ଆମେ ଆଜି ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ
ସାଧାରଣତଃ ନିଜ ବାଡ଼ି ବଗିଚାରେ ଦେଖିଥିବେ |ଏହା ଏକ ଛୋଟ କଣ୍ଟା ଜୀତୀୟ ଗଛ ଯାହାକୁ ଛୁଇଁବା
ମାତ୍ରେ ତାହାର ପତ୍ର ଆପେ ଆପେ ଭିତରପଟକୁ ବନ୍ଦ ହୋଇଯାଏ ଓ କିଛି ସମୟ ପରେ ପୁଣି ଆପେ ଆପେ
ଖୋଲିଯାଏ I ଏହି ଗଛଟିର ନାମ ‘ଲାଜକୁଳି ଲତା’ ଯାହା ପ୍ରାକୃତିକ କୋଳାହଳ ରୁ ନିଜକୁ ରକ୍ଷା କରିବା
ପାଇଁ ଏପରି କରିଥାଏ I ଏହି ସ୍ଵଭାବ କାରଣରୁ ଏହି ଗଛଟିକୁ ଲାଜୁଆ ଓ ଲାଜକୁଳୀ ଗଛ ନାମ
ଦିଆଯାଇଛିI ଏହାକୁ ଇଁରାଜୀରେ ‘Touch-Me-Not’ plant କୁହାଯାଏ ଯାହାର ବୈଜ୍ଞାନିକ ନାମ ହେଉଛି
‘Mimosa Pudica’ | ଏହି ଗଛଟି ପାଞ୍ଚ ଫୁଟ ପର୍ଯ୍ୟନ୍ତ ଉଚ୍ଚ ମଧ୍ୟ ହୋଇ ପାରିବ I
ଏହି ଗଛର ଫୁଲର ରଙ୍ଗ ହାଲକା ଗୋଲାପୀ ରଙ୍ଗ I ଏହା ବର୍ଷ ସାରା ଉଠିଥାଏ ଓ ଏହାର
ବ୍ୟବହାର ଆୟୁର୍ବେଦରେ ଔଷଧ ହିସାବରେ କରାଯାଏ I ଲାଜକୁଳିର ଫୁଲ ପତ୍ର ଓ ମଝିଭାଗ ଅନେକ ରୋଗର ଔଷଧ
ଭାବେ ବ୍ୟବହାର କରାଯାଏ ଯାହା ବିଷୟରେ ସମ୍ୟକ ଧାରଣା ଆମେ ଏଠାରେ ଆପଣଙ୍କୁ ଦେବାକୁ
ଚାହିଁବୁ:-
•ମଧୁମେହରେ ପୀଡିତ ବ୍ୟକ୍ତିଙ୍କୁ ଏହା ଔଷଧ ରୂପରେ ଦିଆଯାଏ I ମଧୁମେହରେ ପୀଡିତ
ବ୍ୟକ୍ତି ଏହାର ପତ୍ରର ରସକୁ ସେବନ କଲେ ତାଙ୍କ ଶରୀରର ସୁଗାର- ସ୍ତର ନିୟନ୍ତ୍ରଣରେ ରହିଥାଏ ଓ
ରୋଗୀଙ୍କୁ ବହୁ ଫାଇଦା ମିଳିଥାଏ I
•ଯାହାର କାଶ ହେଉଥିବ ଏହି ପତ୍ରର ରସକୁ ଗଳାରେ ଲଗାଇଲେ ତାହା ଭଲ ହୋଇଯାଏ
|
•ଆଣ୍ଠୁ ଗଣ୍ଠିରେ ଦରଜ ବା ଯନ୍ତ୍ରଣା ହେଉଥିଲେ ଆପଣ ଏହାର ପତ୍ରକୁ ବାଟି
ଯନ୍ତ୍ରଣା ବା ଦରଜ ହେବା ସ୍ଥାନରେ ଲେପ ଦେଇ ପାରିବେ | ଏପରି କରିବା ଦ୍ବାରା ଆଣ୍ଠୁ ଗଣ୍ଠିର ଦରଜ
ବା ଯନ୍ତ୍ରଣାରୁ ମୁକ୍ତି ମିଳେ |
•ଯଦି କାହାର ପେଟରେ ପଥର ସଷ୍ଟି ହୋଇଛି ତ ଏହାର ରସକୁ ଦିନରେ ଦ୨-୩ ଥର ସେବନ
କଲେ ପଥର ଭାଙ୍ଗିଯାଇ ବାହାରକୁ ମୁତ୍ର ଦ୍ବାରା ନିଷ୍କାସିତ ହୋଇ ଯାଏ I
•ଲାଜକୁଳି ଲତାର ପତ୍ର ରସ ସେବନରେ ମଧ୍ୟ ହାଡ଼ ମଜଭୁତ ହୁଏ I
•ଲାଜକୁଳିର ଉପଯୋଗ ଛାତି କ୍ୟାନ୍ସର ପାଇଁ ମଧ୍ୟ ବ୍ୟବହାର ହୁଏ I ଶୁଖିଲା ଡାଳକୁ
ବାଟି ଛାତିରେ ଲଗାଇଲେ ଏଥିରୁ ମୁକ୍ତି ମିଳିଥାଏ I
•ଦାନ୍ତ ବିନ୍ଧା ହେଉଥିଲେ ଏହାର ମଝିଭାଗକୁ ପାଣିରେ ପକାଇ ସେଇ ପାଣିକୁ ପାଟିରେ
କୁଳୁକୁଳି କଲେ ଦାନ୍ତ ବିନ୍ଧା କମିଯାଏ I
•ଯଦି ମୁହଁ କୁଣ୍ଡାଇ ହଉଥାଏ ତାହେଲେ ଏହି ପତ୍ରର ରସକୁ ବାଟି ମୁହଁର ପ୍ରଭାବିତ
ଜାଗାରେ ଲଗାଇଲେ ତାହା ଭଲ ହୋଇଯାଏ I
•ଲାଜକୁଳିର ବ୍ୟବହାର କ୍ଷତ ଭଲ ହେବାପାଇଁ ମଧ୍ୟ କରାଯାଏ I ଏହି ପତ୍ରକୁ ବାଟି
ତା’ର ରସକୁ କ୍ଷତ ସ୍ଥାନରେ ଲଗାଇଲେ ତାହା ଭଲ ହୋଇଯାଏ I
•ଏହା ବ୍ୟତୀତ ଏହା ଚର୍ମ ସଂକ୍ରମଣ, ଶ୍ବାସ ରୋଗ,କେଶ ଜନିତ
ସମସ୍ୟା,ନିଦ୍ରାହୀନତା, କୀଟଦଂଶନ ଆଦି ଅନେକ ସମସ୍ୟା ର ସମାଧାନ ପାଇଁ ବେଶ ଉପଯୋଗୀ |
ଏପରି ଉପାଦେୟ ଓ ଜ୍ଞାନବର୍ଦ୍ଧକ ତଥ୍ୟ ପାଇବା ପାଇଁ ଆମ ପେଜ୍ ସମ୍ପର୍କରେ ରହି
ଥା’ନ୍ତୁ |
ପ୍ରକୃତିର ବରଦାନ ଲାଜକୁଳି ଲତା ଅନେକ ରୋଗକୁ କରି ଥାଏ ସମୂଳେ ନାଶ !

The gift of nature is a shameful vine, which causes many diseases to be completely destroyed
0 Comments