The result of all these wrong decisions of Nehru is that our country India is still suffering today!


891
According to the scriptures of Tulsi Das, 4 mantras of success ...
According to the scriptures of Tulsi Das, 4 mantras of success ...

୧-ନେପାଳ ଆଜି ଭାରତର ଏକ ଅଂଶ ହୋଇଥାନ୍ତା…
୧୯୫୧ରେ ନେପାଳର ତତ୍କାଳୀନ ମହାରାଜା ” ତ୍ରିଭୁବନ ” ନେପାଳକୁ ଭାରତରେ ବିଲୟ ପାଇଁ ନେହେରୁଙ୍କୁ କହିଥିଲେ ।କିନ୍ତୁ ଦେଶର ଦୁର୍ଭାଗ୍ୟ ନେହରୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଆଉ ଆଜି ନେପାଳ ଚିନ୍ ର ହାତବାରିସି ସାଜିଛି ।
୨-ବେଲୁଚିସ୍ତାନ ଆଜି ଭାରତର ଅଂଶ ହୋଇଥାନ୍ତା….
୧୯୪୮ରେ ବେଲୁଚିସ୍ତାନ ନବାବ ” ଖାନ ” ବେଲୁଚିସ୍ତାନର ବିଲୟ ନିଃସର୍ତ୍ତ ଭାରତ ସହିତ କରିବା ପାଇଁ ଅଫର୍ ଲେଟର ପଠାଇଥିଲେ । ଦୁର୍ଭାଗ୍ୟ, ନେହରୁ ପ୍ରତ୍ୟାଖ୍ୟାନ କଲେ ଓ ପାକିସ୍ତାନ ଜବରଦସ୍ତି ବେଲୁଚିସ୍ତାନକୁ କବ୍ଜା କରିନେଲା । ଭାରତର ଉତ୍ତର ସୀମାନ୍ତ ଅସମତଳ ପାହାଡ ପର୍ବତରେ ଘେରି ହୋଇଛି । ଯେଉଁଠି ପ୍ରତିରକ୍ଷାରେ ଭାରତର ଅନେକ ବ୍ଯୟ ହେଉଛି । କିନ୍ତୁ POK ଏକ ସମତଳ ସ୍ଥାନ, ଯାହା ଆଜି ଏକ ପ୍ରକାର ଚୀନ୍ କବଜା ରେ ।
୩-ପାକିସ୍ତାନର ଗ୍ବାଦର ବନ୍ଦର ଆଜି ଭାରତର ଥାନ୍ତା…
ଓମାନ ୧୯୪୭ ରେ ଗ୍ବାଦର ବନ୍ଦର ଭାରତକୁ ନେବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ନେହରୁ ମନା କରି ଦେଇଥିଲେ । ପରେ ଓମାନ ଗ୍ବାଦର ବନ୍ଦର ପାକିସ୍ତାନକୁ ବିକି ଥିଲା । ଯାହାକୁ ପାକିସ୍ତାନ ଆଜି ଭାରତର ଶତୃ ଚିନ୍ ହାତରେ ଅର୍ପଣ କରିଛି ।ଯେଉଁଠି ଚିନ୍ ଆଜି ତାର ନୌବାହିନୀ ମୁତୟନ କରିଛି । ଯାହା ଭାରତ ପାଇଁ ଏକ ବଡ ବିପଦ ।
୪-ଭାରତର କୋକୋ ଦ୍ବୀପ ଯାହା ଚିନ୍ ପାଖରେ…
୧୯୫୦ରେ ନେହରୁ କୋଲକାତା ପାଖରେ ଥିବା କୋକୋ ଦ୍ବୀପ ସମୂହ ଯାହା ଆଣ୍ଡାମାନର ଏକ ଅଂଶ ଥିଲା, ତାକୁ ବର୍ମାକୁ ଦାନ କରି ଦେଇଥିଲେ । ଯାହାକୁ ପରେ ବର୍ମା ଚିନ୍ କୁ ଦାନ କରି ଦେଇଥିଲା । ଯେଉଁଠାରୁ ଚିନ୍ ଭାରତର ନୌବାହିନୀ ଉପରେ ନଜର ରଖିଛି ଓ ନିଜର ମିଲିଟାରୀ ବେସ, ହାୱାଇ ପଟି ତିଆରି କରିଛି । ଯାହାଦ୍ବାରା ଭାରତର ପ୍ରତିରକ୍ଷା ଆଜି ବିପଦରେ ।
୫-କାବୁ ହ୍ବେଲି ଯାହା ନେହରୁ ପାଇଁ ଭାରତରୁ ଅଲଗା ହୋଇ ଆଜି ବର୍ମାର…
୧୯୫୪ରେ ମଣିପୁରର କାବୁ ହ୍ବେଲିକୁ ପାର୍ଲାମେଣ୍ଟ ଓ ମଣିପୁରବାସୀଙ୍କ ବିରୋଧ ସତ୍ତ୍ଵେ ବର୍ମାକୁ ଦାନ କରି ଦେଇଥିଲେ । ଏକ ସମୟରେ ଏହି କାଶ୍ମୀର ଭଳି ସୁନ୍ଦର ୧୧,୦୦୦ ବର୍ଗ କି.ମି ଅଞ୍ଚଳ “Jewel of Manipur”  ନାମରେ ପ୍ରସିଦ୍ଧ ଥିଲା । ଦୁର୍ଭାଗ୍ୟ ଯାହାକୁ ଆମେ ନେହେରୁଙ୍କ ପାଇଁ ହରାଇ ସାରିଛେ । 
୬-ଯଦି ସରଦାର ପଟେଲ ନଥାନ୍ତେ, ନେହରୁଙ୍କ ପାଇଁ ହାଇଦ୍ରାବାଦ୍ ଆଜି ଦକ୍ଷିଣ ପାକିସ୍ତାନ ହୋଇଥାନ୍ତା…
ହାଇଦ୍ରାବାଦର ନିଜାମ ହାଇଦ୍ରାବାଦକୁ ପାକିସ୍ତାନ ସହିତ ମିଶାଇବାକୁ ଚାହୁଁଥିଲେ । ପଟେଲ ଜବରଦସ୍ତି ଭାରତ ସହିତ ମିଶାଇବାକୁ ଚାହୁଁଥିଲେ, ନେହରୁ ରାଜି ନଥିଲେ । ନେହେରୁଙ୍କ ବିଦେଶ ଯାତ୍ରା ସମୟରେ, ପଟେଲ ନେହେରୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେନାର ପୋଲୋ ମିସନ୍ (ହାଇଦ୍ରାବାଦ ମୁକ୍ତି ସଂଗ୍ରାମ) ନାମରେ ଚଢାଉ କରି ୧୩ ସେପ୍ଟେମ୍ବର ୧୯୪୮ରେ ହାଇଦ୍ରାବାଦକୁ ଭାରତରେ ମିଶାଇ ଦେଇଥିଲେ ।
ସେହି ସମୟରେ ନେହରୁ ବିମାନରେ ବିଦେଶ ଗ୍ରସ୍ତରୁ ଫେରୁଥିଲେ । ଯଦି ସେ ପହଞ୍ଚି ଯାଇଥାନ୍ତେ ହାଇଦ୍ରାବାଦର ବିଲୟ ଭାରତ ସହିତ ଅସମ୍ଭବ ହୋଇଥାନ୍ତା । ସେଥିପାଇଁ ପଟେଲ ପ୍ରଥମେ ନେହରୁଙ୍କର ବିମାନ ଅବତରଣ ନ କରାଇବା ପାଇଁ ଆଦେଶ ଦେଲେ । ନିଜାମ ବିଲୟ ପାଇଁ ହସ୍ତାକ୍ଷର କଲେ, ତତ୍ପରେ ନେହରୁଙ୍କର ବିମାନକୁ ଅବତରଣ କରାଗଲା । ପଟେଲ ନେହେରୁଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ଓ କହିଲେ, ” ହାଇଦ୍ରାବାଦର ଭାରତରେ ବିଲୟ ହୋଇଗଲା ।” ଯାହା ଶୁଣି ନେହରୁ ଫୋନ୍ କୁ ସେଇଠି ହିଁ ଫୋପାଡି ଦେଇଥିଲେ । ଏହାପରେ ତିକ୍ତତା ଏଭଳି ବଢି ଯାଇଥିଲା ଯେ, ନେହେରୁଙ୍କ ନିର୍ଦ୍ଦେଶରେ ପଟେଲଙ୍କର ଅନ୍ତ୍ଯେଷ୍ଟିରେ କୌଣସି କଂଗ୍ରେସ ନେତା ଉପସ୍ଥିତ ହୋଇନଥିଲେ । ଏକକ ଭାରତ ଗଢିବାରେ ପଟେଲଙ୍କର ଅତୁଳନୀୟ ଅବଦାନ ରହିଛି । ନହେଲେ ଆଜି ହୁଏତ ଭାରତରେ ହାଇଦ୍ରାବାଦ ଭଳି କେତେ ମିନିପାକିସ୍ତାନ ଥାନ୍ତା ଓ ନିତି ଭାରତରେ ରକ୍ତର ହୋଲି କାଶ୍ମୀର ଭଳି ଖେଳା ଯାଇଥାନ୍ତା । ଦୁର୍ଭାଗ୍ୟ ଭାରତର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସ୍ଥାନରେ ପଟେଲ ହୋଇ ପାରିଲେନି, କେବଳ ଗାନ୍ଧୀଙ୍କର ନେହେରୁଙ୍କ ସହିତ ଆତ୍ମିୟତା ପାଇଁ । ଆଉ ଆଜି ସ୍ବାଧୀନତାର ୭୦ବର୍ଷ ପରେ ମୋଦି ସରକାରରେ ଲୌହ ମାନବଙ୍କୁ ଉଚିତ୍ ସମ୍ମାନ ଓ ଭାରତ ରତ୍ନରେ  ସମ୍ମାନିତ କରାଗଲା ।
୭-ଆଜି ଭାରତ ଚିନ୍ ସ୍ଥାନରେ UNର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଥାନ୍ତା… 
୧୯୫୦ରେ ଆମେରିକା ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଅର୍ପଣ କରିଥିଲା । କିନ୍ତୁ ନେହରୁ ଭାରତ ବଦଳରେ ଚିନ୍ କୁ ସୁରକ୍ଷା ପରିଷଦରେ ନେବା ପାଇଁ କହିଥିଲେ ।
ଆମେରିକା ଓ ଋଷିଆ ୧୯୫୫ରେ ଆଉଥରେ ନେହେରୁଙ୍କୁ ଭାରତକୁ ସୁରକ୍ଷା ପରିଷଦରେ ନେବା ପାଇଁ କହିଲେ । କିନ୍ତୁ ଦେଶର ଦୁର୍ଭାଗ୍ୟ ନେହରୁ ଦ୍ବିତୀୟ ଥର ପାଇଁ ପ୍ରତ୍ୟାଖ୍ୟାନ କଲେ ।
ଆଜି ଚିନ୍ ସୁରକ୍ଷା ପରିଷଦରେ ରହି ଭାରତର ବହୁ ପ୍ରସ୍ତାବ ଖାରଜ କରି ସାରିଲାଣି । ଏମିତିକି ଭାରତର ମୋଷ୍ଟୱାଣ୍ଟେଡ ପାକିସ୍ତାନୀ ଆତଙ୍କି ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଭାରତର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ତାକୁ ବଞ୍ଚାଇଥିଲା ।
୮-ସରକାରୀ ବିମାନର ଦୁରୁପଯୋଗ…
ଥରେ ନେହରୁ ଭୋପାଳ ଯାଇଥିଲେ । ରାଜଭବନରେ ଜଣା ପଡିଲା କି ନେହରୁଙ୍କର ଫେବରାଇଟ ବ୍ରାଣ୍ଡ ୫୫୫ ସିଗାରେଟ୍ ଭୋପାଳରେ ମିଳୁନି । ତାପରେ ଭୋପାଳରୁ ଇନ୍ଦୋର ଏକ ବିଶେଷ ବିମାନ ପଠାଗଲା, ପୂର୍ବରୁ ଇନ୍ଦୋର ବିମାନବନ୍ଦର ପର୍ଯ୍ୟନ୍ତ ସିଗାରେଟ୍ ଅଣା ଯାଇଥିଲା । ସେହି ସିଗାରେଟ୍ କୁ ଉକ୍ତ ବିମାନ ଯୋଗେ ଇନ୍ଦୋରରୁ ଭୋପାଳ ଅଣାଯାଇଥିଲା । ଏହି ଘଟଣା ମଧ୍ୟପ୍ରଦେଶ ରାଜଭବନର ୱେବସାଇଟ୍ ରେ ଅଛି ।
୯-ବିଦେଶନିତୀରେ ମୁସଲିମ ତୁଷ୍ଟିକରଣର ରାଜନୀତି…
ମହାନ ବିଜ୍ଞାନୀ ଆଇନଷ୍ଟାଇନ ପଣ୍ଡିତ ନେହେରୁଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ଜିୟୁ ଲୋକଙ୍କର ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଆଲୋକପାତ କରି ସ୍ବତନ୍ତ୍ର ରାଷ୍ଟ୍ର ପାଇଁ ଇସ୍ରାଏଲକୁ ସମର୍ଥନ କରିବାକୁ କହିଥିଲେ । କିନ୍ତୁ ମୁସଲମାନଙ୍କ ଡରରେ ନେହେରୁ ଚିଠିର ଉତ୍ତର ଦେଇନଥିଲେ । ପରେ ଚିଠି ଉତ୍ତର ଦେଇ ସ୍ବତନ୍ତ୍ର ଇସ୍ରାଏଲ ପ୍ରସ୍ତାବକୁ ପ୍ରତ୍ଯାଖ୍ଯାନ କରିଥିଲେ ଓ UNରେ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ । ତୁଷ୍ଟିକରଣ ରାଜନୀତିରେ ଇସ୍ରାଏଲ ଭଳି ମିତ୍ର ରାଷ୍ଟ୍ରକୁ ଭାରତ ହରାଇଥିଲା । ଏହାଦ୍ବାରା ଇସ୍ରାଏଲଠାରୁ ମିଲିଟାରୀ ଓ କୃଷିତନ୍ତ୍ର ଜ୍ଞାନ ପାଇବାରୁ ବଞ୍ଚିତ ହେଲା । କିନ୍ତୁ ଇତିହାସ ସାକ୍ଷୀ ଅଛି, ପ୍ରତ୍ୟେକଟି ବିପଦରେ ଇସ୍ରାଏଲ ଭାରତ ସହିତ ଛିଡା ହୋଇଛି ।    ୧୦-ପବିତ୍ର ହିନ୍ଦୁ ତିର୍ଥସ୍ଥାନ କୈଳାଶ ମାନସରୋବର ହରାଇବା…
୧୯୬୨ରେ ଚିନ ଠାରୁ ଭାରତର ପରାଜୟର କାରଣ ତର୍ଜମା କରିବାପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ  ସମିତି ଯେଉଁଥିରେ ଲେଫ୍ଟିନେଣ୍ଟ ଜେନେରାଲ ହେଣ୍ଡରସନ୍ ବ୍ରୁକ୍ସ ଓ ମିଲିଟାରୀ କମାଣ୍ଡର ବ୍ରିଗେଡିୟର ପି.ଏସ୍. ଭଗତ ଥିଲେ ।  ଭାରତର ପରାଜୟ ପାଇଁ ନେହରୁ ଓ ତାଙ୍କର ନୀତି କୁ ହାରିବାର ମୁଖ୍ୟ କାରଣ ବୋଲି  କହିଲେ ।
ଯୁଦ୍ଧ ହାରିବା ଦ୍ବାରା  ଭାରତର ୧୪,୦୦୦ ବର୍ଗ କି.ମି ଅଞ୍ଚଳ ଚିନ୍ ହାତକୁ ଚାଲିଗଲା । ଏହା ସହିତ କୈଳାଶ ପର୍ବତ, ମାନସରୋବର ଓ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବହୁ ଜାଗା ଚିନ୍ ହାତକୁ ଚାଲିଗଲା । ନେହେରୁ ଏହାର ଜବାବ ଦେଇ କହିଥିଲେ, ” ସେହି ପ୍ରଦେଶ ଭାରତ ପାଇଁ କୌଣସି ଗୁରୁତ୍ୱ ରଖେନା । କାହିଁକି ନା ଏଠି ଘାସ ବି କଅଁଳେ ନା ।”
୧୧-ଭାରତ ନ୍ଯୁକ୍ଲିୟର ସପ୍ଲାୟର ଗ୍ରୁପ୍ ( NSG )ର ସଦସ୍ୟ ଥାନ୍ତା….
ଭାରତର ସ୍ବାଧୀନତା ପରେ ଆମେରିକା ରାଷ୍ଟ୍ରପତି କେନେଡି ଭାରତକୁ ଆଣବିକ ପରୀକ୍ଷଣ ପାଇଁ ସାହାଯ୍ୟର ପ୍ରସ୍ତାବ ଦେଇଥିଲେ । କିନ୍ତୁ ନେହରୁ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଯଦି ଭାରତ ପ୍ରସ୍ତାବ ସ୍ବୀକାର କରିନେଇଥାନ୍ତା, ଭାରତ ଏସିଆର ପ୍ରଥମ ଆଣବିକ କ୍ଷମତା ସମ୍ପନ୍ନ ଦେଶ ହୋଇଥାନ୍ତା । ଏହା ସହିତ ଭାରତ NSGର ସଦସ୍ୟତା ପାଇ ଯାଇଥାନ୍ତା । ଆଜି ୭୦ ବର୍ଷ ପରେ ବି ଚିନ୍ ର ବିରୋଧ ସତ୍ତ୍ଵେ ଆମକୁ ପ୍ରତି ଦେଶ ବୁଲି NSGର ସଦସ୍ୟତା ପାଇଁ ସମର୍ଥନ ଭିକ୍ଷା କରିବାକୁ ପଡିନଥାନ୍ତା ।
୧୨-କାଶ୍ମୀର ସମସ୍ୟା ଓ ଧାରା ୩୭୦…
ଅକ୍ଟୋବର ୧୯୪୭ରେ ପାକିସ୍ତାନୀ ଦୁର୍ଦ୍ଦଷ କୱାଲି ଓ ସେନା କାଶ୍ମୀର ଉପରେ ଆକ୍ରମଣ କଲେ । ସରଦାର ପଟେଲ କାଶ୍ମୀରର ମହାରାଜାଙ୍କୁ ସାହାଯ୍ୟ ବଦଳରେ କାଶ୍ମୀରକୁ ଭାରତରେ ବିଲୟ ସର୍ତ୍ତରେ ଭାରତୀୟ ସେନା ପଠେଇଲେ । ଯେତେବେଳେ ଭାରତର ସେନା ପାକିସ୍ତାନ ସେନାକୁ ହରାଇ ଆଗକୁ ବଢି ଚାଲିଥିଲା, ନେହରୁ ରେଡିଓରେ ଯୁଦ୍ଧ ବିରାମ ଘୋଷଣା କରି ସେନା ଫେରାଇ ଆଣିଲେ ଓ ରେଡିଓରେ କହିଲେ, ” ଏଣିକି UN କାଶ୍ମୀର ସମସ୍ୟାର ସମାଧାନ କରିବ…!” ଏହି କାରଣରୁ କାଶ୍ମୀରର ତିନି ଭାଗରୁ ଏକ ଭାଗ( POK ) ପାକିସ୍ତାନରେ ରହିଗଲା । ଏହାପରେ ନେହରୁ ଫାରୁକ ଅବଦୁଲାଙ୍କ ବାପା ଶେଖ ଅବଦୁଲାଙ୍କ  କଥାରେ, ସମ୍ବିଧାନରେ ଧାରା ୩୭୦ଯୋଡି ଦେଇଥିଲେ । ଯାହାର କୌଣସି ଆବଶ୍ୟକତା ହିଁ ନଥିଲା । କାରଣ ସେତେବେଳକୁ କାଶ୍ମୀର ଭାରତର ଏକ ଅଙ୍ଗ ହୋଇ ସାରିଥିଲା । ୩୭୦ଲାଗୁ ହେବା ଦ୍ବାରା କାଶ୍ମୀର ପାଇଁ ଅଲଗା ସମ୍ବିଧାନ ଲାଗୁ ହେଲା । ଏହାଦ୍ୱାରା କାଶ୍ମୀର ଯିବା ପାଇଁ ପରମିଟ୍ ର ଆବଶ୍ୟକତା ପଡିଲା । ଭାରତର ଲୋକେ କାଶ୍ମୀରରେ ପ୍ରପର୍ଟି କିଣି ପାରିବେ ନାହିଁ ।
ନେହେରୁଙ୍କର ଏସବୁ ନିଷ୍ପତି ଆଜି ଭାରତର ସୁରକ୍ଷାକୁ ବିପନ୍ନ କରୁଛି । ଆଉ ସାରା ଦେଶ ନେହେରୁଙ୍କର ଏହି ନିର୍ଣୟର ଦଶା ଆଜି ପର୍ଯ୍ୟନ୍ତ ଭୋଗ କରୁଛ |       ଜୟ ଭାରତ ! ଜୟ ହିନ୍ଦ୍ !  


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format