• ବିନ୍ଧ୍ୟବାସିନୀ:
ବରଗଡ ଜିଲ୍ଲାର ଭେଡେନ ତହସିଲ୍ ଅନ୍ତର୍ଗତ ସଂକୀର୍ତ୍ତା ଗ୍ରାମ ନିକଟରେ
ବିନ୍ଧ୍ୟବାସିନୀ ପର୍ବତ ରହିଛି | ବରଗଡ ଜିଲ୍ଲା ସଦର ମହକୁମା ଠାରୁ ଏହା ୩୫ କି.ମି ଦୂର ଅଟେ |
ଏହି ପର୍ବତ ଉପରେ ଏକ ସୁନ୍ଦର ମନ୍ଦିର ରହିଛି ଯେଉଁଠାରେ ଦେବୀ ବିନ୍ଧ୍ୟବାସିନୀ ପୂଜା ପାଉଛନ୍ତି
| ଏହି ଦେବୀଙ୍କ ନାମ ଅନୁସାରେ ପର୍ବତର ନାମ ମଧ୍ୟ ବିନ୍ଧ୍ୟବାସିନୀ ରଖାଯାଇଛି | ସ୍ଥାନୀୟ ଲୋକ
ଏହି ଦେବୀଙ୍କୁ ବହୁତ ଶ୍ରଦ୍ଧା ଓ ବିଶ୍ବାସ କରନ୍ତି | ବିନ୍ଧ୍ୟବାସିନୀ ଦେବୀ ଉକ୍ତ ଅଞ୍ଚଳର
ପ୍ରତ୍ୟେକ୍ଷ ଦେବୀ ଓ ସେଠାକାର ଲୋକଙ୍କ ଉପରେ ଦେବୀଙ୍କର ବେଶ୍ କୃପା ଓ ଶକ୍ତିଶାଳୀ ପ୍ରଭାବ
ରହିଛି ବୋଲି ବିଶ୍ବାସ କରାଯାଏ |
ପ୍ରାୟ ୨୦୦ ଏକର କ୍ଷେତ୍ର ବ୍ୟାପି ଏହି ପର୍ବତର ପାଦ ଦେଶରେ ୫୦ ଏକରର ଚରାଭୂମି
ରହିଛି | ସଂକୀର୍ତ୍ତା ଗ୍ରାମବାସୀ ମାନେ ୨୭ ଏକର ଜମି ଦେବୀଙ୍କର ପର୍ବ ପର୍ବାଣୀ ଆଦି ଧାର୍ମିକ
ତଥା ଅାନୁଷ୍ଠାନିକ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ମଧ୍ୟ ଦେବୀଙ୍କୁ ଉସ୍ଛର୍ଗ କରିଛନ୍ତି |
ଏଠାରେ ଦେବୀ ବିନ୍ଧ୍ୟବାସିନୀଙ୍କର ମୁଖ୍ୟ ପର୍ବ ପ୍ରତି ବର୍ଷ ଚୈତ୍ର
ପୂର୍ଣିମାରେ ବେଶ୍ ଯାକଜମକରେ ୫ ଦିନ ଧରି ପାଳିତ ହୋଇଥାଏ ଓ ଏଠାରେ ପଶୁ ବଳି ଦେବାର
ଅନ୍ଧବିଶ୍ବାସ ମଧ୍ୟ ପାରମ୍ପରିକ ନୀତିରେ କରାଯାଇ ଆସୁଛି | ଏହି ଧାର୍ମ ସ୍ଥଳ ଓଡିଶା ସରକାରଙ୍କ
ଦ୍ବାରା ମାନ୍ୟତା ପ୍ରାପ୍ତ ଏକ ପର୍ଯ୍ୟଟନ ସ୍ଥଳ ଅଟେ |
•ନୃସିଂହନାଥ ମନ୍ଦିର:
ବରଗଡ ଜିଲ୍ଲାର ନୃସିଂହନାଥ ମନ୍ଦିର ଏକ ପ୍ରସିଦ୍ଧ ଧର୍ମ ପୀଠ ଯାହା ଅତୀତର
ବୋରାସମ୍ବାର(ବର୍ତ୍ତମାନର ପଦ୍ମପୁର ଉପମଣ୍ଡଳ) ସାମ୍ରାଜ୍ୟ ସହ ସମ୍ବନ୍ଧିତ | ଏହି ସ୍ଥାନ
ଜିଲ୍ଲା କାର୍ଯ୍ୟାଳୟ ଠାରୁ ୧୫୦ କି.ମି. ଦୂର ଅଟେ | ୩୨୩୪ ଫୁଟ ଉଚ୍ଚତା ବିଶିଷ୍ଟ ଗନ୍ଧମାର୍ଦ୍ଧନ
ପର୍ବତର ପାଦ ଦେଶରେ ଏହି ନୃସିଂହନାଥ ମନ୍ଦିର ଅବସ୍ଥିତ | ପାଟଣାର ଅଷ୍ଟମ ଚୌହାନ ରାଜା ବୈଜଲ୍
ଦେବ୍ ଏହି ମନ୍ଦିରର ନିର୍ମାଣ କରାଇ ଥିଲେ | ମନ୍ଦିର ର ଏକ ପଥରରେ ଏହି ମନ୍ଦିରର ନିର୍ମାଣ ଓ
ଇତିହାସ ବିଷୟରେ ଏକ ଶିଳାଲେଖା ରହିଛି | ବନଜଙ୍ଗଲ, ପାହାଡ ଆଦି ପ୍ରାକୃତିକ ପରିବେଶ ଦ୍ବାରା ଏହି
ବିଷ୍ଣୁ ପୀଠର ମନ୍ଦିର ପରିବେଷ୍ଟିତ ଯାହାକୁ ଓଡିଶା ସରକାର ପର୍ଯ୍ୟଟନ ସ୍ଥଳର ମାନ୍ୟତା ମଧ୍ୟ
ଦେଇଛନ୍ତି | ହ୍ବେନ୍ ସାଂ ଭାରତ ଭ୍ରମଣ କରିଥିବା ବେଳେ ଏହି ସ୍ଥାନର ବର୍ଣନା ମଧ୍ୟ କରିଥିଲେ
ଯେଉଁଥିରୁ ଏହା ସୂଚନା ମିଳେ ଯେ ନୃସିଂହନାଥ ଧର୍ମ ସ୍ଥଳ ଅତୀତରେ ଏକ ବୌଦ୍ଧ ପୀଠ ଥିଲା ଯାହା
ସେତେବେଳେ ପରିମଲଗିରି ନାମରେ ଜଣା ଥିଲା | ଇତିହାସରୁ ଏହା ମଧ୍ୟ ସ୍ପଷ୍ଟ ଯେ ସେତେବେଳେ ବୌଦ୍ଧ
ଶ୍ରମଣ ନାଗାର୍ଜୁନ ଏଠାରେ ରହୁଥିଲେ | ମନ୍ଦିରର ଆଖପାଖରେ ଏକ ପାହାଡି ଝରଣା ପ୍ରବାହିତ ଯାହା
ଭିର୍ଣ ଭିର୍ଣ ସ୍ଥାନରେ କପିଳଧାରା, ଭୀମଧର, ଚଳଧର, ସୀତାକୁଣ୍ଡ, ଗୌକୁଣ୍ଡ ଆଦି ଭିର୍ଣ ଭିର୍ଣ
ନାମରେ ଜଣା | ଗନ୍ଧମାର୍ଦ୍ଧନର ସର୍ବୋଚ୍ଚ ଶିଖର ବିନ୍ଦୁ ‘ଭୀମ ମଡୁଆ’ ନାମରେ ଜଣା | ପବିତ୍ର
ବୈଶାଖମେଳା ନୃସିଂହନାଥ ମନ୍ଦିରରେ ନୃସିଂହଚତୁର୍ଦ୍ଦଶୀରେ ପାଳନ କରାଯାଏ ଓ ପ୍ରିତି ବର୍ଷ
ନୃସିଂହଚତୁର୍ଦ୍ଦଶୀରେ ସେଠାରେ ଏକ ବିଶାଳ ମେଳାର ଆୟୋଜନ ମଧ୍ୟ କରାଯାଏ ଯାହା ହଜାର ହଜାର
ଭକ୍ତଙ୍କୁ ଆକର୍ଷିତ କରିଥାଏ | ଏହା ବ୍ୟତୀତ ସୌର ପରାଗ ଓ ଚନ୍ଦ୍ର ଗ୍ରହଣ ଦିନ ମଧ୍ୟ ଏହି ପୀଠରେ
ପର୍ବ ପାଳନ କରାଯାଏ | ପିକନିକ୍ କରିବା ପାଇଁ ଏହା ଏକ ଲୋକପ୍ରିୟ ସ୍ଥାନ ଅଟେ |
•ଷଷ୍ଠ ସମ୍ଭୁ:
ଅଷ୍ଟସମ୍ଭୁ ମଧ୍ୟରୁ ନିମ୍ନ ଛ’ ଗୋଟି ସମ୍ଭୁ ବା ଶୈବ ପୀଠ ଆପଣ ବରଗଡ ଜିଲ୍ଲାରେ
ପରିଦର୍ଶନ କରିବାକୁ ପାଇବେ:-
୧-ବରଦାବାଲୁଙ୍କେଶ୍ବର :
ବରଗଡ ଜିଲ୍ଲାର ସଦରମହକୁମା ଠାରୁ ୧୩କି.ମି. ଦୂରରେ ଥିବା ଗାଇସୀମା ଗ୍ରାମରେ
ବରଦାବାଲୁଙ୍କେଶ୍ବର ମନ୍ଦିର ଅବସ୍ଥିତ | କୁହାଯାଏ ଯେ ସମ୍ବଲପୁର ରାଜା ଅଭୟ ସିଂ ୧୭୬୬ରୁ ୧୭୭୮
ମସିହା ମଧ୍ୟରେ ଏହି ମନ୍ଦିର ର ନିର୍ମାଣ କରାଇଥିଲେ |
୨-ସ୍ବପ୍ନେଶ୍ବର:
ବରଗଡ ଜିଲ୍ଲା ସଦରମହକୁମା ଠାରୁ ୩୦ କି.ମି ଦୂରରେ ରହିଛି ଅତାବିରା ତହସିଲ
ଅନ୍ତର୍ଗତ ସ୍ବର୍ଣ-ସ୍ବର୍ଣ ଗ୍ରାମ ; ଯେଉଁଠାରେ ୪ ଏକର କ୍ଷେତ୍ର ପରିମିତ ଅଞ୍ଚଳରେ ସ୍ବପ୍ନେଶ୍ବର
ଶୈବ ପୀଠ ରହିଛି | ଏହି ଶୈବ ପୀଠ ସମ୍ବଲପୁରର ରାଜା ଅଜିତ ସିଂଙ୍କ ରାଜତ୍ବ ସମୟରେ ଦେଓ୍ବାନ୍
ଦକ୍ଷିଣରାୟଙ୍କ ତତ୍ବବଧାନରେ ନିର୍ମାଣ କରା ଯାଇଥିଲା | ଏହି ମନ୍ଦିର ସମ୍ମୁଖରେ ୬ଏକର ସ୍ଥାନ
ବିସ୍ତୃତ ଏକ ସୁନ୍ଦର ପୁଷ୍କରଣୀ ମଧ୍ୟ ରହିଛି |
୩-ବୈଦ୍ୟନାଥ:
ବରଗଡ ଜିଲ୍ଲା ସଦରମହକୁମାର ପଶ୍ଚିମରେ ୭କି.ମି ଦୂରରେ ରହିଛି ଦେଓଗାଁ ଯେଉଁଠାରେ
ବୈଦ୍ୟନାଥ ଶୈବ ପୀଠ ଅବସ୍ଥିତ | ଐତିହାସିକ ଶିବ ପ୍ରସାଦ ଦାସଙ୍କ ମତ ଅନୁସାରେ ଏହି ଶୈବ ପୀଠ
ମଧ୍ୟ ସମ୍ବଲପୁର ର ରାଜା ଅଜିତ ସିଂଙ୍କ ରାଜତ୍ବ ସମୟରେ ଦେଓ୍ବାନ୍ ଦକ୍ଷିଣରାୟଙ୍କ ତତ୍ବବଧାନରେ
ନିର୍ମାଣ କରା ଯାଇଥିଲା |
୪-ମହାକାଳେଶ୍ବର:
ବରଗଡ ଜିଲ୍ଲା ସଦରମହକୁମାର ଦକ୍ଷିଣରେ ଭଟ୍ଟଲି ପୁଲିସ୍ ଷ୍ଟେସନ ଅଧୀନରେ ନିଳଜୀ
ଗ୍ରାମ ରହିଛି | କିମ୍ବଦନ୍ତୀ ଅନୁସାରେ ଚୌହାନ୍ ରାଜା ବଳରାମ ଦେବଙ୍କ ରାଜତ୍ବ ସମୟରେ ଦେଓ୍ବାନ୍
ଦକ୍ଷିଣରାୟଙ୍କ ତତ୍ବବଧାନରେ ଭଗବାନ ଶିବ ସେଠାରେ ମହାକାଳେଶ୍ବର ଅବତାର ନେଇଥିଲେ ଓ ପରବର୍ତ୍ତୀ
ସମୟରେ ନିଳଜୀ ଗ୍ରାମର ସେହି ସ୍ଥାନରେ ମହାକାଳେଶ୍ବରଙ୍କୁ ପୂଜା ଆରାଧନା କରିବା ପାଇଁ ମନ୍ଦିର
ନିର୍ମାଣ କରାଯାଇଥିଲା |
୫-ବିଶ୍ବେଶ୍ବର:
ବରଗଡ ଓ ସମ୍ବଲପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଏକ ପାର୍ଶ୍ବରେ ଅତାବୀରା
ତହସିଲ ଅନ୍ତର୍ଗତ ସାରଣ୍ଡା ଗ୍ରାମ ଅବସ୍ଥିତ ଯେଉଁଠାରେ ବିଶ୍ବେଶ୍ବରଙ୍କର ମନ୍ଦିର ରହିଛି |
କିମ୍ବଦନ୍ତୀ ଅନୁସାରେ ଏହି ଶୈବ ପୀଠ ମଧ୍ୟ ଚୌହାନ୍ ରାଜା ବଳରାମ ଦେବଙ୍କ ରାଜତ୍ବ ସମୟରେ
ଦେଓ୍ବାନ୍ ଦକ୍ଷିଣରାୟଙ୍କ ତତ୍ବବଧାନରେ ନିର୍ମାଣ କରାଯାଇଛି |
୬-କେଦାରନାଥ:
ବରଗଡ ଜିଲ୍ଲା ସଦରମହକୁମାର ଉତ୍ତରରେ ୩୫ କି.ମି. ଦୂରରେ ବରାପହର ପର୍ବତର ପାଦ
ଦେଶରେ ଅମ୍ବାଭୋନା ନାମକ ସ୍ଥାନରେ ଶୈବ ପୀଠ ସ୍ଥଳ କେଦାରନାଥ ରହିଛି | ଏହି ସ୍ଥାନରେ ଏକ
ସୁନ୍ଦର ପୁଷ୍କରଣୀ ମଧ୍ୟରେ ଭଗବାନ ଶିବ କେଦାରନାଥ ନାମରେ ରହିଛନ୍ତି | ଏହା ବରଗଡ ଜିଲ୍ଲାର ଏକ
ଆକର୍ଷଣୀୟ ଧର୍ମ ପୀଠ |
•ଦେବରିଗଡ:
ବରଗଡ ଜିଲ୍ଲାସ୍ଥ ବାରାପହର ପାହାଡରେ ରହିଛି ୨୨୬୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ
ପର୍ବତ ଶିଖର ବା ଶୃଙ୍ଗ | ଏହି ସ୍ଥାନର ଏକ ଐତିହାସିକ ପୃଷ୍ଚଭୂମି ରହିଛି | ଲଖନପୁର ର ଗୋଣ୍ଡ
ଜମିଦାର ବିଦ୍ରୋହୀ ବଳଭଦ୍ର ଦେବଙ୍କୁ ଏହି ସ୍ଥାନରେ ମୃତ୍ୟୁଦଣ୍ଡ ଦିଆ ଯାଇଥିଲା | ବରଗଡର
ମୌଫିଦାର ବାଲୁକି ଦାସଙ୍କର ହତ୍ୟା ପରେ ମହାପାତ୍ର ରାଏ ଓ ବଳଦିଆ ରାଏ ମଧ୍ୟ ୧୮୪୦
ଖ୍ରୀଷ୍ଟାବ୍ଦରେ ଏଠାରେ ଶରଣ ନେଇଥିଲେ | ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ
୧୮୬୪ ମସିହାରେ ବ୍ରିଟିଶ ସୈନ୍ୟ ଏହି ସ୍ଥାନରେ କାବୁ କରି ନେଇଥିଲେ | ଏଠାରେ ଏକ ପ୍ରାକୃତିକ
ବନ୍ୟଜନ୍ତୁ ଅଭଆରଣ୍ୟ ମଧ୍ୟ ରହିଛି ଯେଉଁଠାରେ ହାତୀ, ବଣମଇଁଷି, ବ୍ଲାକ୍ ବକ୍ ବ୍ୟତୀତ ପ୍ରାୟ
ଅନ୍ୟ ସବୁ ଜୀବ ଜନ୍ତୁ ଅଳ୍ପେ ବହୁତେ ଅାପଣ ଦେଖିବାକୁ ପାଇବେ |
ଷଷ୍ଠ ପର୍ଯ୍ୟାୟରେ ଆମେ ଆପଣଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ସମ୍ବନ୍ଧରେ
ଅବଗତ କରାଇବୁ | ଏପରି ଉପାଦେୟ ତଥ୍ୟ ପାଇବା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରହନ୍ତୁ |
ବରଗଡ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ

Tourist Place of Bargarh District
0 Comments