ବାଲେଶ୍ବର ଜିଲ୍ଲା ୩୬୩୪ ବର୍ଗ କି.ମି. ଅଞ୍ଚଳ, ୨,୩୧୭,୪୧୯ (୨୦୧୧ ଜନଗଣନା)
ଜନସଂଖ୍ୟା ଓ ୮୧କି.ମି ଉପକୂଳ ବିଶିଷ୍ଟ ପୂର୍ବ ଓଡିଶାର ଏକ ଉପକୂଳବର୍ତ୍ତୀ ଜିଲ୍ଲା ଓ ପ୍ରଶାସନିକ
ବିଭାଗ | ଏହି ଜିଲ୍ଲାରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ରହିଛି | ଚତୁର୍ଥ ପର୍ଯ୍ୟାୟରେ ଆମେ
ଆପଣଙ୍କୁ ବାଲେଶ୍ବର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବିଷୟରେ ସୂଚନା ଦେବାକୁ ଚାହିଁବୁ
|
ଏବେ ଆସନ୍ତୁ ଜାଣିବା ବାଲେଶ୍ବର ଜିଲ୍ଲାର ଏହି ପ୍ରମୁଖ ଦର୍ଶନୀୟ ସ୍ଥାନ
ବିଷୟରେ:-
•ଚାନ୍ଦିପୁର ବେଳାଭୂମି:
ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ବେଳାଭୂମି ଭ୍ରମଣ ପାଇଁ ବେଶ ଉପଯୋଗୀ | ଏହି
ସ୍ଥାନ ବାଲେଶ୍ବର ସହର ଠାରୁ ୧୬ କି.ମି. ଦୂର ଅଟେ | ଆପଣ ଏଠାରେ ଯାତ୍ରୀନିବାସ ବା ହୋଟେଲରେ
ରହିପାରିବେ | ଏଠାରେ ଥିବା ଯାତ୍ରୀ ନିବାସରେ ଯାତ୍ରୀମାନଙ୍କ ଆବସର ବିନୋଦନ ପାଇଁ ଏକ ସୁନ୍ଦର
ଠେକୁଆ ପାର୍କ, ନୌବିହାର ଓ ଜଏ-ରାଇଡ୍ ର ବ୍ୟବସ୍ଥା ରହିବା ସହ ରାଧା-କଷ୍ଣଙ୍କର ଏକ ମନ୍ଦିର ମଧ୍ୟ
ରହିଛି | ଚାନ୍ଦିପୁର ବେଳାଭୂମି ସମୁଦ୍ର ଠାରୁ ପ୍ରାୟ ୫କି.ମି. ଦୂରରେ ଥିବା ହେତୁ ସମୁଦ୍ର
ସ୍ନାନର ବାସ୍ତବ ମଜା ଏଠାରେ ଆପଣଙ୍କୁ ମିଳି ନ ପାରେ କିନ୍ତୁ ଚାନ୍ଦିପୁର ବେଳାଭୂମିରେ ଚାଲି
ଚାଲି ଶୀତଳ ପବନର ଆନନ୍ଦ ଆପଣଙ୍କୁ ନିଶ୍ଚୟ ମିଳିବ | ଏହା ବ୍ୟତୀତ ଏହି ଅଞ୍ଚଳର ଆଖପାଖରେ ମଧ୍ୟ
ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି | ଚାନ୍ଦିପୁର ବେଳାଭୂମିରେ ଆପଣ ଦଳ ଦଳ ନାଲି କଙ୍କଡା
ଦେଖିବାକୁ ପାଇବେ | ଏଠାରେ ବେଳାଭୂମି ଉପରୁ ଶାମୁକା ସଂଗ୍ରହ କରିବାର ମଜା ଆପଣଙ୍କୁ ନିଶ୍ଚୟ
ମିଳିବ | ପ୍ରତି ବର୍ଷ ପେବୃଆରୀ ମାସରେ ଏହି ଅଞ୍ଚଳର କଳା, ସଂସ୍କୃତି, ନୃତ୍ୟ, ଗୀତକୁ ନେଇ
ଏଠାରେ ଏକ ‘ବିଚ୍ ଫେଷ୍ଟିଭାଲ’ ମଧ୍ୟ ଅନୁଷ୍ଠିତ ହୋଇଥାଏ |
•ଇମାମି ଜଗନ୍ନାଥ ମନ୍ଦିର: କୁହାଯାଏ ଇମାମି ଜଗନ୍ନାଥ ମନ୍ଦିର ଦର୍ଶନ ବିନା
ବାଲେଶ୍ବର ଭ୍ରମଣ ନିରର୍ଥକ ଓ ଅସମ୍ପୂର୍ଣ | ଏହି ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିରର ଅବିକଳ ନକଲ |
ଏଠାରେ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସମେତ ସୁଦର୍ଶନ ପୂଜା
ପାଉଛନ୍ତି | ଏହି ପ୍ରାଚୀନ ମନ୍ଦିରର କାରୁକାର୍ଯ୍ୟ ଅତି ସୁନ୍ଦର ଓ ଏହି ମନ୍ଦିର ର ସଂନ୍ଧ୍ୟା
ସମୟର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଆକର୍ଷକ | ମନ୍ଦିରର ପରିଷ୍କାର ପରିଚ୍ଛନ୍ନତା ପ୍ରଶଂସନୀୟ ଓ ଏଠାରେ
ମିଳୁଥିବା ଭୋଗ ଅର୍ଣ ଅତି ସ୍ବାଦିଷ୍ଟ |
• ପଞ୍ଚଲିଙ୍ଗେଶ୍ବର:
ପଞ୍ଚଲିଙ୍ଗେଶ୍ବର ମନ୍ଦିର ବାଲେଶ୍ବରର ନିଳଗିରି ପର୍ବତ ଉପରେ ଅବସ୍ଥିତ | ଏହା
ବାଲେଶ୍ବର ସହର ଠାରୁ ୨୮.୪ କି.ମି. ଦୂରରେ ଅବସ୍ଥିତ ଏକ ମନୋରମ ଶୈବ ପୂଠ ଯେଉଁ ଠାରେ
ପାଞ୍ଚଗୋଟି ଲିଙ୍ଗ ପୂଜା ପାଉଛନ୍ତି ଯାହା ଉପରେ ଝରଣା ରହିଛି | ଏହି ସ୍ଥାନରେ ଆପଣ ଉଭୟ
ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐଶ୍ବରୀକ ବିଶ୍ବାସର ସମନ୍ବୟ ଦେଖିବାକୁ ପାଇବେ |
• କୁଲଡିହ ବନ୍ୟଜନ୍ତୁ ଅଭଆରଣ୍ୟ: ବାଲେଶ୍ବର ଜିଲ୍ଲାର ୩୦୦ ବର୍ଗ କି ମି.
ବିଶିଷ୍ଟ ସୁବିସ୍ତୃତ କୁଲଡିହ ବନ୍ୟଜନ୍ତୁ ଅଭଆରଣ୍ୟରେ ପ୍ରାକୃତିକ ପରିବେଶ ମଧ୍ୟରେ ଆପଣ ହାତୀ,
ହରିଣ, ଭାଲୁ, ଚିତାବାଘ, ହର୍ନ ବିଲ୍ ସମେତ ଅନେକ ବିରଳ ବନ୍ୟ ପଶୁ ଓ ବିଭିର୍ଣ ପ୍ରକାର ପକ୍ଷୀ
ତଥା ସରୀସୃପ ଦେଖିବାକୁ ପାଇବେ | ଏହି ଅଞ୍ଚଳଟି ଜନବସତି ଠାରୁ ଦୂରରେ ରହିଥିବାରୁ ଏହାର ପରିବେଶ
ଶାନ୍ତ ଓ ସୁନ୍ଦର | ବିଶେଷ କରି ରାତିର ଶାନ୍ତ ସମୟରେ ଆପଣ ଏଠାରେ ବନ୍ୟ ଜନ୍ତୁଙ୍କର ଶବ୍ଦ
ଶୁଣିବାକୁ ପାଇବେ | ଆଡଭେନ୍ଚଚର୍ ର ସୌକ ଥିବା ଲୋକଙ୍କ ପାଇଁ ଏହି ସ୍ଥାନ ବହୁତ ବଢିଆ |
ନଭେମ୍ବର ମାସରୁ ମାର୍ଚ ମାସ ମଧ୍ୟରେ ଏହି ସ୍ଥାନ ଭ୍ରମଣ କରିବା ପାଇଁ ବେଶ୍ ଅନୁକୂଳ | ଏହି ଘଞ୍ଚ
ଜଙ୍ଗଲ ମଧ୍ୟରେ ବୁଲିବା ପାଇଁ ଦଳବଦ୍ଧ ହୋଇ ଯିବା ଉଚିତ | ଏହା ସହ ଆବଶ୍ୟକୀୟ ଫାଷ୍ଟ୍ ଏଡ,
ଟର୍ଚ୍ଚ ଓ ପୋଷାକ ମଧ୍ୟ ସାଙ୍ଗରେ ନେବା ଦରକାର | ଜିପ୍ ସଫାରି ସହାୟତାରେ ଏହି ଘଞ୍ଚ ଜଙ୍ଗଲରେ
ଥିବା ବନ୍ୟଜନ୍ତୁ ଅଭଆରଣ୍ୟ ଭ୍ରମଣ କରିବା ବେଶି ନିରାପଦ |
• ଝରେଶ୍ବର ମନ୍ଦିର:
ବାଲେୟଶ୍ବର ରେଳ ଷ୍ଟେସନ ଓ ନୂଆ ବଜାର ନିକଟରେ ଥିବା ଝରେଶ୍ବର ମନ୍ଦିର ଏକ
ସୁନ୍ଦର ଶୈବ ପୀଠ ସ୍ଥଳ | ଏହି ଶୈବ ପୀଠରେ ଆପଣ ପାଞ୍ଚଟି ପିତଳ ସର୍ପ ପୂଜା ସ୍ଥଳରେ ମୁଖ୍ୟ
ଦେବତା ଝରେଶ୍ବରଙ୍କୁ ସୁରକ୍ଷା ଦେବା ପରି ରହିଥିବାର ଦେଖିବାକୁ ପାଇବେ | ଏଠାରେ ମୁଖ୍ୟତଃ
ହିନ୍ଦୁ ଧର୍ମାବଲମ୍ବୀ ଲୋକମାନଙ୍କର ସମାଗମ ଆପଣ ଦେଖିବାକୁ ପାଇବେ | ପ୍ରତି ବର୍ଷ ମହା
ଶିବରାତ୍ରିରେ ଏଠାରେ ଭକ୍ତ ମାନଙ୍କର ଭିଡ ଜମେ |
ଆଗାମୀ ପୋଷ୍ଟରେ ଆମେ ଆପଣଙ୍କୁ ବାଲେଶ୍ବର ଜିଲ୍ଲାର ଆଉ କେତୋଟି ପର୍ଯ୍ୟଟନ
ସ୍ଥଳୀ ବିଷୟରେ ସୂଚନା ଦେବୁ | ଆମ ଠାରୁ ଏପରି ଆବଶ୍ୟକୀୟ ତଥ୍ୟ ପାଇବା ପାଇଁ ଆମ ପେଜ୍ ସହ ଯୋଡି
ହୋଇ ରହନ୍ତୁ |
ବାଲେଶ୍ୱର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ

A tourist destination in Baleshwar district
0 Comments