ବିଦ୍ୟୁତ୍ ବ୍ୟବହାରକାରୀଙ୍କ ପାଇଁ ସ୍ମାର୍ଟ ମିଟର ଆବଶ୍ୟକ ହେବ !


937
Smart meters will be needed for electricity users!
Smart meters will be needed for electricity users!

ଆଦ୍ୟବଧି ମାସ ସାରା ବିଜୁଳି ବ୍ୟବହାର କରିବା ପରେ ମାସ ଶେଷରେ ବିଜୁଳି ବିଲ୍ ପୈଠ କରୁଛନ୍ତି ଉପଭୋକ୍ତା। ଆଗାମୀ ଦିନରେ କିନ୍ତୁ ବିଜୁଳି ବ୍ୟବହାର ପାଇଁ ଆଗୁଆ ପଇସା ପୈଠ କରିବାକୁ ପଡିବ, ତା ଉପରେ ବିଦ୍ୟୁତ ବ୍ୟବହାର କରିବେ ଗ୍ରାହକ। ସେଥିପାଇଁ ଆପଣଙ୍କ ଘରେ ଲାଗିଥିବା ମିଟର ମଧ୍ୟ ବଦଳିପାରେ। କେବଳ ସେତିକି ନୁହେଁ, ଦିନର ବିଭିନ୍ନ ସମୟରେ ବିଜୁଳି ବ୍ୟବହାର ପାଇଁ କଂପାନି ଭିନ୍ନ ଭିନ୍ନ ଦେୟ ଆଦାୟ କରିବେ। ସୂଚନା ଅନୁସାରେ ସବୁ ଘରକୁ ବିଜୁଳି ସେଂଯାଗ ପରେ ଏବେ ଏ କ୍ଷେତ୍ରରେ ଏଭଳି କିଛି ସଂସ୍କାର ମୂଳକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।
‘ଉଦୟ-୨’ ଯୋଜନାରେ ବିଦ୍ୟୁତ୍ କ୍ଷେତ୍ରର ସଂସ୍କାର ପାଇଁ ଅସମ୍ପୂର୍ଣ ରହି ଯାଇଥିବା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବା ପାଇଁ ଖୁବ୍ ଶୀଘ୍ର କେନ୍ଦ୍ର କ୍ୟାବିନେଟ୍ ଠୋସ୍ ପଦକ୍ଷେପ ନେବାକୁ ଯାଉଛନ୍ତି। କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର. କେ. ସିଂହ ଏକ ଇଂରାଜୀ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି। ଫଳରେ ଆଗାମୀ ଦିନରେ ବିଦ୍ୟୁତ ବ୍ୟବସ୍ଥାରେ ଯେ ଏକ ବଡ଼ ଧରଣର ପରିବର୍ତନ ହେବ, ତାହାର ସଙ୍କେତ ମିଳିଲାଣି। ‘ସୌଭାଗ୍ୟ’ ଆଦି ବିଭିନ୍ନ ଯୋଜନାରେ ସବୁ ଘରକୁ ବିଦ୍ୟୁତ ସଂଯୋଗ ଦିଆଯିବା ପରେ ଏବେ ସମସ୍ୟା ବଢିଯାଇଛି। ବିଦ୍ୟୁତ ଶୁଳ୍କ ଅନାଦେୟ ରଖିବାର ସମସ୍ୟା ଯେଭଳି ଦିନକୁ ଦିନ ବଢୁଛି, ହୁକ ପକାଇ ବିଜୁଳି ଚୋରି କରିବା ମଧ୍ୟ ବନ୍ଦ ହେଉନାହିଁ। କେବଳ ସେତିକି ନୁହେଁ, ମିଟରିଂ ଓ ମାସିକ ବିଲିଂ କ୍ଷେତ୍ରରେ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହେଲାଣି। ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଏବେ ବିଦ୍ୟୁତ୍ ବଣ୍ଟନ କମ୍ପାନି ଗୁଡ଼ିକୁ ସ୍ମାର୍ଟ ପ୍ରିପେଡ୍ ମିଟର ଲଗାଇବାକୁ ଅନୁମତି ପ୍ରଦାନ କରିବାକୁ ବିଚାର କରୁଛନ୍ତି। ଏହି ସ୍ମାର୍ଟ ମିଟର ବ୍ୟବହାର ଦ୍ବାରା ଦିନର ଭିନ୍ନ ଭିନ୍ନ ସମୟରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ହାରର ଶୁଳ୍କ ଦେବାକୁ ପଡ଼ିବ। ଅର୍ଥାତ୍ ସକାଳେ ୧ ୟୁନିଟ୍‌ ବିଜୁଳି ବ୍ୟବହାର ପାଇଁ ଯେତିକି ଶୁଳ୍କ ଆଦାୟ କରାଯିବ, ଖରାବେଳେ, ସଂଧ୍ୟାବେଳେ ଏବଂ ରାତିରେ ତାହା ଅଲଗା ରହିବ। ଏତଦବ୍ୟତୀତ ପ୍ରିପେଡ୍ ମୋବାଇଲ ଫୋନ ଭଳି ବିଜୁଳି ଜାଳିବା ପାଇଁ ଆଗୁଆ ପଇସା ଜମା କରିବାକୁ ପଡ଼ିବ। ଫଳରେ ବିଜୁଳି ବ୍ୟବହାର ପରେ ଗ୍ରାହକଙ୍କ ବିଲ୍ ଆଉ ବାକି ରହିବ ନାହିଁ। ଏଥିସହିତ ବଣ୍ଟନ କମ୍ପାନି ଗୁଡ଼ିକ ମଧ୍ୟ ଆଗୁଆ ପଇସା ଆଦାୟ କରିବାକୁ ସକ୍ଷମ ହେବେ। ସରକାର ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାର ପାଇଁ ଉଦୟ (ଉଜ୍ଜ୍ବଳ ଡିସ୍‌କମ୍ ଆସ୍ୟୁରାନ୍ସ ଯୋଜନା) ନାମକ ପୂର୍ବରୁ ଏକ ଯୋଜନା ଆରମ୍ଭ କରିଥିଲେ। ମୁଖ୍ୟତଃ ବିଦ୍ୟୁତ୍ ବଣ୍ଟନ କମ୍ପାନି ଗୁଡ଼ିକର ଋଣ ବୋଝ ହ୍ରାସ କରିବା ଲାଗି ଉଦୟ ଯୋଜନାରେ ପ୍ରାଧାନ୍ୟ ଦିଆଯାଇଥିଲା। କିନ୍ତୁ ଏବେ ଉଦୟ-୨ ଯୋଜନାରେ ବିଦ୍ୟୁତ୍ ଚୋରିକୁ ରୋକିବା ଏବଂ ବଣ୍ଟନ କମ୍ପାନିଙ୍କ ପରିବହନ ଜନିତ କ୍ଷତିକୁ କମାଇବା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ସେ, ବିଜୁଳି ଚୋରିକୁ ରୋକିବା ପାଇଁ କଠୋର ନୀତି ଗ୍ରହଣ କରାଯିବ। ଅସାଧୁ ଲୋକମାନେ ଯେଭଳି ହୁକ ପକାଇ ବିଜୁଳି ଚୋରି କରି ନପାରିବେ ସେଥିପାଇଁ ବିଦ୍ୟୁତ୍ ତାର ଗୁଡ଼ିକୁ ଖୁଣ୍ଟରେ ଟଣାଯିବା ବେଳେ ସେଗୁଡ଼ିକୁ କେବୁଲ୍ ଭିତରେ ରଖାଯିବ। ବିଜୁଳି ଚୋରିକୁ ରୋକିବା ପାଇଁ ସରକାର ଅଧିକ ସ୍ବତନ୍ତ୍ର ବିଜୁଳି ଥାନା ମଧ୍ୟ ଖୋଲିବେ। ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ନୂଆ ନୀତିରେ ଅର୍ଥାତ୍ ଆସନ୍ତା ଏପ୍ରିଲ ପରେ ଯଦି ଜାଣିଶୁଣି ଲୋଡ୍ ସେଡିଂ କରାଯାଏ ବା ବିଦ୍ୟୁତ କାଟ୍ କରାଯାଏ ତାହେଲେ କମ୍ପାନି ଗୁଡ଼ିକଠାରୁ ଜରିମାନା ଆଦାୟ କରାଯିବ। ରାଜ୍ୟ ବିଦ୍ୟୁତ୍ ନିୟାମକ ଏ ନେଇ ୬ ମାସେ କିମ୍ବା ବର୍ଷେ ସମୟ କୋହଳ କରିପାରନ୍ତି। ସେହିଭଳି ‌ଜରିମାନା ପରିମାଣ କେତେ ରହିବ ତାହା ମଧ୍ୟ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଦ୍ବାରା ଧାର୍ଯ୍ୟ ହେବ। ୧୫ ପ୍ରତିଶତରୁ ଅଧିକ ବଣ୍ଟନ ଜନିତ କ୍ଷତିକୁ ବଣ୍ଟନ କମ୍ପାନି ଗୁଡ଼ିକ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ। ଏହି ନିୟମ ଫଳରେ ବଣ୍ଟନ କମ୍ପାନି ଗୁଡ଼ିକ ସେମାନଙ୍କ କ୍ଷତି କମାଇବାକୁ ବାଧ୍ୟହେବେ। ପୁନ୍ନଶ୍ଚ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବଣ୍ଟନ କମ୍ପାନି ଗୁଡ଼ିକ ଉତ୍ପାଦନକାରୀଙ୍କ ସହିତ ଯେଉଁ ବିଜୁଳି କ୍ରୟ ରାଜିନାମା କରିବେ ସେଥିରେ ସେମାନେ ସେବା ଯୋଗାଉଥିବା ଅଞ୍ଚଳର ବାର୍ଷିକ ହାରାହାରି ବିଜୁଳି ଚାହିଦା ଅନୁଯାୟୀ ବିଜୁଳି କିଣିବେ। ଯଦି ତାହା ନକରନ୍ତି ସେମାନଙ୍କ ଲାଇସେନ୍ସ ପ୍ରତ୍ୟାହାର କରି ନିଆଯିବ। ଏତଦବ୍ୟତୀତ ଶୁଳ୍କର ସ୍ଲାବକୁ ହ୍ରାସ କରାଯିବା ସହିତ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକଠାରୁ ଆଦାୟ କରାଯାଉଥିବା କ୍ରସ୍ ସବସିଡି ବାବଦ ରାଶିକୁ ହ୍ରାସ କରାଯିବ। ଏ‌ ସଂକ୍ରାନ୍ତ ନୀତି ଚିଠା ଚୂଡ଼ାନ୍ତ ହୋଇସାରିଛି। କ୍ୟାବିନେଟ ଚିଠା ମଧ୍ୟ ବଣ୍ଟାଯାଇ ସାରିଛି। ଆସନ୍ତା ନିର୍ବାଚନ ପୂର୍ବରୁ ଜାନୁଆରି ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ସବୁ ପରିବାରକୁ ବିଜୁଳି ସଂଯୋଗ ଦେବାକୁ ଯୋଜନା ହୋଇଛି। ରାଜସ୍ଥାନ, ଆସାମ, ‌ଛତିଶଗଡ଼ ଏବଂ ମେଘାଳୟକୁ ଛାଡ଼ି ଦେଲେ ଦେଶର ଅନ୍ୟ ସବୁ ରାଜ୍ୟରେ ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇ ସାରିଲାଣି। ସରକାର ୨୦୧୯ ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାର ପୂର୍ବରୁ ଉକ୍ତ ଲକ୍ଷ୍ୟ ହାସଲ କରିବେ ବୋଲି ଆଶା ରଖିଛନ୍ତି। ଏତଦ୍‌ବ୍ୟତୀତ ଲୋକଙ୍କୁ ଆସନ୍ତା ବର୍ଷ ଏପ୍ରିଲରୁ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇବା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ରାଜିନାମା ସ୍ବାକ୍ଷର କରିଛନ୍ତି। ଏସବୁକୁ ଦେଖିଲେ ଆଗାମୀ ଦିନରେ ବିଜୁଳି ଚାହିଦା ବହୁମାତ୍ରାରେ ବଢ଼ିଯିବ। ଏଥିପାଇଁ ସରକାରଙ୍କୁ ବିଦ୍ୟୁତ୍ ବଣ୍ଟନ ଜନିତ କ୍ଷତି ଓ ଚୋରିକୁ ରୋକିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format