ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ


875
Tourist Place of Khordha Dist
Tourist Place of Khordha Dist

ପ୍ରଥମ ପର୍ଯ୍ୟାୟରେ ଆମେ ଆପଣଙ୍କୁ ଖୋର୍ଦ୍ଧା ଜିଲ୍ଲାର ଦର୍ଶନୀୟ ସ୍ଥାନ ବିଷୟରେ ସୂଚନା ଦେଉଛୁ | ଆପଣଙ୍କୁ ମନେ ପକାଇ ଦେଉଛୁ ଯେ,  ଆମର ପୂର୍ବ ପୋଷ୍ଟରେ ଆମେ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଆମ ରାଜଧାନୀ ଭୁବନେଶ୍ବର ସମେତ ରାମେଶ୍ବର, ମଙ୍ଗଳଯୋଡି, ହୀରାପୁର ଓ ଡେରାସ୍ ଡ୍ୟାମ୍ ସମ୍ବନ୍ଧରେ  ଆବଶ୍ୟକୀୟ ସୂଚନା ଦେଇଛୁ | ଏବେ ଆସନ୍ତୁ ଜାଣିବା ଖୋର୍ଦ୍ଧା ଜିଲ୍ଲାର ଆଉ କେତେ ଗୁଡିଏ ପ୍ରସିଦ୍ଧ ମନୋରମ ଦର୍ଶନୀୟ ସ୍ଥାନ ବିଷୟରେ |
୧- ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଭାଗରେ ଆମେ ଆପଣଙ୍କୁ ଖୋର୍ଦ୍ଧା ଜିଲ୍ଲାର ଆଉ କେତେ ଗୋଟି ଦର୍ଶନୀୟ ସ୍ଥାନ ବୁଲାଇ ନେବାକୁ ଚାହିଁବୁ | ଆସନ୍ତୁ ତା’ ହେଲେ ବୁଲିଯିବା ଖୋର୍ଦ୍ଧା ଜିଲ୍ଲା ର ଆଉ କେତେ ଗୋଟି ଦର୍ଶନୀୟ ସ୍ଥାନ…
• ଚିଲିକା:-  ୧୧୦୦ ବର୍ଗ କି.ମି ବ୍ୟାପ୍ତ ଚିଲିକା ହ୍ରଦ ହେଉଛି ଏସିଆ ମହାଦେଶର ସର୍ବବୃହତ୍ତ ‘Brackish Water Lake’ ବା ‘ଲୁଣିପାଣି ହ୍ରଦ’ ଯହା ‘Birds Paradise’ ନାମରେ ମଧ୍ୟ କ୍ଷାତ ଓ ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଏହି ତିନୋଟି ଜିଲ୍ଲାକୁ ସ୍ପର୍ଶ କରୁଛି | ବିଶେଷ କରି ଶୀତ ଋତୁରେ ଏହି ସ୍ଥାନରେ ପ୍ରକୃତି ରାଣୀର ଶୋଭା ଭାଷାରେ ଅବର୍ଣନୀୟ ଓ ଏଠାକାର ମୁଖ୍ୟ ଆକର୍ଷଣ ମଧ୍ୟରେ ରହିଛି ବୋଟିଂର ମଜା, କାଳିଜାଇ ଦର୍ଶନ, କେଉଟ ମାନଙ୍କର ମାଛ ଧରିବାର ଦୃଶ୍ୟ , ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ଇତ୍ୟାଦି |
• ଚନ୍ଦକା ହସ୍ତୀ ଅଭଆରଣ୍ୟ:- ଖୋର୍ଦ୍ଧା ଜିଲ୍ଲାର ଚନ୍ଦକା ଠାରେ ଓଡିଶା ସରକାରଙ୍କ ତତ୍ବବଧାନରେ ଦର୍ଶକ ମାନଙ୍କ ପାଇଁ ବନ ଜଙ୍ଗଲର ପ୍ରାକୃତିକ ବାସ ସ୍ଥଳୀରେ କରାଯାଇ ଥିବା ହାତୀ ଅଭଆରଣ୍ୟ ମଧ୍ୟ ଏକ ମନଛୁଆଁ ଭ୍ରମଣ ଉପଯୋଗୀ ସ୍ଥାନ | ଏହା ଭୁବନେଶ୍ବର ରେଲଓ୍ବେ ଷ୍ଟେସନ୍ ଠାରୁ ୧୩ କି.ମି. ଦୂରରେ ଅବସ୍ଥିତ |
• ଶିଖର ଚଣ୍ଡୀ ମନ୍ଦିର :-  ଏହି ସ୍ଥାନ ଭୁବନେଶ୍ବରର KIIT ଛକ ଠାରୁ ୨.୫ କି.ମି. ଦୂରରେ ଅବସ୍ଥିତ ଏବଂ ୫୧ଗୋଟି ସତୀ ପୀଠ ମଧ୍ୟରୁ ଅନ୍ୟତମ | ଶିଖର ଚଣ୍ଡି ମାତାଙ୍କ ମନ୍ଦିର ପାହାଡର ଶିଖରରେ ଅବସ୍ଥିତ ଓ ଏଠାରେ ବଣଭୋଜି କରିବା ପାଇଁ ସୁବିସ୍ତୃତ ସ୍ଥାନ ସହ ବହୁତ ଭଲ ସୁବିଧା ରହିଛି |
• ମା’ ବରୁଣେଇ ମନ୍ଦିର:- ଭୁବନେଶ୍ବର ଠାରୁ ୨୮ କି.ମି  ଦୂର ରେ  ମା’ ବରୁଣେଇଙ୍କ ମନ୍ଦିର ବରୁଣେଇ ପାହାଡ ଉପରେ ଅବସ୍ଥିତ | ଏହା ଓଡିଶାର ଏୌତିହାସିକ ସ୍ଥାନ ମଧ୍ୟରୁ ଗୋଟିଏ | ବରୁଣେଇ ପାହାଡରେ ପ୍ରବାହିତ ‘ସ୍ବର୍ଣ ଗଙ୍ଗା’ ନାମକ ଛୋଟ ଝରଣା  ଏଠାକାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ | ସାଙ୍ଗ ସାଥୀଙ୍କ ମେଳରେ ଭୋଜି କରିବା ପାଇଁ ଏଠାରେ ବହୁତ ବଢିଆ ସୁବିଧା ରହିଛି | ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର-ଛାତ୍ରୀ ଏହି ସ୍ଥାନକୁ ବୁଲି ଆସି ଏଠାରେ ଭୋଜି କରି ମଜା କରି ପାରିବେ |
• ଓସନ୍-ଓ୍ବାର୍ଡ-ଓ୍ବାଟର୍-ପାର୍କ:-  ଏହା ଓଡିଶାର ସର୍ବବୃହତ୍ତ ଓ୍ବାଟର୍ ପାର୍କ ଯେଉଁଠାରେ ଆପଣ ନିଜ ପରିବାର ଓ ଛୋଟ ପିଲାଙ୍କ ସହ ପାଣିରେ ବିଭିର୍ଣ ପ୍ରକାର ଖେଳ ଖେଳି ଦିନ ଭରି ମଜା ନେଇ ପାରିବେ | ଏହି ଓ୍ବାଟର୍ ପାର୍କ ଦିନ ୧୦ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହେ |
•ଅଟ୍ରି:- ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଗ୍ରାମରେ ଅବସ୍ଥିତ ଅନ୍ୟ ଏକ ଦର୍ଶନୀୟ ସ୍ଥାନ ହେଲା ଅଟ୍ରି ଉଷ୍ଣପ୍ରସବଣ ଯାହାର ଜଳରେ ପ୍ରାକୃତିକ ଭାବେ ଉପସ୍ଥିତ ଥିବା ସଲଫର୍ ଚର୍ମ ରୋଗ ଭଲ କରି ପାରେ ବୋଲି ବିଶ୍ବାସ ରହିଛି | ଏଠାରେ ଭଗବାନ ହଟ୍ଟକେଶ୍ବରଙ୍କର ମନ୍ଦିର ରହିଛି ଓ ଏଠାରେ ମୁଖ୍ୟତଃ ମକର ଯାତ୍ରା ସମୟରେ ପରିଭ୍ରମଣକାରୀଙ୍କର ବେଶ୍ ଭିଡ ଜମେ | ଏହି ସ୍ଥାନ ଭୁବନେଶ୍ବର ରେଳ ଷ୍ଟେସନ୍ ଠାରୁ ୪୨ କି.ମି. ଓ ଖୋର୍ଦ୍ଧା ବସ୍ ଷ୍ଟାଣ୍ଡ୍ ଠାରୁ ୧୪ କି.ମି. ଦୂର ଅଟେ |
• ମା’ ଉଗ୍ର ତାରା:-  ଭୁବନେଶ୍ବରରୁ ବାଲୁଗାଁ ଆଡକୁ ୫ ନଂ ଜାତୀୟ ରାଜପଥରେ ପ୍ରାୟ ୫୫ କି.ମି. ଅଗ୍ରସର ହେଲେ ମା’ ଉଗ୍ର ତାରାଙ୍କ ମନ୍ଦିର ଆସେ | ଏହି ସ୍ଥାନଟି ପିକନିକ୍ ଓ ଫିଲ୍ମ ସୁଟିଂ ପାଇଁ ବେଶ୍ ଲୋକପ୍ରିୟ |
• ବାଣ ପୁର :- ଖୋର୍ଦ୍ଧା ଜିଲ୍ଲାର ବାଣପୁର ମା’ ଭଗବତୀ ମନ୍ଦିର ପାଇଁ ପ୍ରସିଦ୍ଧ | ବିଶ୍ବାସ ରହିଛି ଯେ ମା’ ଭଗବତୀ ହେଉଛନ୍ତି ମା’ ଦୁର୍ଗାଙ୍କର ଅନ୍ୟ ଏକ ରୂପ | ଏଠାରେ ଆପଣ ଏକ ଓଜନିଆ ଲୁହା ଖଣ୍ଡ ପାଣିରେ ଭାସୁଥିବାର  ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଇବେ |
ଆଶା କରୁଛୁ ଆମର ଏହି ସୂଚନା ଆପଣଙ୍କର ବହୁତ କାମରେ ଆସିବ | ଦ୍ବିତୀୟ ପର୍ଯ୍ୟାୟରେ ଆମେ ଆପଣଙ୍କୁ ‘ଅନୁଗୁଳ’ ଜିଲ୍ଲା ଭ୍ରମଣରେ ନେଇ ଯିବୁ | ଆମ ଠାରୁ ଏପରି ଉପାଦେୟ ସୂଚନା ପାଇବା ପାଇଁ ଆମ ପେଜ୍ କୁ ଲାଇକ୍ ଓ ସେୟାର କରନ୍ତୁ | 


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format