ବିଷୟ: ଆସନ୍ତୁ ବୁଲି ଯିବା ବଲାଙ୍ଗିର ଜିଲ୍ଲାର ଆଉ କେତୋଟି ମନୋରମ ସ୍ଥାନ
!
ଆମେ ଆମର ଗତ ପୋଷ୍ଟରେ ବଲାଙ୍ଗିର ଜିଲ୍ଲାର କେତୋଟି ପ୍ରମୁଖ ପରିଯ୍ୟଟନ ସ୍ଥଳୀ
ବିଷୟରେ ଆପଣଙ୍କୁ ସୂଚନା ଦେଇଛୁ | ବଲାଙ୍ଗିର ଜିଲ୍ଲାର ଆଉ କେତୋଟି ଲୋକପ୍ରିୟ ତଥା ଜଣାଶୁଣା
ପର୍ସ୍ୟଟନ ସ୍ଥଳ ବିୟଷରେ ଏବେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ|
ତେବେ ଆସନ୍ତୁ ବୁଲି ଯିବା ବଲାଙ୍ଗିର ଜିଲ୍ଲାର ଆଉ କେତୋଟି ମନୋରମ ସ୍ଥାନ
:-
• କୁମୁଡା ପାହାଡ:
ବଲାଙ୍ଗିର ଜିଲ୍ଲାର କୁମୁଡା ପାହାଡ ଏହି ଜିଲ୍ଲାର ଅନ୍ୟ ଏକ ଆକର୍ଷଣୀୟ ଦର୍ଶନୀୟ
ସ୍ଥାନ ଯାହା ଟିଟିଲାଗଡ ସହର ଠାରୁ ୦.୫ କି.ମି. ଦୂରରେ ଅବସ୍ଥିତ | ଏହି ସବୁଜ ବନାନୀ ଭରା ଏକ
ପାହାଡିଆ ସ୍ଥାନରେ ପାହାଡର ପାଦ ଦେଶରୁ ପ୍ରାୟ ୪୦ଫୁଟ ଉଚ୍ଚରେ ୮୦ଫୁଟ ଦୈର୍ଘ୍ୟ ଓ ୪୦ ଫୁଟ ଚଉଡା
କ୍ଷେତ୍ର ବିଶିଷ୍ଟ ଏକ ପ୍ରାକୃତିକ ପାହାଡି ଗୁମ୍ଫାରେ ପ୍ରଭୁ ଧବଳେଶ୍ବର ପୂଜା ପାଉଛନ୍ତି | ଏହା
ଏକ ଛୋଟ ମନ୍ଦିର ହେଲେ ମଧ୍ୟ ଉକ୍ତ ଅଞ୍ଚଳର ଏକ ପ୍ରସିଦ୍ଧ ମନ୍ଦିର | ପ୍ରତି ବର୍ଷ
ମହାଶିବରାତ୍ରୀ ଦିନ ଏବଂ ଶ୍ରାବଣ ମାସ ସାରା ଏହି ଶୈବ ପୀଠରେ ହଜାର ହଜାର ଭକ୍ତଙ୍କର ଭିଡ ଜମେ
|
ଏହି ଶୈବ ପୀଠ ନିକଟରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଏବଂ ପାହାଡ ଉପରେ
ଥିବା ଏକ ଛୋଟ ଜଳାଶ୍ରୟ ଏହି ସ୍ଥାନର ଅନ୍ୟ ଏକ ବିଶେଷତ୍ବ | ଏଠାରେ ନାନା ପ୍ରକାର ଜଳକ୍ରୀଡା
କରି ମଉଜ ମସ୍ତୀ କରିବା ପାଇଁ ଅନ୍ୟ ଏକ ବଡ କ୍ଷେତ୍ର ବିଶିଷ୍ଟ ଜଳାଶ୍ରୟ ମଧ୍ୟ ରହିଛି |
•ରାଣୀପୁର ଝରିଆଲ:
ବଲାଙ୍ଗିର ସହରର ଦକ୍ଷିଣ-ପଶ୍ଚିମକୁ ୧୦୪ କି.ମି. ଦୂରରେ ପାହାଡିଆ ପରିବେଶରେ ୬୪
ଯୋଗିନୀ ପୂଜା ପାଉଥିବା ରାଣୀପୁର ଝରିଆଲ ଅବସ୍ଥିତ | ବାଇବେଲ୍ ରେ ରାଣୀପୁର ଝରିଆଲ “ସୋମ
ତୀର୍ଥ” ନାମରେ ପରିଚିତ | ଏହି ଧର୍ମୀୟ ସ୍ଥଳରେ ଶୈବ, ବୈଷ୍ଣବ, ବୌଦ୍ଧ ଧର୍ମ ଓ ତନ୍ତ୍ର ସାଧନାର
ସମାଗମ ହୋଇଛି | ଏଠାରେ ପ୍ରଭୁ ସୋମେଶ୍ବର ମଧ୍ୟ ପୂଜା ପାଉଛନ୍ତି | ଏଠାରେ ଇନ୍ଦ୍ରଲାଥ ନାମକ
ସୁନ୍ଦର ଇଟା ନିର୍ମିତ ମନ୍ଦିର ଓଡିଶାର ସର୍ବୋଚ୍ଚ ଇଟାରେ ତିଆରୀ ମନ୍ଦିର | ରାଣୀପୁର ଝରିଆଲରେ
ପହଞ୍ଚିବା ପାଇଁ ୪କି.ମି. ଦୂରରେ ମୁଣ୍ଡାପଡର ଠାରେ ଥିବା ବସ୍ ଷ୍ଟାଣ୍ଡ ନିକଟତମ ଅଟେ |
• ପାଟଣେଶ୍ବରୀ ମନ୍ଦିର:
ବଲାଙ୍ଗିର ସହରର ପଶ୍ଚିମ ପାଟଣାଗଡ ଠାରୁ ୪୦ କି.ମି. ଦୂରରେ ପାଟଣେଶ୍ବରୀ
ମନ୍ଦିର ରହିଛି | ପାଟଣା ଗଡର ଇତିହାସରେ ପ୍ରମୁଖ ସ୍ଥାନ ରହିଛି ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟର
ପ୍ରାଚୁର୍ଯ୍ୟ ମଧ୍ୟରେ ଶୋଭା ପାଉଥିବା ଏହି ଶକ୍ତି ପୀଠ ଚାଲୁକ୍ୟ ଢାଞ୍ଚାରେ ନିର୍ମିତ |
ପାଟଣାଗଡ ଅନେକ ଐେତିହାସିକ ଘଟଣାର ପଷ୍ଠଭୂମି ଓ ଏଠାରେ ଥିବା ମନ୍ଦିରରେ ଚୌହାନ ରାଜ ବଂଶ ଶାସନ
ବେଳର କଳା-କାରିଗରୀ ଛାପ ରହିଛି |
•ହରିଶଙ୍କର:
ବଲାଙ୍ଗିର ଜିଲ୍ଲାର ଗନ୍ଧମାର୍ଦ୍ଧନ ପର୍ବତ ଉପରେ ହରିଶଙ୍କର ଦୈବ ପୀଠ ଅବସ୍ଥିତ
|ଏଠାରେ ଗ୍ରାନାଇଟ୍ ପଥର ଚଟାଣ ଫଟାଇ ପ୍ରବାହିତ ଏକ ସୁନ୍ଦର ଶୀତଳ ଝରଣା ରହିଛି ଯାହାର ଶୀତଳ
ଜଳରେ ଗ୍ରୀଷ୍ମ ଦିନେ ସ୍ନାନ କରିବାର ମଜା ନିଆରା ଓ ପର୍ଯ୍ୟଟକଙ୍କୁ ଏଠାରେ ସ୍ନାନ କରି ଅସାଧାରଣ
ଖୁସି ଅନୁଭୁତ ହୋଇ ଥାଏ | ଗ୍ରୀଷ୍ମ ଋତୁରେ ଏହି ସ୍ଥାନ ଭ୍ରମଣ ପାଇଁ ବେଶ୍ ବଢିଆ | ବିଶ୍ବାସ
ରହିଛି ଯେ ଏଠାକାର ଶୀତଳ ଝରଣାରେ ସ୍ନାନ କଲେ ପାପ ମୋଚନ ହୋଇଥାଏ | ଏହା ବ୍ୟତୀତ ହରିଶଙ୍କର
ଠାରେ ଆପଣ ବିଭିର୍ଣ ଜାତି-ପ୍ରଜାତିର ପ୍ରାଣୀ ଓ ଗଛଲତା ଦେଖିବାକୁ ପାଇବେ | ପ୍ରକୃତିର କୋଳରେ
କିଛି ମଧୁର ମୂହୁର୍ତ୍ତ କଟାଇବା ପାଇଁ ହରିଶଙ୍କର ଏକ ଆଦର୍ଶ ସ୍ଥାନ |
ଗନ୍ଧମାର୍ଦ୍ଧନ ପର୍ବତରେ ଥିବା ଏହି ଦୈବ ସ୍ଥଳରେ ପ୍ରତି ବର୍ଷ ବୈଶାଖ ମେଳାରେ
ବହୁ ତୀର୍ଥଯାତ୍ରୀ ଓ ଭକ୍ତଙ୍କର ସମାଗମ ହୋଇଥାଏ | ଏହା ନିକଟରେ ଥିବା ହରିଣ ପାର୍କ ଓ ହର୍ବାଲ
ଗାର୍ଡେନ୍ ଏହି ସ୍ଥାନର ଅନ୍ୟ ଏକ ମୁଖ୍ୟ ଆକର୍ଷଣ | ପ୍ରକୃତି କୋଳରେ ବଣଭୋଜିର ବାସ୍ତବ ଆନନ୍ଦ
ନେବା ପାଇଁ ହରିଶଙ୍କର ଏକ ସୁନ୍ଦର ସ୍ଥାନ |
•ଜଳ ମହାଦେବ:
ଜଳମହାଦେବ ଶୈବ ପୀଠ ବଲାଙ୍ଗିର ସହର ଠାରୁ ୧୦୦ କି ମି. ଦୂର ଓ ହରିଶଙ୍କର ଠାରୁ
୫-୬ କି.ମି. ଦୂରରେ ଅବସ୍ଥିତ |
ଆପଣଙ୍କୁ ଆମେ ତୃତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାର କେତୋଟି ମୁଖ୍ୟ
ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜଣାଇଲୁ | ଆଗାମୀ ପୋଷ୍ଟରେ ଆମେ ଆପଣଙ୍କୁ ବାଲେଶ୍ବର ଜିଲ୍ଲାର
ମନୋରମ ଭ୍ରମଣ ଉପଯୋଗୀ ସ୍ଥାନ ବିଷୟରେ ସୂଚନା ଦେବୁ | ଆଶା କରୁଛୁ ଆମର ଏହି ପୋଷ୍ଟ ଆପଣଙ୍କୁ
ବାଲେଶ୍ବର ଜିଲ୍ଲା ପରିଦର୍ଶନ କରିବାରେ ଯଥେଷ୍ଟ ସହାୟକ ହେବ | ଆମ ଠାରୁ ଏପରି ମହତ୍ବପୂର୍ଣ
ସୂଚନା ପାଇବା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରହନ୍ତୁ |
ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟଟନ ସ୍ଥଳ

Tourist Place of Balangir Dist
0 Comments