Tourist places in Kendujhar district /Part-1


835
According to the scriptures of Tulsi Das, 4 mantras of success ...
According to the scriptures of Tulsi Das, 4 mantras of success ...

ବିଷୟ: ଭ୍ରମଣ କରି ଯା’ନ୍ତୁ କେନ୍ଦୁଝର ଜିଲ୍ଲାର ଏହି ସବୁ ପର୍ଯ୍ୟଟନ ସ୍ଥଳ |
କେନ୍ଦୁଝର ଜିଲ୍ଲା ୧ ଜାନୁଆରୀ ୧୯୪୮ ମସିହାରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପ୍ରଶାସନିକ ଜିଲ୍ଲା ଭାବେ ଗଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୁରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲା, ଦକ୍ଷିଣରେ ଯାଜପୁର ଜିଲ୍ଲା, ପଶ୍ଚିମରେ ଢ଼େଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ଉତ୍ତରରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଏହି ଜିଲ୍ଲାର କ୍ଷେତ୍ରଫଳ ୮,୩୦୩ ବର୍ଗ କି.ମି. ଅଟେ ଓ ୨୦୧୧ ଜନଗଣନା ଅନୁସାରେ କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟା ୧୮,୦୧,୭୩୩ । ଏହି ଜିଲ୍ଲା ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ୪୮୦ ମିଟର ଉଚ୍ଚରେ ରହିଛି। କେନ୍ଦୁଝର ଓଡ଼ିଶାର ପ୍ରମୁଖ ଖଣିଜ ଉତ୍ପାଦକ ଜିଲ୍ଲା ମାନଙ୍କ ମଧ୍ୟରୁ ଅନ୍ୟତମ । ଆଜି ଆମେ ଆପଣଙ୍କୁ ଏହି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବିଷୟରେ ଜଣାଇବୁ |
i-ମା’ ତାରିଣୀ ପୀଠ ଘଟଗାଁ: ଘଟଗାଁ ମା’ ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ମା’ ତାରିଣୀ ମନ୍ଦିର ଆଧୁନିକ ସମୟର ସୃଷ୍ଟି । ଦେବୀଙ୍କର ପ୍ରକୃତିଦତ୍ତ ସ୍ଵରୂପ ଏହାଙ୍କର ଆଦିମ ମୂଳ ପ୍ରତିରୂପ ବୋଲି ପ୍ରମାଣିତ କରେ । କିମ୍ବଦନ୍ତୀ କହେ, ମା ତାରିଣୀ ତାଙ୍କ ଭକ୍ତଙ୍କ ପାଇଁ ସତତ କରୁଣାମୟୀ ଏବଂ ଦୟାଶୀଳା । ମା’ ତାରିଣୀଙ୍କ ପୀଠକୁ ସୌନ୍ଦର୍ଜ୍ୟମୟ କରୁଥିବା ନିକଟ ସଂରକ୍ଷିତ ଘଞ୍ଚ ବନାନୀ ବନ୍ୟ ପଶୁ ପକ୍ଷୀଙ୍କର ଆଶ୍ରୟ ସ୍ଥଳ । ଅନୁରାଗି ଭକ୍ତଗଣ ଶ୍ରଦ୍ଧାରେ ଦେବୀଙ୍କୁ ନଡିଆ ଭୋଗ ଅର୍ପଣ କରନ୍ତି । ଆଦିବାସୀ ପୂଜକଙ୍କ ଦ୍ଵାରା ଦେବୀ ପୂଜିତା । ସ୍ଥାନିୟ ବାସିନ୍ଦା ଚୈତ୍ର ପୂର୍ଣିମାରେ ମହା ଜାକଜମକରେ ଦେବୀଙ୍କ ପୀଠରେ ମହା ବିଷୁବ ସଙ୍କ୍ରାନ୍ତି ଉତ୍ସବ ପାଳନ କରନ୍ତି । ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଭକ୍ତ ମାତୃଦେବୀଙ୍କୁ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ମା’ ତାରିଣୀପୀଠ କେନ୍ଦୁଝର ସହର ଠାରୁ ୪୫ କି:ମି  ଅବସ୍ଥିତ ଓ ଏହାର ନିକଟସ୍ଥ ରେଳ ଷ୍ଟେସନ-ହରିଚନ୍ଦନପୁର ରେଳ ଷ୍ଟେସନ ଏଠାରୁ ୧୭ କି:ମି ,କେନ୍ଦୁଝର ରେଳ ଷ୍ଟେସନ-୫୦ କି:ମି  ଓ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନ-୭୦ କି:ମି ଅଟେ |
ii-ସାନଘାଗରା ଜଳପ୍ରପାତ: କେନ୍ଦୁଝର ଜିଲ୍ଲାର ୪୮୮ ହେକ୍ଟର ପରିବ୍ୟାପ୍ତ ଅଞ୍ଚଳରେ ରହିଛି ସାନଘାଗରା ଜଳପ୍ରପାତ ଯାହା କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଆଡ଼କୁ ଯାଉଥିବା ଜାତୀୟ ରାଜପଥ ନଂ-୬ କଡ଼ରେ ଅବସ୍ଥିତ । ବିରାଟ ପାର୍ବତ୍ୟ ଅଞ୍ଚଳରେ ପତ୍ରଝଡ଼ା ଦେଉଥିବା ବୃକ୍ଷ୍ୟ ସହିତ ବିବିଧ ଉଦ୍ଭିଦ ସମୁହ ପରିଦୃଷ୍ଟ ହୁଏ । ପ୍ରସିଦ୍ଧ ଚିର ଚଳଚଞ୍ଚଳ ସାନଘାଗରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବନାନୀକୁ ରମଣୀୟକରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷତମାମ ଆକର୍ଷିତ କରିଥାଏ । ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଏହାର ଅବସ୍ଥିତ । ଗ୍ରୀଷ୍ମଦିନେ ତୁଳନାତ୍ମକ ଶୀତଳ,ଶୀତଦିନେ ଥଣ୍ଡା ଅନୁଭୂତ ହୁଏ । ବାର୍ଷିକ ବୃଷ୍ଟିପାତ ୧୫୦ ମିଲିମିଟର ଏବଂ ତାପମାତ୍ରା ୧୪.୭ ଡିଗ୍ରୀ ସେଣ୍ଟିଗ୍ରେଡ ରୁ ୪୧.୧ ସେଣ୍ଟିଗ୍ରେଡ । ଆନୁପାତିକ ବାୟୁମଣ୍ଡଳର ଆଦ୍ରତା ୪୧ ରୁ ୯୩ ଡିଗ୍ରୀ ମଧ୍ୟରେ ରହେ ଏବଂ ସାଧାରଣତଃ ଏ ଅଞ୍ଚଳରେ ତୁଷାରପାତ ହୁଏ ନାହିଁ । ଏହି ପ୍ରାକୃତିକ ବୈଶିଷ୍ଟ ଭୂଭାଗ ଅତ୍ୟନ୍ତ ତରଙ୍ଗାୟୀତ ପର୍ବତମାଳା, ଶୋଭାବର୍ଦ୍ଧକ ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟାକାର ସୌନ୍ଦର୍ଜ୍ୟମୟ ସମାହାର । ତ୍ରିକୋଣଭୂମି ଓ ପାହାଡ଼ର ଶୀର୍ଷ ଅତ୍ୟନ୍ତ ତୀଖ ଏବଂ ଏହି ଶିଳା ଡୋଲେରାଇଟ ଶ୍ରେଣୀଭୁକ୍ତ । ଏହି ଅଞ୍ଚଳର ଜଳ ମାଛକାଳଣା ନଦୀ ଦେଇ ବୈତରଣୀ ନଦୀରେ ମିଶିଥାଏ ।
iii-ବଡ଼ଘାଗରା ଜଳପ୍ରପାତ: ବଡ଼ଘାଗରା ଜଳପ୍ରପାତ କେନ୍ଦୁଝର ସହର ନିକଟବର୍ତ୍ତୀ ସବୁଜ ବନନୀ ପରିବେଷ୍ଟିତ ନୈସର୍ଗିକ ପ୍ରକୃତି କୋଳରେ ଏକ ଚିତାକର୍ଷକ ଜଳପ୍ରପାତ ଯାହା କେନ୍ଦୁଝର ସହର ଠାରୁ ୧୦ କି:ମି ଦୂରରେ ଅବସ୍ଥିତ । ୧୦୦ ଫୁଟ ଉଚ୍ଚରୁ ଝରି ପଡୁଥିବା ଜଳସ୍ରୋତର ଦୃଶ୍ୟ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କୁ ଅପାର ଆନନ୍ଦ ପ୍ରଦାନ କରିଥାଏ । ରାଜା ରାଜୁଡ଼ା ଅମଳରୁ ମାଛକାଳଣା ନଦୀରେ ନିର୍ମାଣ କରାଯାଇଥିବା ବଡ଼ଘାଗରା ନଦୀବନ୍ଧରୁ କେନ୍ଦୁଝର ସହରକୁ ପାନୀୟଜଳ ଯୋଗାଣ କରାଯାଇଛି । ଏହି ପ୍ରାକୃତିକ ପରିବେଷ୍ଟନୀ ଦୁର୍ଲ୍ଲଭ ଉଦ୍ଭିଦ ଏବଂ ବନ୍ୟ ପଶୁପକ୍ଷୀଙ୍କ ଦ୍ଵାରା ପରିପୂର୍ଣ୍ଣ ଏବଂ ଆଦିବାସୀ ଜନ ଜୀବନ ଗବେଷଣା ପାଇଁ ପ୍ରମୁଖ ସ୍ଥଳ ।  
iv-ଖଣ୍ଡାଧାର ଜଳପ୍ରପାତ: ଖଣ୍ଡାଧାର ଜଳପ୍ରପାତ କେବଳ କେନ୍ଦୁଝର ଜିଲ୍ଲା ନୁହଁ ଓଡିଶାର ଏକ ଅତି ସୁନ୍ଦର ଜଳପ୍ରପାତ । ଖଣ୍ଡାଧାର ନଦୀର ଜଳସ୍ରୋତ ପ୍ରାୟ ୫୦୦ ଫୁଟ ଉଚ୍ଚରୁ ସିଧା ନିମ୍ନକୁ ଭୂପତିତ ହେଉଛି । ଉପରୁ ତଳଆଡକୁ ଖଣ୍ଡାର ଧାର ପରି ପାଣି ପଡୁଥିବାରୁ ଏହାର ନାମ ଖଣ୍ଡାଧାର ଜଳପ୍ରପାତ । ଶୀର୍ଷରୁ ସ୍ଵଚ୍ଛ ଜଳଧାର ଅସମତଳ ପଥର ଚଟାଣ ଉପରେ ପଡ଼ି ଘନଗର୍ଜନ ସହିତ ଜଳକଣା ଧୂସର ପରିବେଶ ସୃଷ୍ଟି କରିଥାଏ । ଏହାର ରମଣୀୟ ପ୍ରାକୃତିକ ପରିବେଶ, ତିନି ଦିଗକୁ ଘେରି ରହିଥିବା ସୁଉଚ୍ଚ ତରଙ୍ଗଗନ୍ତିତ ପର୍ବତଶ୍ରେଣୀ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାଏ । ଏହି ଅଞ୍ଚଳର ପ୍ରାକୃତିକ ପରିବେଷ୍ଟନୀ ଉଦ୍ଭିଦ ସମୁହ ଏବଂ ବନ୍ୟ ପଶୁପକ୍ଷୀ ବର୍ଗଙ୍କର ଅଭିବୃଦ୍ଧି ପାଇଁ ପ୍ରକୃଷ୍ଟ କ୍ଷେତ୍ର । କେନ୍ଦୁଝର ସହର ଠାରୁ ଏହି ସ୍ଥାନର ଦୂରତା ୬୦ କି:ମି ।
ପରବର୍ତ୍ତୀ ପୋଷ୍ଟରେ ଆମେ କେନ୍ଦୁଝର ଜିଲ୍ଲାର ଆଉ କେତୋଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବିଷୟରେ ଆପଣଙ୍କୁ ଜଣାଇବୁ | ଅପଡେଟ ପାଇଁ ଆମ ପେଜ ସହ ଯୋଡି ହୋଇ ରହି ଥା’ନ୍ତୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format