ଏ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ,ଏ ସୁନ୍ଦର ଧରା,ପଶୁ ପକ୍ଷୀ,ବନ ଜଙ୍ଗଲ,ନଦୀ,ପାହାଡ
ଆଦି ସବୁକିଛି ଇଶ୍ବରଙ୍କର ଅନବଦ୍ୟ ସୃଷ୍ଟି | ଇଶ୍ବରଙ୍କର ଏହି ବିଚିତ୍ର,ସୁନ୍ଦର ସୃଷ୍ଟି ମଧ୍ୟରୁ
ମନୁଷ୍ୟ ହେଉଛି ସର୍ବଶ୍ରେଷ୍ଠ ସୃଷ୍ଟି| କାରଣ ମନୁଷ୍ୟର ବୁଦ୍ଧି ଓ ବିବେକ ଅଛି| ସେଥିପାଇଁ ଏ
ସୁନ୍ଦର ଧରାର ସୁରକ୍ଷା ଦାୟିତ୍ବ ଇଶ୍ବରଙ୍କର ଦିବ୍ୟ ସନ୍ତାନ ମନୁଷ୍ୟ ଉପରେ ନ୍ୟସ୍ତ | ମନୁଷ୍ୟ
ଭଗବାନଙ୍କର ଦିବ୍ୟ ସନ୍ତାନ ହୋଇ ମଧ୍ୟ ଆଜିର ମନୁଷ୍ୟ ଅନେକ ସ୍ଥଳେ ନିଜିର ମାନବିକତା ହରାଇ,
ସ୍ବାର୍ଥନ୍ବେସୀ ହୋଇ କେବଳ ଏକା ସମଗ୍ର ବିଶ୍ବରେ ନିଜର ରାଜତ୍ବ ଜାହିର କରିବାରେ ବ୍ୟସ୍ତ|
ମନୁଷ୍ୟକୁ ଆଜି ସମସ୍ତ ଭୌତିକ ସୁଖ ପ୍ରାପ୍ତ ହୋଇଥିଲେ ମଧ୍ୟ ମନୁଷ୍ୟ ଆଜି ନିଜ ମନର ଶାନ୍ତି
ହରାଇଛି | ତେଣୁ ସାମାନ୍ୟ ଶାନ୍ତି ପାଇବା ପାଇଁ ମଣିଷ ଅନେକ ରାସ୍ତା ଆପଣାଉଛି । ଅନେକ ଲୋକ ନିଜ
ଜୀବନର ସମସ୍ୟାର ସମାଧାନ ପାଇଁ, ସୁଖ-ଶାନ୍ତି ପାଇଁ ଜ୍ୟୋତିର୍ବିତ,ତାନ୍ତ୍ରିକ ବା ମନ୍ଦିରର
ପୂଜାରୀ ନିକଟକୁ ଯାଇ ଅଯଥା ଟଙ୍କା ଖର୍ଚ୍ଚାନ୍ତ ହୁଅନ୍ତି । କିନ୍ତୁ ଏହି ଶାନ୍ତିର ମାର୍ଗ ନିଜ
ଠାରେ ଖୋଜିବାକୁ ଚେଷ୍ଟା କରନ୍ତି ନାହିଁ । କାରଣ ପ୍ରକୃତ ଶାନ୍ତି ବାହ୍ୟ ଦୁନିଆରେ ନୁହେଁ ବରଂ
ନିଜ ଅନ୍ତର ମଧ୍ୟରେ ଥାଏ| ସେଥିପାଇଁ ପବିତ୍ର ଭାଗବତ ଗୀତାରେ ଏହା କୁହାଯାଇଛି ଯେ “ମନ ତୋହର
ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ…” | ଭାଗବତ ଗୀତାରେ ଏହିପରି ଅନେକ ମୂଲ୍ୟବାନ ବାଣୀ ବା
ଶିକ୍ଷା ରହିଛି ଯାହା ମନୁଷ୍ୟ ଜୀବନକୁ ବାସ୍ତବ ସୁଖ ଶାନ୍ତିରେ ଭରିଦେଇ ପାରିବାକୁ ସମର୍ଥ |
ମନୁଷ୍ୟର ଦୈନଦିନ ଜୀବନରେ ଘଟୁଥିବା ସମସ୍ୟା ଓ ତା’ର ସମାଧାନ ଭାଗବତ ଗୀତାରେ ବଣ୍ଣିତ ଅଛି ।
ତନ୍ମଧ୍ୟରୁ ଭାଗବତ ଗୀତାର ୧୦ ଗୋଟି ବାଣୀକୁ ଜୀବନରେ ଆପଣାଇଲେ ଆମର ଜୀବନ ନିଶ୍ଚୟ ସୁଖ
ଶାନ୍ତିରେ ଭରିଯିବ| ତେବେ ଚାଲନ୍ତୁ ଜାଣିବା ଭାଗବତ ଗୀତାର ଏହି ୧୦ଗୋଟି ଅମୂଲ୍ୟ ବଚନ,ଯାହା
ଭିତରେ ଲୁଚିରହିଛି ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ:
୧. କାହାର ଭଲଗୁଣକୁ ଅନୁସରଣ କରିବା ବହୁତ ଭଲ| କିନ୍ତୁ କୌଣସି ମନୁଷ୍ୟ ଅନ୍ୟ
କାହାର ଜୀବନ ଶୈଳୀକୁ ଅନୁକରଣ କରି ଅନ୍ୟର ଜୀବନ ପୂର୍ଣ୍ଣ ରୂପେ ବଞ୍ଚିବା ନିଜର ଜୀବନ ଅନୁସାରେ
ପୂର୍ଣ୍ଣ ରୂପରେ ବଞ୍ଚିବା ଶ୍ରେୟସ୍କର।
୨.ନର୍କ ଏହି ୫ଗୋଟି ଜିନିଷକୁ ଘୃଣା କରିଥାଏ:- ଘୃଣା, ସ୍ବାର୍ଥ , ଅଭିଳାଷ,
କ୍ରୋଧ ଓ ଲୋଭ । ପରମାତ୍ମା କହିଥାନ୍ତି ଯେ, କୌଣସି ମନୁଷ୍ୟ ନିଜ ଜୀବନରେ ଘୃଣାର
ଭବନା,ସ୍ବାର୍ଥକୈନ୍ଦ୍ରିକ ମନୋବୃତି, ପରଧନରେ ଲୋଭ- ମୋହମୟା ଓ ଅଭିଳାଷା ରଖିଥାନ୍ତି ।
ସେମାନଙ୍କ ପାଇଁ ନର୍କ ସଠିକ୍ ଜାଗା ହୋଇଥାଏ ।
୩.ବୁଦ୍ଧିମାନ ବ୍ୟକ୍ତି ନା ହିଁ ବଞ୍ଚି ରୋହିଥିବା ଲୋକଙ୍କ ପାଇଁ ସଉକ
ମନାଇଥାନ୍ତି ନା ହିଁ ମୃତ୍ୟୁ ହୋଇଥିବା ଲୋକଙ୍କ ପାଇଁ । ଏମିତି କୌଣସି ସମୟ ନଥିଲା ଯେବେ ତୁମେ
ଆଉ ମୁଁ ଓ ସମସ୍ତ ରାଜା ଏଠାରେ ଏକତ୍ରିତ ହୋଇଥିଲୁ, ନା ହିଁ ଅସ୍ତିତ୍ୱରେ ଥିଲା ନା ହିଁ ଏମିତି
କୌଣସି ସମୟ ହୋଇଥିଲା କି ଯେବେ ଆମେ ଅସ୍ତିତ୍ୱକୁ ସମାପ୍ତ କରିଦେଇ ଥାନ୍ତେ । ଯେଉଁ ଜିନିଷ ଆମ
ହାତରେ ନାହିଁ ସେହି ବିଷୟରେ ଚିନ୍ତା କରିକି ଲାଭ କଣ ?
୪.ନିଜ କର୍ତ୍ତବ୍ୟ କୁ ପାଳନ କରିବା ଯାହା ପ୍ରକୃତି ଦ୍ୱାରା ନିର୍ଦ୍ଧାରିତ
କରାଯାଇଛି, ତାହା କୌଣସି ପାପ ନାହିଁ । ନିଜ କର୍ତ୍ତବ୍ୟକୁ ପାଳନ କରିବା ପାଇଁ କୋୖଣସି ଭାବରେ
ଅଳସ ହେବାକୁ ହେବନି ।
୫.ଗରମ ଓ ଶୀତ, ଖୁସି ଆଉ ଦୁଃଖର ଭାବନା ତାଙ୍କର ଵସ୍ତୁର ସହିତ ତାତ୍ପଜ୍ୟ ଓ
ଵିଚାର କାରଣରୁ ହୋଇଥାଏ । ଯାହା ଅସିଥାଏ ଆଉ ଚାଲିଯାଇଥାଏ, ବେଶୀ ସମୟ ଧରି ରହିନଥାଏ ।
ପୃଥିବୀରେ ପାଗର ଯେମିତି ପରିବର୍ତ୍ତନ ହୋଇଥାଏ ସେହି ପ୍ରକାରର ସୁଖ ଓ ଦୁଃଖର ପରିବର୍ତ୍ତନ
ହୋଇଥାଏ ।
୬.ଆମେ ସବୁବେଳେ ସକାରତ୍ମକ ଜିନିଷକୁ ଦେଖିବା ଦରକାର ଓ ସକରାତ୍ମକ ଭାବନା ରଖିବା
ଦରକାର । କାହିଁକିନା ଏହା ଆମର ଅସ୍ତିତ୍ୱକୁ ଲୋକମାନଙ୍କ ସାମନାରେ ପ୍ରକଟ କରିଥାଏ ।
୭.ସତ୍ୟ ମନର ବ୍ୟକ୍ତି ହିଁ ପରମାତ୍ମାକୁ ଠିକ୍ ରୂପେ ଜାଣି ପାରିବାର ସାମର୍ଥ୍ୟ
ରଖିଥା’ନ୍ତି ।
୮.ଜୀବନରେ କେବେ ମଧ୍ୟ କ୍ରୋଧ କରନ୍ତୁ ନାହିଁ । କାରଣ କ୍ରୋଧ କେବଳ ଆପଣଙ୍କ
ଜୀବନକୁ ଧ୍ୱଂସ କରିଦେଇଥାଏ ।
୯.ଯେଉଁ ବ୍ୟକ୍ତି ନିଜ ନିଜ ଭିତରେ ଖୁସି ରହିଥାଏ, ନିଜ ଜୀବନକୁ ନେଇ ସନ୍ତୁଷ୍ଟ
ରହିଥାଏ ବା ଯେଉଁ ମନୁଷ୍ୟର ଜୀବନରେ ଉତ୍ତମ ଆଦର୍ଶ ରହିଥାଏ, ମାନବିକ ମୂଲ୍ୟବୋଧ,ନୈତିକ ବିଚାର,
ଜୀବ ପ୍ରତି ଦୟା ଥାଏ ସେହି ମନୁଷ୍ୟ ଇଶ୍ବରଙ୍କର ନିକଟତର ହୋଇଥାଏ ।
୧୦. ଫଳରେ ଆଶା ନରଖି ନିଜର କର୍ତ୍ତବ୍ୟ କରିବା ଉପରେ ଗୁରୁତ୍ବ ଦେବା
ଉଚିତ|
ଆମର ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା ମନ୍ତବ୍ୟ କୋଠରୀରେ ନିଜର
ମତାମତ ନିଶ୍ଚୟ ଜଣାନ୍ତୁ ! ! ଜୟ ଜଗନ୍ନାଥ !!
ଭାଗବତ ଗୀତାର ୧୦ଟି ଅମୂଲ୍ୟ ବଚନ ଯାହା ଭିତରେ ଲୁଚି ରହିଛି ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ |

The 10 most precious words of the Bhagavad Gita,
0 Comments