ଆମେ ପୂର୍ବରୁ ମଧ୍ୟ ଚାଣକ୍ୟ, କୌଟିଲ୍ୟ ବା ବିଷ୍ଣୁଗୁପ୍ତଙ୍କ ‘ଚାଣକ୍ୟନୀତି’ ରେ
ବର୍ଣିତ ନୀତିବାଣୀ ବିଷୟରେ ଆପଣଙ୍କୁ ସୂଚନା ଦେଇଛୁ | ଚାଣକ୍ୟଙ୍କ ନୀତିବାଣୀ ସମାଜ ପାଇଁ ଆଲୋକ
ସଦୃଶ | ଏବେ ଆସନ୍ତୁ ଜାଣିବା ‘ଚାଣକ୍ୟନୀତି’ରେ ନାରୀମାନଙ୍କ ବିଷୟରେ ଉଲ୍ଲେଖ ଥିବା ଦଶଟି କାଟୁ
ବାଣୀ ସମ୍ବନ୍ଧରେ :-
୧. ଅଧିକାଂଶ ପାରିବାରିକ କଳି ଝଗଡାରେ କେହି ନା କେହି ନାରୀର ହାତ ରହିଥାଏ ।
ଅଧିକାଂଶ ସ୍ଥଳେ ପୁରୁଷକୁ ଅସ୍ତ୍ର କରି କୁଟୀଳା ପ୍ରକୃତିର ନାରୀ ମାନେ ଘର, ପରିବାର ବା ସମାଜରେ
ଅଶାନ୍ତି ଓ ଦ୍ବନ୍ଦ ଉପୁଜାଇ ଥା’ନ୍ତି | ତେଣୁ ପୁରୁଷ ମାନେ ନାରୀର ପ୍ରରୋଚନାରେ ନପଡି ବରଂ
ବୁଝି ବିଚାରି କାର୍ଯ୍ୟ କରିବା ଆବଶ୍ୟକ |
୨. ଆପଣ ରାମାୟଣ, ମହାଭାରତ ପରି ପୁରାଣ ବା ଇତିହାସକୁ ଥରେ ନଜର ପକାଇଲେ ଜଣି
ପାରିବେ ଯେ, ଏ ସଂସାରରେ ଅଧିକାଂଶ ଯୁଦ୍ଧ, ହତ୍ୟା, ବିଭୀଷିକା କେବଳ ନାରୀକୁ କେନ୍ଦ୍ର କରି ବା
ନାରୀର କୁମନ୍ତ୍ରଣା ହେତୁ ସଂଘଠିତ ହୋଇଛି । ଏଥିପାଇଁ ବୁଦ୍ଧିଜୀବୀ ନାରୀର ମାୟା ଜାଲରେ ବା ନାରୀ
ପ୍ରତି ଅତ୍ୟଧିକ ଆସକ୍ତ ହେବା ଉଚିତ୍ ନୁହେଁ ।
୩. ଏଇ ଦୁନିଆରେ ସବୁଠାରୁ ବଡ ଆକର୍ଷଣ କ’ଣ ? କାହା ଆଗରେ ସଂସାର ବିଜୟୀ ପୁରୁଷ
ଅସହାୟ ହୋଇପଡେ ? କାହାର ଇଶାରାରେ କାଠ କଣ୍ଢେଇଟେ ପରି ନାଚେ ? ଏପରି ଏକ ଶକ୍ତିଟି କ’ଣ ? ଏସବୁ
ପ୍ରଶ୍ନର ଏକ ମାତ୍ର ଉତ୍ତର “ନାରୀର ସୌନ୍ଦର୍ଯ୍ୟ ଓ ଯୌବନ” ।
୪. ଖରାପ ସମୟ ପାଇଁ ଧନ ସଞ୍ଚୟ କରି ରଖିବା ଦରକାର । ଏହା ସହିତ ନାରୀ ପ୍ରତି
ମଧ୍ୟ ସାବଧାନ ରହିବା ଉଚିତ୍ । କାରଣ ନାରୀ ଏବଂ ଧନ ବେଳେ ବେଳେ ମନୁଷ୍ୟକୁ ଠକି ଦେଇଥାନ୍ତି
।
୫. ଯେଉଁ ନାରୀ ପତିଙ୍କ କଥାକୁ ଖାତିର କରେ ନାହିଁ ସେ ପବିତ୍ରତା ଠାରୁ ଅନେକ
ଦୂରରେ ରହିଥାଏ । ପତିର ନିର୍ଦ୍ଦେଶ ବିନା ପତ୍ନୀ ଯେତେ ବ୍ରତ-ଉପବାସ କଲେ ଓ ଦାନ-ପୁଣ୍ୟ କଲେ
ମଧ୍ୟ ତାହା ନିଷ୍ଫଳ ହୋଇଥାଏ ।
୬. ନାରୀ ଯେତେ ବୟସ୍କା ହେଉ ପଛକେ ସେ ନିଜକୁ ସଦାସର୍ବଦା ସୁନ୍ଦରୀ ଏବଂ
ଯୌବନମୟୀ ବୋଲି ଭାବେ । ସେ ଯେ କୌଣସି ଉପାୟରେ ନିଜର ସୌନ୍ଦର୍ଯ୍ୟ ଓ ଯୌବନକୁ ଅକ୍ଷୁର୍ଣ ରଖିବାକୁ
ମଧ୍ୟ ଚାହେଁ, ଯାହାର ପରିମାଣ ଏହା ଯେ ପୁରୁଷ ନାରୀ ପ୍ରତି ସର୍ବଦା ଆକର୍ଷିତ ହୋଇ ତା’ ପଛରେ
ଧାବନ କରିଥାଏ ।
୭. ନାରୀର ସୌନ୍ଦର୍ଯ୍ୟ, ଶାରୀରିକ ଗଠନ ପ୍ରତି ପୁରୁଷ ସର୍ବଦା ଆକର୍ଷିତ ହୋଇଥାଏ
। ଏହି କାରଣରୁ କେତେକ ପୁରୁଷ ସୁନ୍ଦରୀ ନାରୀ ସହିତ ଅବସ୍ଥାନ କରୁଥିଲେ ମଧ୍ୟ ପରନାରୀ ପ୍ରତି
ଲୋଲୁପ ଦୃଷ୍ଟି ପକାଇ ଥା’ନ୍ତି। ଏମିତି କରିବା ସମୟରେ ସେହି ପୁରୁଷଟି ଭୁଲିଯାଏ ଯେ ସବୁ
ନାରୀଙ୍କର ଅଙ୍ଗପ୍ରତ୍ୟଙ୍ଗ ଏକାପରି ଓ ଏହା ଏକ କୁକାର୍ଯ୍ୟ। ଏ ଦୃଷ୍ଟିରୁ ପୁରୁଷ କେବଳ ଗୋଟିଏ
ନାରୀ ସହିତ ସମ୍ପର୍କ ଯୋଡିବା ଉଚିତ୍ ଯାହା ଉତ୍ତମ ପୁରୁଷର ଲକ୍ଷଣ।
୮. ବଡ ବଡ ଜ୍ଞାନୀ, ମାନୀ, ବିଦ୍ୱାନ ଏପରିକି ଦେବତାମାନେ ବି ନାରୀକୁ ପାଇବା
ପାଇଁ ବ୍ୟାକୁଳିତ ହୋଇଥାନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
୯.ତାକୁ ହିଁ ପ୍ରକୃତ ପତ୍ନୀ କୁହାଯିବ ଯିଏ ଭୋଜନ ସମୟରେ ମାଆ ପରି, କାର୍ଯ୍ୟରେ
ମନ୍ତ୍ରୀ ପରି , ସେବା ବେଳେ ଦାସୀ ପରି ଆଚରଣ କରିଥାଏ ।
୧୦. ବନ୍ଧନ ତ ଅନେକ ପ୍ରକାର । ତେବେ ପ୍ରେମର ବନ୍ଧନ ସବୁଠାରୁ ଅଧିକ ଶକ୍ତିଶାଳୀ
| ଯଦି କୌଣସି ନାରୀ ଖୁବ୍ ସୁନ୍ଦରୀ ହୋଇ ଥାଏ, ତଥାପି ତା’ ପାଖରେ ଯଦି ସୁଗୁଣ, ମର୍ଯ୍ୟଦା,
ଶିକ୍ଷା, ସଂସ୍କାର ନଥାଏ ତେବେ ସେପରି ନାରୀକୁ ବିବାହ କରିବା କେବେ ହେଁ ଠିକ୍ ନୁହେଁ ।
ଆପଣ ବି ଶୁଣିଥିବେ ଯେ, ବଡ ଲୋକମାନେ କହିଛନ୍ତି କି ‘ନାରୀ ମାୟା ସ୍ବୟଂ
ନାରାୟଣଙ୍କୁ ବି ଅଗୋଚର’ | ଦିନକୁ ଦିନ ଯୁଗ ପରିବର୍ତ୍ତନ ହେଉଛି ଓ ମନୁଷ୍ୟର ଚିନ୍ତାଧାରା ମଧ୍ୟ
ସେହି ଅନୁସାରେ ବଦଳୁଛି | ଯୁଗ ଅନୁସାରେ ‘ଚାଣକ୍ୟନୀତି’ରେ ବର୍ଣିତ ସମସ୍ତ କଥାକୁ ଆପଣ ଶତ
ପ୍ରତିସତ ଗ୍ରହଣ କରି ନ ପାରନ୍ତି | କିନ୍ତୁ ତଥାପି ଚାଣକ୍ୟନୀତିର ଅଧିକାଂଶ ନୀତିବାଣୀ ନିଶ୍ଚିତ
ଶିକ୍ଷଣୀୟ ତଥା ଗ୍ରହଣୀୟ |
ଆମର ଏହି ପୋଷ୍ଟ ଟି କିପରି ଲାଗିଲା ମତାମତ ଦେଇ ଜଣାନ୍ତୁ ଏବଂ ଆମ ଠାରୁ ଆଗକୁ
ଆଉ ଅନେକ ଶିକ୍ଷଣୀୟ କଥା ଜାଣିବା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରହନ୍ତୁ
|
ନାରୀଙ୍କ ବିଷୟରେ ‘ଚାଣକ୍ୟନୀତି’ରେ ଉଲ୍ଲେଖ ରହିଛି ଏହି ୧୦ଗୋଟି କଟୁ ସତ୍ୟ

These 10 bitter truths are mentioned in the Chanakya Niti about women !
0 Comments