ଆପଣମାନେ ଜାଣନ୍ତି ଯେ ଲୁଣ ବିନା ଖାଦ୍ୟ ସ୍ବାଦିଷ୍ଟ ହୋଇ ପାରେ ନାହିଁ |
ଖାଦ୍ୟରେ ଲୁଣର ବ୍ୟବହାର ବ୍ୟତୀତ ଆଉ ଅନେକ ଉପଯୋଗିତା ମଧ୍ୟ ଲୁଣର ରହିଛି | ଆଜି ଆମେ ଆପଣଙ୍କୁ
ଜଣାଇବୁ ଯେ କେଶ ପାଇଁ ଲୁଣର କି ଉପଯୋଗିତା ରହିଛି |
କେଶରେ ଲୁଣ ଲଗାଇଲେ ଅନେକ ଫାଇଦା ମିଳିଥାଏ ଯାହା ଦ୍ବାରା ଆପଣଙ୍କର ଉଭୟ ସମୟ ଓ
ଅର୍ଥ ମଧ୍ୟ ବଞ୍ଚି ଥାଏ|
ଆପଣଙ୍କ ରୋଷେଇ ଘରେ ଲୁଣ ତ ନିଶ୍ଚୟ ଥିବ | ରୋଷେଇରେ ଲୁଣର ଗୁରୁତ୍ବପୂର୍ଣ୍ଣ
ଭୂମିକା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଖାଦ୍ୟ ବ୍ୟତୀତ ଏହାର
ବ୍ୟବହାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ କରାଯାଇଥାଏ । ଯଦି ଆପଣ ଆପଣଙ୍କ କେଶକୁ ଘନ ଏବଂ ଲମ୍ବା
କରିବାକୁ ଚାହୁଁଛନ୍ତି ତେବେ ଲୁଣର ବ୍ୟବହାର ଆପଣଙ୍କ ପାଇଁ ଲାଭଦାୟକ ନିଶ୍ଚୟ ହେବ ।ନିଜର କେଶକୁ
ସୁସ୍ଥ, ଘନ ଓ ସୁନ୍ଦର କରିବା ପାଇଁ ଆମେ ନିମ୍ନରେ ଜଣାଇ ଥିବା ଲୁଣର ପ୍ରୟୋଗକୁ ନିଶ୍ଚୟ
ଆପଣାନ୍ତୁ | ତେବେ ଆସନ୍ତୁ ଜାଣିବା କିପରି କରିବେ କେଶରେ ଲୁଣର ବ୍ୟବହାର।
*ରୂପି ଦୂର କରିବାରେ ଲୁଣ ବହୁତ ଉପକାରୀ:
କେଶରୁ ରୂପି ଦୂର କରିବା ପାଇଁ ଏକ କପ୍ ପାଣିରେ ୩ ଚାମଚ ଲୁଣ ପକାଇ ଫୁଟାନ୍ତୁ ।
ଏହା ପରେ ଏହାକୁ ଥଣ୍ଡା କରିଦିଅନ୍ତୁ । ଏହି ପାଣିରେ କେଶକୁ ଧୋଇ ୫ ରୁ ୧୦ ମିନିଟ୍ ଯାଏଁ ମସାଜ୍
କରନ୍ତୁ । ଏହା ପରେ ସାମ୍ପୁରେ ସଫା କରି ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ରୂପି ଦୂର କରିବା ପାଇଁ
ଏପରି ସପ୍ତାହରେ ୨-୩ଥର କିଛି ମାସ ଯାଏ କରିବା ପରେ ଆପଣ ନିଜେ ଏହାର ଉପକାର ଅନୁଭବ କରି ପାରିବେ
|
*ଲୁଣ ପ୍ରୟୋଗ କରି ଦୂର କରନ୍ତୁ କେଶ ଝଡିବା ସମସ୍ୟା :
ଯଦି ଆପଣ ନିଜର କେଶ ଝଡିବା ଯୋଗୁଁ ଚିନ୍ତିତ ଅଛନ୍ତି ତେବେ ଲୁଣ ଆପଣଙ୍କ ପାଇଁ
ସବୁଠାରୁ ଭଲ ଉପାୟ । ସ୍କାଲପରେ ଲୁଣ ପ୍ରୟୋଗ କରିବା ଦ୍ବାରା ଆପଣଙ୍କ ସ୍କାଲପର ବନ୍ଦ ଲୋମ
ଛିଦ୍ର ଖୋଲି ଯାଇଥାଏ । ଯାହା ଫଳରେ କେଶ ଝଡିବା ବନ୍ଦ ହେବା ସହ କେଶ ବୃଦ୍ଧି ହୋଇଥାଏ ।
*ଘନ କେଶ ପାଇବାରେ ସାହାଯ୍ୟ କରିଥାଏ ଲୁଣ :
କେଶକୁ ସୁସ୍ଥ ,ସୁନ୍ଦର ଏବଂ ଘନ କରିବା ପାଇଁ ହେୟାର୍ ଏକ୍ସଫୋଲିଏସନ୍ ଖୁବ୍
ଜରୁରୀ । ଏଥିପାଇଁ ଯେଉଁ ସେରମ୍ ଆପଣ ବ୍ୟବହାର କରୁଛନ୍ତି ତାହା କେମିକାଲ୍ ଯୁକ୍ତ ହୋଇଥାଇ
ପାରେ। ସେଥିପାଇଁ ଆପଣ ସାମ୍ପୁରେ ଅଳ୍ପ ଲୁଣ ମିଶାଇ ଏକ୍ସଫୋଲିଏଟର୍ ଭାବରେ ବ୍ୟବହାର କରିପାରିବେ
।
*ଲୁଣର ପ୍ରୟୋଗ ସ୍କାଲପରେ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ :
ସମୁଦ୍ର ଲୁଣରେ ଅନେକ ମିନେରାଲ ଯେପରି କ୍ୟାଲସିୟମ, ଜିଙ୍କ୍, ମ୍ୟାଗ୍ନେସିୟମ,
ବ୍ରୋମାଇଡ୍, ସଲଫର୍ ଏବଂ ସୋଡିୟମ୍ କ୍ଲୋରାଇଡ୍ ଥାଏ ।ତେଣୁ ଏହାର ବ୍ୟବହାର ସ୍କାଲପରେ ରକ୍ତ
ସଞ୍ଚାଳନ ବୃଦ୍ଧି କାରାଇବା ସହ କେଶ ବଢାଇବାରେ ମଧ୍ୟ ମଧ୍ୟ ଏହା ସହାୟକ ହୋଇଥାଏ।
* ଲୁଣ ପ୍ରୟୋଗ କରି କେଶକୁ ତୈଳାକ୍ତ ହେବାରୁ ରକ୍ଷା କରନ୍ତୁ :
ସାମ୍ପୁରେ କିଛି ଲୁଣ ମିଶାଇ କେଶ ଧୁଅନ୍ତୁ । ଏହା ସ୍କାଲ୍ପ ଡେଡ୍ କୋଷିକା
ଗୁଡିକ ହଟାଇବାରେ ସାହାଯ୍ୟ କରିଥାବା ସହ କେଶରୁ ଅଧିକ ତୈଳ ଉତ୍ପନ୍ନ ହେଉଥିଲେ ତାକୁ କଣ୍ଟ୍ରୋଲ୍
କରିଥାଏ ।
ଆଶା କରୁଛୁ ଆପଣ ନିଜ କେଶରେ ଲୁଣର ଏହି ଉପାୟ ସବୁ ପ୍ରୟୋଗ କରି ଚମତ୍କାରୀ
ଫାଇଦା ପାଇବେ |
କେଶରେ ଲୁଣ ଲଗାଇବାର ଚମତ୍କାରୀ ଫାଇଦା

Keshare Luna Lagibara Chamatkar Faidat
0 Comments