ଜାଣନ୍ତୁ ଖରାଦିନେ କିପରି ନିଜ ଗାଡିର ଯତ୍ନ ନେବେ ଓ ଏହାକୁ ସୁରକ୍ଷିତ ରଖିବେ !


965
According to the scriptures of Tulsi Das, 4 mantras of success ...
According to the scriptures of Tulsi Das, 4 mantras of success ...

ଏବେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମପ୍ରବାହ। ଚାରିଆଡ ଖାଲି ମୁଣ୍ଡ ଫଟା ଖରାର ପ୍ରକୋପ ଓ ତାତି ପବନ | ଦିନ ୧୦ଟା ବେଳକୁ ବି ତାତି ଅସହ୍ୟ| ଏହି ଖରାଦିନେ ବାହାରକୁ ଯିବା ବହୁତ କଷ୍ଟ ମନେ ହେଉଥିବାରୁ କେହିବି ଅତି ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ଯିବା ପାଇଁ ଇଚ୍ଛା କରନ୍ତି ନାହିଁ। ଆଉ ଯଦି ବି କିଏ କୌଣସି କାମରେ ବାହାରକୁ ଯାଆନ୍ତି ତେବେ ସେମାନେ ଏସି କାରରେ ଯାତ୍ରା କରିବାକୁ ପସନ୍ଦ କରନ୍ତି | କିନ୍ତୁ ଗୋଟେ ଗୁରୁତ୍ବପୂର୍ଣ କଥା ହେଲା, ଯେଭଳି ଆପଣ ଖରା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି ସେହିପରି ନିଜର ଗାଡି ମଟରକୁ ମଧ୍ୟ ଖରା ଦାଉରୁ ରକ୍ଷା କରିବା ଦରକାର। ତେବେ ଆସନ୍ତୁ ଜାଣିବା କିପରି ଭାବରେ ଆପଣ ଆପଣଙ୍କ କାର ଓ ବାଇକକୁ ରକ୍ଷା କରିପାରିବେ।
୧-କାର କାଚ ସମ୍ପୁର୍ଣ୍ଣ ବନ୍ଦ କରନ୍ତୁ ନାହିଁ : ଆପଣ ଯେତେବେଳେ ବି କୌଣସି ସ୍ଥାନରେ ଗାଡି ପାର୍କିଂ କରୁଛନ୍ତି ସେତେବେଳେ ଗାଡିର କାଚ ସମ୍ପୁର୍ଣ୍ଣ ବନ୍ଦ କରନ୍ତୁ ନାହିଁ। ଏକ ଇଞ୍ଚ କିମ୍ବା ଅଧା ଇଞ୍ଚ କାର କାଚ ଖୋଲିବା ଦ୍ୱାରା ଗାଡି ଭିତରକୁ ପବନ ଯିବା ଆସିବା କରିବ, ଯାହା ଦ୍ୱାରା କାର ଭିତରେ ଅଧିକ ଗରମ ଜଣାପଡିବ ନାହିଁ।
୨-ଏସିର କିପରି କରିବେ ସଠିକ ବ୍ୟବହାର: ଖରାଦିନେ କାରରେ ଥିବା ଏସିକୁ ସଠିକ କାର୍ଯ୍ୟକାରୀ କରିବା ପାଇଁ ଏସିକୁ ଠିକ କରି ନିଅନ୍ତୁ। ନହେଲେ ଏସିରୁ ଥଣ୍ଡା ପବନ ବାହାରିବା କଷ୍ଟ ହୋଇଯିବ। ଏସିର ଗ୍ୟାସ ସରିଯାଇଥିଲେ ଏଥିରେ ଗ୍ୟାସ ଭର୍ତ୍ତି କରି ଦିଅନ୍ତୁ। ଏସିରେ ଥିବା ଟ୍ୟୁବ ଓ ବଲଭ୍‍କୁ ସଫା କରିବା ମଧ୍ୟ ନିହାତି ଦରକାର।
୩-ଗାଡିରେ କୁଲାଣ୍ଟ ସଠିକ ମାତ୍ରାରେ ରଖନ୍ତୁ: ଖରାଦିନେ ଗାଡି ଅଧିକ ଗରମ ରହୁଥିବା ଦେଖିବାକୁ ମିଳିଥାଏ। ଏଥିପାଇଁ ଗାଡିରେ ଥିବା କୁଲାଣ୍ଟର ମାତ୍ରା ସଠିକ ରଖନ୍ତୁ।
୪-ବ୍ୟାଟେରୀ ପରୀକ୍ଷା କରନ୍ତୁ: ଅନେକ ଗାଡିରେ ବ୍ୟାଟେରୀ ପରୀକ୍ଷା ମୁକ୍ତ ରହିଥିବାରୁ ସେଥିପାଇଁ ସେଥିରେ ଇଲୋକ୍ଟ୍ରୋଲାଇଟ ସ୍ତର ପରୀକ୍ଷା କରିବା ଲୋକମାନେ ଦରକାରୀ ମନେ କରୁ ନାହାଁନ୍ତି। କିନ୍ତୁ ବାରମ୍ବାର ବ୍ୟାଟେରୀ ପରୀକ୍ଷା କରିବା ନିହାତି ଦରକାର। ଯଦି ବ୍ୟାଟେରୀରେ ପାଣି କମି ଯାଇ ଥିବା ଦେଖିବାକୁ ମିଳିଛି ତେବେ ଏହି ସମୟରେ ଡିସ୍‍ଟିଲ୍ଟ-ଓ୍ବାଟର ପକାଇବା ଦରକାର।
୫-ଇଞ୍ଜିନ ତୈଳ ଯାଞ୍ଚ କରିବା ଦରକାର: ଗାଡିରେ ସବୁ ସମୟରେ ଇଞ୍ଜିନ ତେଲ ଯାଞ୍ଚ କରିବା ଦରକାର।
୬- ତେଲ ପକାଇବା ସମୟରେ ସାବଧାନ ରୁହନ୍ତୁ:  କାର ଏବଂ ବାଇକରେ ତେଲ ପକାଇବା ସମୟରେ ଟାଙ୍କି ଭର୍ତ୍ତି କରନ୍ତୁ ନାହିଁ। ଆବଶ୍ୟକ ଅନୁଯାୟୀ କାରରେ ତେଲ ପକାନ୍ତୁ।
୭-ଗାଡିକୁ ଛାଇରେ ରଖନ୍ତୁ: ଯଥା ସମ୍ଭବ ନିଜ ଗାଡିକୁ ଖରାରେ ନରଖି ଛାଇରେ ରଖିନ୍ତୁ ଓ ଗାଡି ଚକାର ପ୍ରେସର ମଝିରେ ମଝିରେ ଜାଞ୍ଚ କରି ଠିକ ରଖନ୍ତୁ |
ଖରା ଦିନେ ନିଜ ଗାଡିର ସୁରକ୍ଷା ପାଇଁ ଉପର ଲିଖିତ କେତୋଟି ଗୁରୁତ୍ବପୂର୍ଣ ଦିଗ ପ୍ରତି ଦୃଷ୍ଟି ଦେଲେ ଆପଣଙ୍କ ଗାଡିର ଖରାଦିନେ ସୁରକ୍ଷିତ ରହି ପାରିବ।


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format