମନୁଷ୍ୟ ଜୀବନରେ ସୁଖ ଓ ଦୁଃଖ ସବୁବେଳେ ଲାଗି ରହିଥାଏ | କିନ୍ତୁ ମନୁଷ୍ୟ ସର୍ବଦା ସୁଖ ଶାନ୍ତିରେ ରହିବା ପାଇଁ ବହୁ ପ୍ରୟାସ କରି ଥାଏ | ଆଜି ଆମେ ଆପଣଙ୍କୁ ସୁଖ ଶାନ୍ତିରେ ରହିବା ପାଇଁ ଏକ ସୁନ୍ଦର ଓ ସରଳ ଉପାୟ ବିଷୟରେ ଜଣାଇବାକୁ ଚାହିଁବୁ | ଆପଣ ଜାଣନ୍ତି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ସବୁଠାରୁ ଅଧିକ ପ୍ରିୟ  ହେଉଛି ବଂଶୀ। ଏହି ବଂଶୀ ବାଉଁଶରୁ ତିଆରି ହୋଇଥାଏ ଓ ଏହାକୁ ଅଧର ଦ୍ବାରା ଫୁଙ୍କାଯିବା ହେତୁ ସୁନ୍ଦର ମଧୁର ମନମୋହକ ସ୍ବର ଉତ୍ପନ ହୋଇଥାଏ |  ତେବେ ବଂଶୀକୁ ନେଇ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଅନେକ ମହତ୍ତ୍ବ ରହିଛି। କାହ୍ନାଙ୍କର ଏହି ବାଦ୍ୟ ଯନ୍ତ୍ର କେବଳ ଶାନ୍ତିର ବାର୍ତ୍ତା ଦେଇ ନଥାଏ ବରଂ ଘର ପରିବାର ସହ ଜଡିତ ଅନେକ ସମସ୍ଯାର ସମାଧାନ କରିଥାଏ, ଘରୁ ନକରାତ୍ମକ ଉର୍ଜାର ବିନାଶ କରି ସକରାତ୍ମକ ଉର୍ଜା ସଷ୍ଟି କରିଥାଏ |ଏହା ମନୁଷ୍ୟ ଜୀବନରୁ ମଧ୍ୟ ଦୁଃଖ ବିପଦକୁ ଦୂର କରିଥାଏ ବୋଲି ବିଜ୍ଞଜନ ମାନେ କହି ଯାଇଛନ୍ତି। ଏହା ଜୀବନ ଦାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି କାରଣରୁ ଏହାକୁ ବାସ୍ତୁଦୋଷ ନିବାରକ କୁହାଯାଇ ଥାଏ।
ଏବେ ଆସନ୍ତୁ ଜାଣିବା ବଂଶୀରେ କେଉଁ ପ୍ରଭାବଶାଳୀ ଗୁଣ ରହିଥାଏ:
୧-ବେପାର କ୍ଷେତ୍ରରେ ଲାଭ ହୋଇଥାଏ: ସନାତନ ପରମ୍ପରା ଅନୁଯାୟୀ ବଂଶୀ ବହୁତ ଶୁଭ ହୋଇଥାଏ। ଯଦି ଆପଣ ବେପାର କ୍ଷେତ୍ରରେ କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ ନିଜର ଏହି ଚିନ୍ତା ଦୂର କରିବା ପାଇଁ ବଂଶୀକୁ ନିଜ ଘରେ, କାର୍ଯ୍ୟାଳୟରେ ବା ପଇସା ରଖିବା ସ୍ଥାନରେ ରଖିପାରିବେ। ବାଣିଜ୍ୟ କ୍ଷେତ୍ରରେ ଲାଭ ପାଇବା ପାଇଁ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ନିଜ ଦୋକାନ କିମ୍ବା ଅଫିସରେ ବଂଶୀ ରଖନ୍ତୁ। ଏହା ଦ୍ବାରା ଆପଣ ଅନେକ ଲାଭ ପାଇପାରିବେ।
୨-ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ: ଯଦି ପତି-ପତ୍ନୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥାଏ ତେବେ ଆପଣ ବଂଶୀର ବ୍ୟବହାର କରି ନିଜ ଦାମ୍ପତ୍ୟ ଜୀବନରେ ଖୁସି ଆଣିପାରିବେ। ଶୋଇବା ଖଟର ଉପର ପାର୍ଶ୍ବରେ ଘରର ପିଲର ରହିବାକୁ ଅଶୁଭ କହାଯାଇଥାଏ। ଏଣୁ ଏହାକୁ ଦୂର କରିବା ପାଇଁ ସ୍ତମ୍ବର ଦୁଇ ପାଶ୍ବରେ ନାଲି ଫିତାରେ ବଂଶୀ ବାନ୍ଧି ଦିଅନ୍ତୁ। ଦେଖିବେ ସସସ୍ତ ସମସ୍ଯା ଦୂର ହୋଇଯିବ।
୩-ଆର୍ଥିକ ସମସ୍ୟା ଦୂର ହୋଇଥାଏ: ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ରୂପା ବଂଶୀ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ରୂପା ବଂଶୀ ରଖିବା ଦ୍ବାରା ଘରେ ମା ଲକ୍ଷ୍ମୀ ବାସ କରିଥା’ନ୍ତି ଏବଂ ଘରୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ସହ ଜଡ଼ିତ ଏହି ଉପାୟ ପାଳନ କରିବା ଦ୍ବାରା ଘରର ଆର୍ଥିକ ପରିସ୍ଥିତି ମଧ୍ୟ ଠିକ ହୋଇଥାଏ |
୪-ଆଧ୍ୟାତ୍ମିକ ଶକ୍ତିରେ ଉନ୍ନତି ହୁଏ: ଯଦି ଆପଣ ଧାର୍ମିକ ବା ଆଧ୍ୟାତ୍ମିକ ସାଧନାରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆପଣ ବଂଶୀର ଉପଯୋଗ କରି ଏହି କ୍ଷେତ୍ରରେ ସଫଳ ହୋଇ ପାରିବେ। ଆଧ୍ୟାତ୍ମିକ ସାଧନାରେ ସଫଳ ହେବା ପାଇଁ ଆପଣ ସାଧନା ସ୍ଥଳ, ମନ୍ଦିର ଆଦିରେ ୨୧ ବା ୫୧ଟି ବଂଶୀରେ ତିଆରି ହୋଇଥିବା ଝାଲର ଲଗାନ୍ତୁ।
୫- ଘର ର ବାସ୍ତୁ ଦୋଷ ଦୂର କରି ଥାଏ: ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାହାର କବାଟ ମୁନିଆ ହୋଇଥିଲେ ବାସ୍ତୁ ଦୋଷ ରହିଥାଏ। ଏଣୁ ଏହି ବାସ୍ତୁ ଦୋଷରୁ ରକ୍ଷା ପାଇବା ପାଇଁ ଘର ବାହାର କବାଟ ଗୋଲାକାର ଆକୃତିର ତିଆରି କରିବା ଉଚିତ। ଯଦି ଏହା ସମ୍ଭବ ହୋଇନଥାଏ, ତେବେ କବାଟର ଦୁଇ ପାଶ୍ବରେ ବଂଶୀ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।
ତେଣୁ ବଂଶୀର ଏପରି ଉପାୟ ଅବଲମ୍ବନ କରି ଆପଣ ନିଜ ଘରର ବାସ୍ତୁଦୋଷ ଦୂର କରିବା ସହ ନିଜ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣି ପାରିବେ | ଏପରି ଆବଶ୍ୟକୀୟ ତଥ୍ୟ ପାଇବା ପାଇଁ ଆପଣ ଆମ ସହ ଯୋଡି ହୋଇ ରହନ୍ତୁ | ଜୟ ଶ୍ରୀକୃଷ୍ଣ !


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format