ଆସନ୍ତୁ ଜାଣିବା ଆମ ରୋଷେଇରେ ବ୍ୟବହାର କରାଯାଉ ଥିବା ଲବଙ୍ଗର ଉପକାରୀତା ବିଷୟରେ…


980
Let’s find out about the benefits of clove used in
Let’s find out about the benefits of clove used in

ପ୍ରକୃତିରେ ବହୁତ ମୁଲ୍ୟବାନ ବସ୍ତୁ ଅଛି ଯାହା ମନୁଷ୍ୟର ସମସ୍ତ ଆବଶ୍ୟକତା ପୁରା କରିବାକୁ ସକ୍ଷମ | ସେପରି ଏକ ଜିନିଷ ହେଲା ଲବଙ୍ଗ ଯାହାକୁ ସାଧାରଣତଃ ଆମେ ଆମର ବିଭିର୍ଣ ପ୍ରକାର  ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ  ଓ ପାନରେ ମସଲା ରୂପେ ବ୍ୟବହାର କରିଥାଉ | ଲବଙ୍ଗର ଆମ ଶରୀର ପାଇଁ ଅନେକ ଗୁଡିଏ ଫାଇଦା ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ |  ଲବଙ୍ଗ ହେଉଛି ଏକ ଗଛର କଢ |  ଏଥିରୁ ନା କେବଳ ଆମେ ରୋଷେଇର ମସଲାରେ ପ୍ରୟୋଗ କରିଥାଉ ବା ପାନର ସ୍ବାଦ ବଢାଇବା ପାଇଁ ବ୍ୟବହାର କରିଥାଉ, ବରଂ ଏହାକୁ ଅନେକ ରୋଗର ଚିକିତ୍ସା ପାଇଁ ବି ବ୍ୟବହାର କରାଯାଇ ଥାଏ | ଆସନ୍ତୁ ଜାଣିବା ଏହାର ସେବନ ଦ୍ବାରା ଶରୀରକୁ କେଉଁ ଫାଇଦା ସବୁ ମିଳିଥାଏ ।
୧-ସାଇନସ୍ ର ସମସ୍ୟା : ଲବଙ୍ଗ ସେବନ ଦ୍ବାରା ସାଇନସ୍ ବା ଥଣ୍ଡା-ସର୍ଦ୍ଦିରୁ ମୁକ୍ତି ମିଳିଥାଏ | ତେଣୁ ଏହାକୁ ସବୁବେଳେ ନିଜ ଡାଇଟ୍ ରେ ସାମିଲ୍ କରନ୍ତୁ  | ଆପଣ ଏହାର ତେଲକୁ ଶୁଙ୍ଗିବା ଦ୍ବାରା  ସର୍ଦ୍ଦି ହେତୁ ବନ୍ଦ ହୋଇଥିବା ନାକ ଖୋଲି ଯାଇଥାଏ |  ଗରମ ପାଣିରେ ୧୦-୧୫ ଟୋପା ଲବଙ୍ଗ ତେଲ ମିଶାଇକରି ଆପଣ ଏହି ବାମ୍ଫକୁ ଶୁଙ୍ଘିଲେ ସର୍ଦ୍ଦିଜନିତ ଇନଫେକ୍ସନ୍ ର ଆରାମ ମିଳିବା ସହ ନିଶ୍ୱାସ ନେବାର କଷ୍ଟରୁ ମଧ୍ୟ ଆଶ୍ୱସ୍ତି ମିଳେ | । ୨- ଉଦରଜନିତ ସମସ୍ୟା ପାଇଁ ଲାଭକାରୀ : ଲବଙ୍ଗ ସେବନ ଦ୍ବାରା ପାଚନ କ୍ରିୟାରେ ସୁଧାର ଆସି ଥାଏ | ଏଥିପାଇଁ ଆପଣଙ୍କୁ ୨ ଟି ଲବଙ୍ଗ ପେସିକରି ଅଧାକପ୍ ପାଣିରେ ପକାଇ ଫୁଟାଇବାକୁ ହେବ | ତାପରେ ଏହାକୁ ଥଣ୍ତା କରି ଦିନରେ ୨-୩ ଥର ପିଇଲେ ପେଟରୁ ଗ୍ୟାସ ସମସ୍ୟା ଦୂର ହୋଇଯାଏ ।
୩-ଇମ୍ୟୁନିଟି ବଢାଇବାରେ ଲବଙ୍ଗ ବହୁତ ସାହାଯ୍ୟକାରୀ : ଲବଙ୍ଗରେ ଆଣ୍ଟିଏକ୍ସିଡେଣ୍ଟ ଭରପୁର ମାତ୍ରାରେ ଥିବା ହେତୁ ଏହାର ବ୍ୟବହାର ଇମ୍ୟୁନିଟି ବଢାଇବାରେ ବହୁତ ଲାଭକାରୀ | ଏହା ଶରୀରରୁ ସଂକ୍ରମଣ ଓ ଥଣ୍ତା ଜ୍ୱରରୁ ରକ୍ଷା ଦେଇ ବଡିର ଇମ୍ୟୁନିିଟି ପ୍ରକ୍ରିୟାକୁ ରଖିଥାଏ । 
୪-ମୁହଁରୁ ବ୍ରଣ ଦୂର କରିଥାଏ : ଲବଙ୍ଗର ତେଲରେ ଆଣ୍ଟି ମାଇକ୍ରୋବିୟଲ୍ ପ୍ରୋପର୍ଟିଜ୍ ରହିଥାଏ , ଯେଉଁଥିରୁ ଆପଣଙ୍କ ଚେହେରାରେ ବ୍ରଣ ଆଦି ଦୂର କରିବାରେ ସହାୟକ ହୋଇଥାଏ | ଏହା ଆପଣଙ୍କ ଚେହେରାରେ ବ୍ରଣକୁ ବ୍ୟାପିବାକୁ ଦିଏ ନାହିଁ । ଏହା ବ୍ରଣ ମଧ୍ୟରେ ହେଉଥିବା ପୋଡା ଜଳାକୁ ରୋକିଥାଏ |  ଆପଣ ଲବଙ୍ଗର ଗୁଣ୍ଡକୁ ଫେସ୍ ପ୍ୟାକ୍ ରେ ମିଶାଇ ମଧ୍ୟ ବ୍ୟବହାର କରିପାରିବେ ।
୫-ଗର୍ଭାବସ୍ଥା ସମୟରେ ଦେଇଥାଏ ଆଶ୍ୱସ୍ତି : ଲବଙ୍ଗରେ ଆଣ୍ଟିସେଫ୍ଟିକ୍ ତତ୍ତ୍ୱ ଥାଏ , ଯାହା ଗ୍ୟାସ୍ କୁ ଠିକ୍ କରିବା ସହ ଆପଣଙ୍କୁ ବାନ୍ତିରୁ ମୁକ୍ତି ଦେଇଥାଏ । ଏହା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଲାଭକାର ଅଟେ  | କାରଣ ଗର୍ଭାବସ୍ଥାରେ କେତେକ ମହିଳା ମାନଙ୍କୁ ବହୁତ ବାନ୍ତି ଆସିଥାଏ । ଏପରି ସମୟରେ ତାଙ୍କ ପାଇଁ ଲବଙ୍ଗ ହିଁ ସବୁଠାରୁ ଲାଭକାରୀ ଔଷଧି ହୋଇଥାଏ । ଏହାର ଗୁଣ୍ଡକୁ ଡାକ୍ତର ମଧ୍ୟ ଚାଟିବା ପାଇଁ ପରାମର୍ଶ  ଦେଇଥା’ନ୍ତି ।
୬- ମାଂସପେଶୀର ଯନ୍ତ୍ରଣା ଓ ମୁଣ୍ଡବ୍ୟଥା ପାଇଁ ଲବଙ୍ଗ ବହୁ ଉପକାରୀ: ମାଂସପେଶୀର ଯନ୍ତ୍ରଣା ଓ ମୁଣ୍ଡବ୍ୟଥା ପାଇଁ ଲବଙ୍ଗ ବହୁ ଉପକାରୀ | ମାଂସପେଶୀ ରେ ଯେଉଁଠି ଦରଜ ବା ଯନ୍ତ୍ରଣା ହେଉଥାଏ ଏବଂ ମୁଣ୍ଡ ବ୍ୟଥା ହେଉଥିଲେ ଉକ୍ତ ସ୍ଥାନରେ  ଆବଶ୍ୟକ ଅନୁଯାୟୀ ଲବଙ୍ଗ ତେଲ ମାଲିସ କରିବା ଦ୍ବାରା ଯନ୍ତ୍ରଣା ଲାଘବ ହୋଇଥାଏ |

୭-ଦାନ୍ତ ପୀଡାରୁ ଉପସମ ଦେଇଥାଏ : ଆଜି କାଲି ଅଧିକାଂଶ ଟୁଥପେଷ୍ଟରେ ଲବଙ୍ଗ ଏକ ପ୍ରମୁଖ ଇଂଗ୍ରେଡେଣ୍ଟ୍ | ଏହାକୁ ଟୁଥପେଷ୍ଟରେ ଦାନ୍ତର ପୀଡାରୁ ମୁକ୍ତି, ଦନ୍ତ ସଂକ୍ରମଣରୁ ରକ୍ଷା, ମୁଖର ଦୁର୍ଗନ୍ଧ ଆଦି ଦୂର କରିବା ପାଇଁ ସାମିଲ କରାଯାଇଛି | ଲବଙ୍ଗରେ ଦାନ୍ତର ପୀଡାକୁ କମ୍ କରିବାର ଓ ମାଢିକୁ ମଜବୁତ କରିବାର ଶକ୍ତି ଥାଏ | ଆପଣଙ୍କ ଦାନ୍ତରେ ଯଦି ଅଧିକା ପୀଡା ହେଉଥାଏ ତେବେ ୫-୬ ଟୋପା ଲବଙ୍ଗ ତେଲକୁ ତୁଳାରେ ନେଇ ଦାନ୍ତର ପିଡା ହେଉଥିବା ସ୍ଥାନରେ ଲଗାଇଲେ ଆପଣ ଦାନ୍ତର ପୀଡାରୁ ଉପସମ ପାଇ ପାରିବେ |
୮- କାଶ ପାଇଁ ଲବଙ୍ଗ ବହୁତ ପ୍ରଭାବଶାଳୀ : ଲବଙ୍ଗ କାଶ ଓ ଦୁର୍ଗନ୍ଧ ଯୁକ୍ତ ପ୍ରଶ୍ୱାସ ପାଇଁ ବହୁତ ଲାଭଦାୟକ ଅଟେ । ଲବଙ୍ଗକୁ ନିୟମିତ ବ୍ୟବହାର କରି ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ , ଆପଣଙ୍କୁ କାଶ ହେଲେ ସକାଳ ଓ ସଂନ୍ଧ୍ୟାରେ ତିନୋଟି ଲବଙ୍ଗକୁ ମୁହଁରେ ରଖି ତାହାର ରସରୁ ଚୁଚୁମିଲେ ଏହାଦ୍ୱାରା ଶୁଖିଲା କାଶରୁ ଲାଭ ମିଳିବ ସହ ଏହା ମଧ୍ୟ କଫନାଶକ ।
୯- ଲବଙ୍ଗ ସେବନ ଦ୍ବାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ : ଆୟୁର୍ବେଦରେ ମଧୁମେହ ର ଚିକିତ୍ସା କରିବା ପାଇଁ ଲବଙ୍ଗକୁ ଏକ ଉତ୍ତମ ମହୌଷଧି ବୋଲି ଗ୍ରହଣ କରା ଯାଇଛି | କାରଣ ଲବଙ୍ଗ ସେବନ ଦ୍ବାରା ଶରୀରରେ ବ୍ଲଡ୍-ସୁଗାର ସ୍ତର ଠିକ୍ ରହିଥାଏ | ତେଣୁ  ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ | ଯଦି ମଧୁମେହ ରୋଗୀ ସକାଳୁ ଗରମ ପାଣିରେ ନିୟମିତ ୩-୪ ଗୋଟି ଲବଙ୍ଗ ଖାଇବେ ତେବେ ତାଙ୍କର ରୋଗ ନିୟନ୍ତ୍ରିତ ହୋଇଯିବ ।
ଏପରି ଉପାଦେୟ ତଥ୍ୟ ପାଇବା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରହନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format