ଜାଣନ୍ତୁ ଘଟଗାଁ’ ମା’ ତାରିଣୀ ପୀଠର ଆଶ୍ଚର୍ଯ୍ୟଜନକ ରହସ୍ୟ !


924
Tarini_temple
Tarini_temple

କୌଣସି ଦୁଃଖ ବିପଦରେ ଆମେ ପଡିଥିବା ସମୟରେ ଆମ ଜାଣତରେ ହେଉ ବା ଅଜାଣତରେ ଆମ ପାଟିରୁ ମା’ ତାରିଣୀଙ୍କ ନାମ ଆପେ ବାହାରି ଆସେ | କୁହାଯାଏ ମା’ ତାରିଣୀ ହେଉଛନ୍ତି ଦୁଃଖ ହାରିଣୀ ଓ ଡାକିଲେ ଓ… କରନ୍ତି | ନଡିଆ ମା’ ଙ୍କର ପ୍ରିୟ ଫଳ ଓ ଲାଲ୍ ମନ୍ଦାର ପ୍ରିୟ ଫୁଲ ହୋଇଥିବା ହେତୁ ମା’ଙ୍କୁ ନଡିଆରାଣୀ ଓ ମନ୍ଦାରମାଳିନୀ ବୋଲି ମଧ୍ୟ କୁହାଯାଏ | ମା’ ତାରିଣୀ ହେଉଛନ୍ତି ସିନ୍ଦୁରମୁଖୀ ଯାହାଙ୍କର ପବିତ୍ର ଆବାସ ସ୍ଥଳୀ ଓଡିଶାର କେନ୍ଦୁଝର ଜିଲ୍ଲାସ୍ଥ ଘଟ ଗାଁ ଠାରେ ବହୁ ବର୍ଷରୁ ରହିଛି | ଆପଣଙ୍କ ସୂଚନା ପାଇଁ ଜଣାଇ ଦେବାକୁ ଚାହୁଁ ଯେ, କେନ୍ଦୁଝର ଜିଲ୍ଲା ୧ ଜାନୁଆରୀ ୧୯୪୮ ମସିହାରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପ୍ରଶାସନିକ ଜିଲ୍ଲା ଭାବେ ଗଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୁରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲା, ଦକ୍ଷିଣରେ ଯାଜପୁର ଜିଲ୍ଲା, ପଶ୍ଚିମରେ ଢ଼େଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ଉତ୍ତରରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଏହି ଜିଲ୍ଲାର କ୍ଷେତ୍ରଫଳ ୮,୩୦୩ ବର୍ଗ କି.ମି. ଅଟେ ଓ ୨୦୧୧ ଜନଗଣନା ଅନୁସାରେ କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟା ୧୮,୦୧,୭୩୩ । ଏହି ଜିଲ୍ଲା ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ୪୮୦ ମିଟର ଉଚ୍ଚରେ ରହିଛି। କେନ୍ଦୁଝର ଓଡ଼ିଶାର ପ୍ରମୁଖ ଖଣିଜ ଉତ୍ପାଦକ ଜିଲ୍ଲା ମାନଙ୍କ ମଧ୍ୟରୁ ଅନ୍ୟତମ । ଆଜି ଆମେ ଆପଣଙ୍କୁ ଏହି ଜିଲ୍ଲାର ମୁଖ୍ୟ ଆକର୍ଷଣ ମା’ ତାରିଣୀ ପୀଠର ଆଶ୍ଚର୍ଯ୍ୟଜନକ ରହସ୍ୟ ବିଷୟରେ ଜଣାଇବାକୁ ଚାହିଁବୁ |
ଘଟଗାଁ ମା’ ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ମା’ ତାରିଣୀ ମନ୍ଦିର ଆଧୁନିକ ସମୟର ସୃଷ୍ଟି । ଦେବୀଙ୍କର ପ୍ରକୃତିଦତ୍ତ ସ୍ଵରୂପ ଏହାଙ୍କର ଆଦିମ ମୂଳ ପ୍ରତିରୂପ ବୋଲି ପ୍ରମାଣିତ କରେ । କିମ୍ବଦନ୍ତୀ କହେ ଯେ, ମା’ ତାରିଣୀ ତାଙ୍କ ଭକ୍ତଙ୍କ ପାଇଁ ସତତ କରୁଣାମୟୀ ଏବଂ ଦୟାଶୀଳା । ମା’ ତାରିଣୀଙ୍କ ପୀଠକୁ ସୌନ୍ଦର୍ଯ୍ୟମୟ କରୁଥିବା ନିକଟସ୍ଥ ସଂରକ୍ଷିତ ଘଞ୍ଚ ବନାନୀ, ବନ୍ୟ ପଶୁ ପକ୍ଷୀଙ୍କର ଆଶ୍ରୟ ସ୍ଥଳ ।ଶ୍ରଦ୍ଧାଳୁ ଭକ୍ତଗଣ ଶ୍ରଦ୍ଧାରେ ଦେବୀଙ୍କୁ ନଡିଆ ଭୋଗ ଅର୍ପଣ କରନ୍ତି । ଆଦିବାସୀ ସବର ପୂଜକଙ୍କ ଦ୍ଵାରା ଦେବୀ ପୂଜିତା । ସ୍ଥାନିୟ ବାସିନ୍ଦା ଚୈତ୍ର ପୂର୍ଣିମାରେ ମହା ଜାକଜମକରେ ଦେବୀଙ୍କ ପୀଠରେ ମହା ବିଷୁବ ସଙ୍କ୍ରାନ୍ତି ଉତ୍ସବ ପାଳନ କରନ୍ତି । ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଭକ୍ତ ମାତୃଦେବୀଙ୍କୁ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିଥା’ନ୍ତି । 
ଏବେ ଆସନ୍ତୁ ଜାଣିବା ଘଟଗାଁ ମା’ ତାରିଣୀଙ୍କ ବିଷୟରେ କିଛି ଅଜଣା କଥା:- ଓଡିଶାର ଏକ ପ୍ରସିଦ୍ଧ ତନ୍ତ୍ର ଓ ଶକ୍ତି ପୀଠ ହେଉଛି  ମା’ ତାରିଣୀଙ୍କ ମନ୍ଦିର। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ପ୍ରତିଦିନ ଏଠାକୁ ଆସନ୍ତି। । ଆଉ ଯିଏ ମାଆଙ୍କ ପାଖକୁ ଆସି ନ ପାରନ୍ତି ସେ ଶ୍ରଦ୍ଧାରେ ମାଆଙ୍କ ପାଇଁ ନଡ଼ିଆଟିଏ ପଠାଇ ଦେଇଥାଏ। ମାଆ ତାରିଣୀ ହେଉଛନ୍ତି ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ। କୀମ୍ବଦନ୍ତି ଅନୁସାରେ, ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ମହାରାଜା ଗୋବିନ୍ଦ ଭଞ୍ଜଦେଓ ଥିଲେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନର ସେନାପତି। ବିଜୟ ଲାଭ ପରେ ଗଜପତିଙ୍କ ସହମତିରେ ଗୋବିନ୍ଦ ଭଞ୍ଜ କାଞ୍ଚିର ମାଆ ତାରିଣୀଙ୍କୁ କେନ୍ଦୁଝରକୁ ଅଣାଇଥିଲେ। ଏ ସମ୍ପର୍କରେ ମଧ୍ୟ ଚମତ୍କାର ଲୋକକଥା ଅଛି।
ମାଆ ତାରିଣୀଙ୍କ ସୂରୁପକୁ ଦେଖିଲେ ମନେ ହୁଏ ମାଆ ହେଉଛନ୍ତି ସ୍ୱୟଂ ଆଦିବାସୀ ସଂସ୍କୃତିର ପ୍ରତୀକ। ଯେଉଁମାନେ ସେଠାକୁ ଦର୍ଶନ କରିବାକୁ ନ ଆସି ପାରନ୍ତି ସେମାନେ ଯେ କୌଣସି ଯାନ ବାହାନରେ ମାଆଙ୍କ ପାଖକୁ ନଡ଼ିଆଟିଏ ପଠାଇ ଦେଇଥା’ନ୍ତି। ଆଉ ସେହି ନଡ଼ିଆ ମାଆଙ୍କ ପାଖରେ ଆସି ପହଞ୍ଚି ଯାଇଥାଏ।ବିଶ୍ବାସ ରହିଛି ଯେ ମା’ ପ୍ରତ୍ୟେକ ଭକ୍ତର ମନସ୍କାମନା ପୂରଣ କରିଥା’ନ୍ତି | ଶିଶୁ ମାନଙ୍କର ମୁଣ୍ଡନ, ବିବାହ, ହୋମ, ଜଜ୍ଞ , ପିଣ୍ଡ ଦାନ ଆଦି ବହୁ ପବିତ୍ର କାର୍ଯ୍ୟ ମା’ଙ୍କ ପୀଠରେ ମଧ୍ୟ ହୋଇଥାଏ | ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏତେ ସଂଖ୍ୟାରେ ନଡ଼ିଆ ମା’ଙ୍କ ପୀଠକୁ ଆସେ ଯେ, ସେ ସବୁକୁ ମହଜୁଦ କରି ରଖିବାକୁ ଏବଂ ସେଥିରୁ କତାଗୁଡ଼ିକୁ ବାହାର କରିବା ପାଇଁ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ।
ମା’ଙ୍କ ପବିତ୍ର ପୀଠ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନ ଠାରୁ ୭୦ କି:ମି ଦୂର ଅଟେ | ରାଜଧାନୀ ଭୁବନେଶ୍ୱରରୁ ଘଟଗାଁ ମାଆ ତାରିଣୀଙ୍କ ପୀଠ ୧୮୦ କି.ମି ଅଟେ। ଏହା କେନ୍ଦୁଝର ସହରରୁ ପ୍ରାୟ ୫୦ କି.ମି ଦୂର । ବାଟହରିଚନ୍ଦନପୁର ହେଉଛି ଘଟଗାଁର ନିକଟତମ ରେଲୱେ ଷ୍ଟେସନ୍‌, ଯାହା ଘଟଗାଁରୁ ମାତ୍ର ୧୭ କି.ମି ଦୂରରେ ଅବସ୍ଥିତ। ଆପଣ ଚାହିଁଲେ ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହି ବସ୍‌ କିମ୍ବା ଟ୍ରେନ୍‌ରେ ସେଠାକୁ ଯାଇ ପାରିବେ।
ବ୍ୟସ୍ତ ବହୁଳ ଜୀବନ ଭିତରୁ କେବେ ଟିକେ ସମୟ ବାହାର କରି ଏହି ପର୍ଯ୍ୟଟନସ୍ଥଳୀକୁ ଯାଇ ଥରେ ବୁଲି ଆସନ୍ତୁ ଓ ମା’ଙ୍କ କରୁଣାଲାଭ କରି ଜୀବନକୁ ଆନନ୍ଦମୟ କରନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format