ବରଗଡ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ


863
Tourist Place of Bargarh District
Tourist Place of Bargarh District

୫୮୩୭ ବର୍ଗ କି.ମି. କ୍ଷେତ୍ର ଓ ୧,୪ ୭୮,୮୩୪ ଜନସଂଖ୍ୟା(୨୦୧୧ ଜନଗଣନା)ବିଶିଷ୍ଟ ବରଗଡ ଜିଲ୍ଲା ପୂର୍ବ ଭାରତରେ ଆମ ଓଡିଶା ରାଜ୍ୟର ଏକ ପ୍ରଶାସନିକ ବିଭାଗ ଅଟେ ଯାହା ୧ ଏପ୍ରିଲ୍ ୧୯୯୩ ମସିହାରେ ସମ୍ବଲପୁର ଜିଲ୍ଲାର ପୂର୍ବବର୍ତ୍ତୀ ଜିଲ୍ଲାରୁ ପୃଥକ କରାଯାଇ ଏକ ସ୍ବତନ୍ତ୍ର ଜିଲ୍ଲା କରା ଯାଇଛି | ଆଜି ଆମେ ପଞ୍ଚମ ପର୍ଯ୍ୟାୟରେ ବରଗଡ ଜିଲ୍ଲାର କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବିଷୟରେ ଆପଣଙ୍କୁ ଜଣାଇବୁ | ଆସନ୍ତୁ ଏବେ ଜାଣିବା ବରଗଡ ଜିଲ୍ଲାର ଦର୍ଶନୀୟ ସ୍ଥାନ ସମ୍ବନ୍ଧରେ :-
•ଅର୍ଜୁନ୍ଦାର ଦେବୀ ପଥରାସନୀ: ବରଗଡ ଜିଲ୍ଲାର ଅର୍ଜୁନ୍ଦା ଗ୍ରାମରେ ମହାନଦୀ ତଟର ବାରାପହର ବନ ଜଙ୍ଗଲପୂର୍ଣ ଅଞ୍ଚଳର ଉତ୍ତର ଦିଗରେ ଦେବୀ ପଥରାସିନୀଙ୍କ ମନ୍ଦିର ରହିଛି | ବନ୍ଦୀଝରିଆ ଓକେଦାରନାଥ ପାହାଡି ଝରଣା ମଝିରେ ଘଞ୍ଚ ଜଙ୍ଗଲରେ ଏହି ଶକ୍ତି ପୀଠ ରହିଛି | କିମ୍ବଦନ୍ତୀ ଅନୁସାରେ ଚନ୍ଦ୍ରପୁରର ଦେବୀ ଚନୟଦ୍ରାସନୀ, ପଦ୍ମପୁରର ଦେବୀ ପଦ୍ମାସନୀ ଓ ଅର୍ଜୁନ୍ଦାର ଦେବୀ ପଥରାସିନୀ ତିନି ଭଉଣୀ ଅଟନ୍ତି | ଏହା ଉକ୍ତ ଅଞ୍ଚଳର ଏକ ପ୍ରସିଦ୍ଧ ପର୍ଯ୍ୟଟନୀ ସ୍ଥଳ ଓ ସେଠାରେ ନୌବିହାରର ମଜା ନିଆରା |
• ଗଣିଆପଲ୍ଲୀର ବୌଦ୍ଧବିହାର: ଐତିହାସିକ ପୃଷ୍ଠଭୂମିସମ୍ପର୍ଣ ଏହି ବୌଦ୍ଧବିହାର ଗାଈସିଲଟ ତହସିଲର ଗଣିଆପଲ୍ଲୀ ଗ୍ରାମରେ ଅବସ୍ଥିତ ଯାହା ବରଗଡ ଜିଲ୍ଲା ସଦରମହକୁମା ଠାରୁ ୭୫ କି.ମି. ଦୂର ଅଟେ | ଐତିହାସିକଙ୍କ ମତ ଅନୁସାରେ ଅତୀତରେ ଏହା ଏକ ବୌଦ୍ଧ ସ୍ଥଳ ଥିଲା | ଏଠାରେ ପଦ୍ମ ଫୁଲ ଉପରେ ବସିଥିବା ଏକ ବିରଳ ବୌଦ୍ଧ ମୂର୍ତ୍ତି ଥିଲା, ଯାହାର ମଥା ପରେ ଫଣା ମେଲାଇ ସର୍ପ ମୂର୍ତ୍ତି ରହିଥିଲା | ଏହି ବିରଳ ବୌଦ୍ଧ ମୂର୍ତ୍ତି ହେତୁ ଗଣିଆପଲ୍ଲୀର ବୌଦ୍ଧବିହାର ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ଥିଲା | କିନ୍ତୁ ଦୁଃଖର ବିଷୟ ଉକ୍ତ ମୂର୍ତ୍ତି ୨୦୦୭ ମସିହାରେ ଚୋରି ହୋଇ ଯାଇଛି ଯାହାର ଅନୁସନ୍ଧାନ ଏବେ  ମଧ୍ୟ ଚାଲିଛି |
• ବେଶିକେଳାଗାଦା:  ଭିଡେନ୍-ବରପାଲି ରାସ୍ତାରେ ଜୀରା ନଦୀର ତଟରେ ବେଶିକେଳାଗାଦା ଅବସ୍ଥିତ | ବୀର ସୁରେନ୍ଦ୍ର ସାଏଙ୍କର ଘନିଷ୍ଠ ସମ୍ପର୍କୀୟ ଭିଡେନ ଜମିଦାର ରାଜା ମନମୋହନ ସିଂ ଙ୍କୁ ଏଠାରେ ବ୍ରିଟିସ କୀଲ୍ଲାବନ୍ଦୀ ଦେଇଥିଲା |ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଗନ୍ତୁକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦିଏ | ସବୁଠାରୁ ମହତ୍ବପୂର୍ଣ କଥା ହେଲା, ଏହି ସ୍ଥାନରେ ଥିବା କୀଲ୍ଲାର ଅବଶେଷ ଅତୀତର ଜମିଦାର ମାନଙ୍କ ଗୌରବ ଓ ସ୍ବାଧୀନତା ସଂଘର୍ଷର କାହାଣୀ ଅଦ୍ୟପି ଆମକୁ ବଖାଣୁଛି |ଏଠାକାର ପଥର ମଧ୍ୟ ଏକ ସ୍ବତନ୍ତ୍ରତା ବହନ କରେ ଓ ବ୍ରଟିସ ଶାସନ କାଳରୁ ବେଶ୍ ପ୍ରସିଦ୍ଧ | ଅତୀତରେ ଯେବେ ବ୍ରିଟିସ୍ ସୈନିକ ଦେଶୀ ସୈନିକଙ୍କୁ ଆକ୍ରମଣ ଉଦ୍ଦେଶ୍ୟରେ ମାଡି ଯାଉଥିଲେ ତ ଏହି ପଥରରେ ଏକ ଭିର୍ଣ ଧରଣର ଧ୍ବନି ଉତ୍ପନ ହେଉଥିଲା ଯାହା ଫଳରେ ଦେଶୀ ସୈନିକ ସତର୍କ ହୋଇ ଯାଉଥିଲେ | ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ଭ୍ରମଣରେ ଆସନ୍ତି |
• ପପଙ୍ଗା ପର୍ବତ ଓ ବୁଧରାଜା: ବରଗଡ ଜିଲ୍ଲାର ଭିଡେନ ତହସିଲ ଅନ୍ତର୍ଗତ ପପଙ୍ଗା ଗ୍ରାମରେ ବୁଧରାଜା ପର୍ବତ ଅବସ୍ଥିତ | ପପଙ୍ଗା ଗ୍ରାମର ବାହାରେ ଓ ବୁଧରାଜା ପର୍ବତର ପାଦ ଦେଶର ୫୦-୬୦ ଏକର ପରିମିତ କ୍ଷେତ୍ରରେ ଥିବା ଏକ ମନ୍ଦିରରେ ବୁଧରାଜା ଠାକୁର ପୂଜା ପାଉଛନ୍ତି |ପାହାଡ ଭୂମି ଠାରୁ ୬୦୦ଫୁଟ ଉପରେ ରହିଛି | ପାହାଡ ଉପରେ ବନଖୋଲ ନାମକ ଏକ ସୁନ୍ଦର ଉଦ୍ୟାନ ମଧ୍ୟ ରହିଛି | ଏହା ବ୍ୟତୀତ ଏଠାରେ ଶ୍ରାରାମ ମନ୍ଦିର, ଯୋଗାଶ୍ରମ, ଆମ୍ବ ବଗିଚା ଓ ଏକ ତ୍ରିକୋଣାକାର ସରୋବର ମଧ୍ୟ ରହିଛି | ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସହ ଏହି ପାହାଡର ବଡ ଅନ୍ତରଙ୍ଗ ସମ୍ପର୍କ ରହିଛି | ଏଠାରେ ପ୍ରତି ବର୍ଷ ଚୈତ୍ର ପୂର୍ଣିମାରେ ବାଣବିହାର ନାମକ ପ୍ରସିଦ୍ଧ ପର୍ବ ପାଳନ କରାଯାଏ ଯାହା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ |
• ଦେକୁଲବା ର ଗିରିଗୋବର୍ଦ୍ଧନ: ବରଗଡ ଜିଲ୍ଲା ସଦର ମହକୁମାରୁ ଭିଡେନକୁ ଯାଇଥିବା ରାସ୍ତା ପାର୍ଶ୍ବରେ ଦେକୁଲବା ଗ୍ରାମ ଅବସ୍ଥିତ ଯାହା ଜିଲ୍ଲା ସଦରମହକୁମା ଠାରୁ ୨୩ କି.ମି. ଦୂର ଅଟେ | ଏହି ଗ୍ରାମ ଗିରିଗୋବର୍ଦ୍ଧନ ପାଇଁ ପ୍ରସିଦ୍ଧ | ଏଠାରେ ଭଗବାନ ବିଷ୍ଣୁ ଗିରିଗୋବର୍ଦ୍ଧନ ରୂପେ ପୂଜା ପାଉଛନ୍ତି | ପ୍ରତି ବର୍ଷ କାର୍ତ୍ତିକ ମାସର ପ୍ରତିପଦରେ ଗିରିଗୋବର୍ଦ୍ଧନଙ୍କ ପ୍ରସିଦ୍ଧ ପର୍ବ ଏହି ବିଷ୍ଣୁ ପୀଠରେ ଅନୁଷ୍ଠିତ ହୋଇଥାଏ |
ଆଶା କରୁଛୁ ଆମର ବରଗଡ ଜିଲ୍ଲାର କେତୋଟି ପର୍ଯ୍ୟଟନ ସ୍ଥଳକୁ ନେଇ ଏହି ଉପସ୍ଥାପନା ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ | ଆଗାମୀ ପୋଷ୍ଟରେ ଆମେ ପୁଣି ବରଗଡ ଜିଲ୍ଲାର ଆଉ କେତୋଟି ମନୋରମ ସ୍ଥାନ ବିଷୟରେ ଆପଣଙ୍କୁ ଜଣାଇବୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format