ଆମେ ନିଜର ଘରେ ବିଭିର୍ଣ ପ୍ରକାରର ବାସନ ବା ପାତ୍ର ଖାଦ୍ୟ ଖାଇବା ପାଇଁ
ବ୍ୟବହାର କରିଥାଉ | ଯେପରିକି ମାଟି, ଆଲମୁନିୟମ, ପିତଳ, ତମ୍ବା, କାଚ, ପ୍ଲାଷ୍ଟିଟିକ, ଷ୍ଟିଲ
ଇତ୍ୟାଦି | ଆଜିକାଲି ତ ପୁଣି ଥର୍ମୋକୁଲରେ ତିଆରି ପ୍ଲେଟ୍, ଗ୍ଲାସ ଆଦିର ମଧ୍ୟ ବହୁଳ ବ୍ୟବହାର
କରାଯାଉଛି | ଆମେ ମୁଖ୍ୟତଃ ଘରେ ଆଜିକାଲି ନିଜ ସୁବିଧା ପାଇଁ ଷ୍ଟିଲ ବାସନ ବେଶି ବ୍ୟବହାର
କରୁଛେ | କିନ୍ତୁ ଆଗ କାଳରେ ଆମ ଜେଜେ ବାପା-ମା’ଙ୍କ ଅମଳରେ ବେଶି ମାତ୍ରାରେ ପଥର, ମାଟି, କଂସା,
ପିତଳ ଓ କଦଳୀ ପତ୍ରକୁ ସେମାନେ ଖାଦ୍ୟ ଦ୍ରବ୍ୟ ଖାଇବା ପାଇଁ ବ୍ୟବହାର କରୁଥିଲେ | କିନ୍ତୁ ଧୀରେ
ଧୀରେ ଆମେ ନିଜ ସୁବିଧା ପାଇଁ ସେ ସବୁ ବାସନ ବ୍ୟବହାର କରିବା ପରିବର୍ତ୍ତେ ଷ୍ଟିଲ, ଆଲୁମୁନିୟମ,
ଫାଇବର୍, ପ୍ଲାଷ୍ଟିକ ଓ ଥର୍ମୋକୁଲରେ ତିଆରି ପ୍ଲେଟ, ଗିନା, ଗ୍ଲାସ, ଥାଳି ଆଦି ବ୍ୟବହାର କରୁଛେ
| କିନ୍ତୁ କେବେ କ’ଣ ଆପଣ ଭାବିଛନ୍ତି କି ଆମେ ବ୍ୟବହାର କରୁଥିବା ବିଭିର୍ଣ ପ୍ରକାର ବାସନଗୁଡିକ
ମଧ୍ୟରୁ କେଉଁସବୁ ବାସନ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଓ କେଉଁଗୁଡିକ ହାନୀକାରକ ? ଆପଣ
ଜାଣଛନ୍ତି କି କେଉଁ ସବୁ ବାସନ ବ୍ୟବହାର କଲେ କ’ଣ ସବୁ ଫାଇଦା ମିଳିଥାଏ। କାରଣ ପ୍ରତ୍ୟେକ ବାସନ
ବ୍ୟବହାର କରିବା ଦ୍ୱାରା କିଛି ନା କିଛି ଲାଭ ବା କିଛି ନା କିଛି କ୍ଷତି ମଧ୍ୟ ଥାଏ।
ଆଜି ଆମେ ସେ ବିଷୟରେ ଆପଣଙ୍କୁ ଅବଗତ କରାଇବାକୁ ଚାହିଁବୁ | ତେବେ କେଉଁ ବାସନ
ବ୍ୟବହାର କଲେ ତାହାର ଶରୀର ଉପରେ କ’ଣ ପ୍ରଭାବ ରହିଥାଏ ଆସନ୍ତୁ ଜାଣିବା।
୧-ଚାନ୍ଦି ବାସନ: ଚାନ୍ଦି ବା ରୂପା ଏକ ଥଣ୍ଡା ଧାତୁ। ଚାନ୍ଦି ବାସନରେ ଖାଦ୍ୟ
ଖାଇବା ଦ୍ୱାରା ଏହା ଆମ ଶରୀର ଓ ମନକୁ ଶାନ୍ତ ରଖିଥାଏ। ଏହି ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମ
ମସ୍ତିଷ୍କ ସଦା ଚଳଚଞ୍ଚଳ ରହିଥାଏ। ଏହା ଦ୍ୱାରା ଆଖି ମଧ୍ୟ ସୁସ୍ଥ ରହେ। ଏହା କଫ ସମସ୍ୟାକୁ ମଧ୍ୟ
ଦୂର କରିଥାଏ।
୨-ମାଟି ପାତ୍ର: ମାଟି ପାତ୍ରରେ ଖାଦ୍ୟ ସିଝିବା ପାଇଁ ଅଧିକ ସମୟ ନେଇଥାଏ ସତ
କିନ୍ତୁ ଏଥିରେ ରନ୍ଧା ଯାଇଥିବା ଖାଦ୍ୟ ଆମ ଶରୀର ପାଇଁ ବହୁ ଲାଭପ୍ରଦ ହୋଇଥାଏ।ଏହି ପାତ୍ରରେ
ପ୍ରସ୍ତୁତ ହୋଇଥିବା ଖାଦ୍ୟର ସ୍ବାଦ ମଧ୍ୟ ସ୍ବତନ୍ତ୍ର ଏବଂ ଏହି ପାତ୍ରରେ ପ୍ରସ୍ତୁତ ହୋଇଥିବା
ଖାଦ୍ୟର ପୋଷକ ତତ୍ବ ନଷ୍ଟ ହୋଇ ନଥାଏ ବା ହ୍ରାସ ପାଇ ନଥାଏ। ଆମ ଶରୀରକୁ ଏହା ଦ୍ୱାରା ଖାଦ୍ୟରେ
ଥିବା ପୁରା ପୋଷକ ତତ୍ୱ ମିଳିଥାଏ।
୩-ତମ୍ବା ପାତ୍ର: ଆପଣ ଜାଣନ୍ତି କି, ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା
ଆମେ ରୋଗ ମୁକ୍ତ ରହିଥାଉ। ଏହି ପାତ୍ରରେ ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ବିଷାକ୍ତ
ପଦାର୍ଥ ବାହାରି ଯାଇଥାଏ। ଏହା ରକ୍ତକୁ ଶୁଦ୍ଧ କରିଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି
କରିଥାଏ।
ଏଥିରେ ଖାଇବା ଦ୍ୱାରା ଲିଭର ସମସ୍ୟା, ଚର୍ମ ସମସ୍ୟା, ଉଦରଜନିତ ସମସ୍ୟା ଆଦି
ଅନେକ ରୋଗ ଦୂର ହୋଇଥାଏ। ଏହି ପାତ୍ରରେ କିନ୍ତୁ କ୍ଷୀର ପିଇବା ଉଚିତ ନୁହେଁ। ଏହା ଦ୍ୱାରା ଆମ
ଶରୀରକୁ କ୍ଷତି ହୋଇପାରେ।
୪-କଂସା ପାତ୍ର: କଂସା ପାତ୍ରରେ ରୋଷେଇ କରିବା ଦ୍ୱାରା ଆମ ବୁଦ୍ଧି ପ୍ରଖର
ହୋଇଥାଏ। ରକ୍ତକୁ ଏହା ପରିସ୍କାର ମଧ୍ୟ କରିଥାଏ। ଆହୁରି ମଧ୍ୟ ଏହି ପାତ୍ରରେ ଖାଦ୍ୟ ଖାଇବା ଯୋଗୁ
ଆମକୁ ଭୋକ ଲାଗିଥାଏ।
କିନ୍ତୁ କଂସା ପାତ୍ରରେ ଖଟା ଦ୍ରବ୍ୟ କେବେ ହେଲେ ଖାଆନ୍ତୁ ନାହିଁ। ଖଟା ଦ୍ରବ୍ୟ
ଏଥିରେ ରଖିବା ଦ୍ୱାରା ତାହା ଖଟା ପଦାର୍ଥ ସହ ପ୍ରତିକ୍ରିୟା କରି ବିଷ ସଦୃଶ ହୋଇଯାଏ। ତେଣୁ ଆପଣ
ଏହା ଦ୍ୱାରା ଅସୁବିଧାରେ ପଡ଼ି ପାରନ୍ତି।ଏଥିରେ ରୋଷେଇ କଲେ ଖାଦ୍ୟରୁ କେବଳ ୩% ପୋଷକ ତତ୍ୱ ହିଁ
ନଷ୍ଟ ହୋଇଥାଏ।
୫-ପିତଳ ବାସନ: ପିତଳ ବାସନରେ ରୋଷେଇ କରିବା ଦ୍ୱାରା ଆମ ଶରୀରରେ ଥିବା କୃମି
ନଷ୍ଟ ହୋଇଥାଏ। ଆଉ ଏଥିରେ ଖାଦ୍ୟ ରାନ୍ଧିଲେ ୭% ପୋଷକ ତତ୍ୱ ନଷ୍ଟ ହୋଇଥାଏ।
୬-ଲୌହ ପାତ୍ର: ଲୌହ ବା ଲୁହା ପାତ୍ରରେ ରୋଷେଇ କରିବା ଦ୍ୱାରା ଶରୀରର ଶକ୍ତି
ବଢ଼ିଥାଏ। ଏହା ଶରୀରରେ ଜରୁରୀ ପୋଷକ ତତ୍ୱକୁ ବଢ଼ାଇ ଥାଏ। ଏହା ମଧ୍ୟ ଅନେକ ରୋଗ ହେବାକୁ
ଦିଏନାହିଁ। ଏହାଦ୍ୱାରା ଶରୀର ପୀଡା ହେବା ପରି ସମସ୍ୟା ଦେଖାଯାଇ ନ ଥାଏ।ଏହି ବାସନରେ ଆପଣ କ୍ଷୀର
ମଧ୍ୟ ପିଇ ପାରିବେ। କିନ୍ତୁ ଏଥିରେ ଆପଣ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ୱାରା ବୁଦ୍ଧି କମ୍
ହୋଇଥାଏ।
୭- ଆଲମୁନିୟମ ବାସନ: ଆଲମୁନିୟମ ବକ୍ସାଇଟ୍ରୁ ତିଆରି ହୋଇଥାଏ। ଏହି ବାସନରେ
ଖାଇବା ଦ୍ୱାରା ଶରୀରକୁ କ୍ଷତି ହିଁ ହୋଇ ଥାଏ। ଏହା ଖାଦ୍ୟରେ ଥିବା ଆଇରନ୍ ଏବଂ
କ୍ୟାଲ୍ସିୟମ୍କୁ ଶୋଷି ନେଇଥାଏ।ଏହି ପାତ୍ରକୁ ବ୍ୟବହାର ନ କରିବା ଭଲ। ଏହା ଦ୍ୱାରା ହାଡ଼ ଉପରେ
କୁପ୍ରଭାବ ପଡିଥାଏ। ଏହା ସହ କିଡ୍ନି ଫେଲ୍, ମାନସିକ ସ୍ତରରେ ପ୍ରଭାବ ଆଦି ସମସ୍ୟା ଦେଖା
ଦେଇପାରେ।
୯- କାଚ ବାସନ:
କାଚ ପାତ୍ରରେ ଖାଦ୍ୟ ଖାଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ନିରାପଦ | ଏହା ବ୍ୟତୀତ
କାଗଜ ଓ ପତ୍ର ଆଦିରେ ଖାଦ୍ୟ ଖାଇବା ମଧ୍ୟ ନିରାପଦ ଅଟେ | ଏହା କୌଣସି ବିଷ କ୍ରିୟା କରି ନଥାଏ ଓ
ପରିବେଶର ମଧ୍ୟ କୌଣସି ହୀନି କରି ନଥାଏ |
୧୦- ଷ୍ଟିଲ୍, ଫାଇବର୍ ,ପ୍ଲାଷ୍ଟିକ ଓ ଥର୍ମୋକୁଲ ପାତ୍ର:
ଷ୍ଟିଲ୍ ବାସନର ଅଜିକାଲି ଘରେ ଘରେ ବହୁଳ ବ୍ୟବହାର ରହିଛି | ଏହା ବ୍ୟତୀତ
ଫାଇବର୍ ,ପ୍ଲାଷ୍ଟିକ ଓ ଥର୍ମୋକୁଲରେ ତିଆରି ପାତ୍ର ମଧ୍ୟ ଆମେ ଆବଶ୍ୟକ ସ୍ଥଳେ ବ୍ୟବହାର କରୁଛେ
| କିନ୍ତୁ ଏହି ସବୁ ପାତ୍ରରେ ଖାଇବା ସ୍ବାସ୍ଥ୍ୟକର ନୁହେଁ | ଫାଇବର୍ ,ପ୍ଲାଷ୍ଟିକ ଓ ଥର୍ମୋକୁଲ
ର ପାତ୍ରରେ ଖାଇବା ତ ପୁଣି ଆମ ଶରୀରର ବହୁ ହାନି କରିବା ସହ ପରିବେଶ ପ୍ରଦୂଷଣ କରିଥାଏ |
ଫାଇବର୍ ,ପ୍ଲାଷ୍ଟିକ ଓ ଥର୍ମୋକୁଲ ପାତ୍ରରେ ନିୟମିତ ଖାଦ୍ୟ ଖାଇବା କ୍ୟାନସର ପରି ବହୁ
ମାରାତ୍ମକ ରୋଗ ର କାରଣ ମଧ୍ୟ ହୋଇଥାଏ |
ଏପରି ଉପାଦେୟ ତଥ୍ୟ ପାଇବା ପାଇଁ ଆମ ପେଜ୍ ର ସମ୍ପର୍କରେ ରହିଥା’ନ୍ତୁ |
ଜାଣି ରଖନ୍ତୁ କେଉଁ ପାତ୍ରରେ ଖାଇବା ସର୍ବୋତ୍ତମ ଅଟେ !

According to the scriptures of Tulsi Das, 4 mantras of success ...
0 Comments