Tourist places of Kendujhar district /Part-2


835
According to the scriptures of Tulsi Das, 4 mantras of success ...
According to the scriptures of Tulsi Das, 4 mantras of success ...

ବିଷୟ: ଭ୍ରମଣ କରି ଯା’ନ୍ତୁ କେନ୍ଦୁଝର ଜିଲ୍ଲାର ଏହି ସବୁ ପର୍ଯ୍ୟଟନ ସ୍ଥଳ |
ପୂର୍ବରୁ ଆମେ ଆପଣଙ୍କୁ କେନ୍ଦୁଝର ଜିଲ୍ଲାର ମା’ ତାରିଣୀ  ପୀଠ,ସାନଘାଗରା, ବଡ ଘାଗରା ଓ ଖଣ୍ଡାଧାର ବିଷୟରେ ଜଣାଇଛୁ | ଆଜି ପୁଣି ଆମେ ଆପଣଙ୍କୁ କେନ୍ଦୁଝର ଜିଲ୍ଲାର ନିମ୍ନ କେତୋଟି ଆକର୍ଷଣୀୟ ଭ୍ରମଣ ସ୍ଥଳ ବିଷୟରେ ଜଣାଇବାକୁ ଚାହିଁବୁ |
v-ଭୀମକୁଣ୍ଡ: କେନ୍ଦୁଝରର ଭୀମକୁଣ୍ଡ ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ମନୋହର ଚିତାକର୍ଷକ ପରିବେଶ ମଧ୍ୟରେ ଅବସ୍ଥିତ । ଶୋଭାମୟ ପୂଣ୍ୟତୋୟା ବୈତରଣୀ ନଦୀର ଦୁଇଟି ଭୀମକାନ୍ତ ଜଳପ୍ରପାତ ସାନକୁଣ୍ଡ ଏବଂ ବଡ଼କୁଣ୍ଡ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ନଦୀଶଯ୍ୟାରେ ଥିବା ଦୁଇ ପାହାଡ଼ ମଧ୍ୟ ସଙ୍କୀର୍ଣ୍ଣ ଫାଙ୍କରେ କ୍ଷୀପ୍ରଗତିରେ ଜଳସ୍ରୋତ ଭୂଲମ୍ଫ ପ୍ରଦାନକରି ଧୂସର ପରିବେଶ ସୃଷ୍ଟି କରିଥାଏ । ଏହି ଜଳ ପ୍ରପାତର ତୀବ୍ର ଭୀମଗର୍ଜନ ଏବଂ ଶୋଭାମୟଦୃଶ୍ୟ ପର୍ଯ୍ୟଟକଙ୍କ ହୃଦୟରେ ଯୁଗପତ ଭୀତ ଏବଂ ଆନନ୍ଦ ସଂଚାର କରିଥାଏ । ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି ଜଳପ୍ରପାତ ପବିତ୍ରସ୍ଥାନ ଭାବରେ ବିବେଚିତ ହୋଇଥାଏ । ଏଠାରେ ମକର ସଂକ୍ରାନ୍ତିରେ ସ୍ଥାନୀୟ ବାସିନ୍ଦା ପବିତ୍ର ବୁଡ଼ ପକାଇ ମେଳା ଓ ଶିବ ମନ୍ଦିର ପରିଦର୍ଶନ କରନ୍ତି । କିମ୍ବଦନ୍ତୀ କହେ, ବନବାସକାଳରେ ପାଣ୍ଡବମାନେ ଏଠାରେ କିଛିକାଳ ଅବସ୍ଥାନ କରିଥିଲେ । ଏହା ଏକ ସୁନ୍ଦର ବଣଭୋଜି ସ୍ଥଳ ।ଏଠାରୁ ହରିଚନ୍ଦନପୁର ରେଳଷ୍ଟେସନ-୩୭ କି:ମି , କେନ୍ଦୁଝର ରୋଡ ଷ୍ଟେସନ-୮୦ କି:ମି ଓ ଯାଜପୁର-କେନ୍ଦୁଝର ରେଳଷ୍ଟେସନ-୧୦୦ କି:ମି ଅଟେ।କେନ୍ଦୁଝର ଠାରୁ ପାଣିକୋଇଲି କୁ ସଂଯୋଗ କରୁଥିବା ସଡ଼କ ନଂ-୧୧ ମଧ୍ୟରେ ଥିବା ଢେଙ୍କିକୋଟ ଠାରୁ ଏହା ୨୦ କି:ମି ଦୂର ଅଟେ ।
vi-ସୀତାବିଞ୍ଜି ର ପ୍ରେସ୍ କୋ ପେଣ୍ଟିଙ୍ଗ ଓ ଶିଳାଲିପି ସୀତାବିଞ୍ଜିର ପ୍ରେସ୍ କୋ ପେଣ୍ଟିଙ୍ଗ ଓ ଶିଳାଲିପି ପ୍ରାକୃତିକ ସୌନ୍ଦର୍ଜ୍ୟ ପରିବେଷ୍ଟିତ ଦିଗନ୍ତ ବିସ୍ତାରି ପର୍ବତଶ୍ରେଣୀଘେରା ପବିତ୍ର ସୀତା ନଦୀ କୂଳରେ ଅବସ୍ଥିତ । ଏଠାରେ ମନ୍ଦିରପରି ଦୃଶ୍ୟମାନ ହେଉଥିବା ପ୍ରାୟ ୧୫୦ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପଥର ଦର୍ଶକଙ୍କର ମୁଖ୍ୟ ଆକର୍ଷଣ । ସ୍ମରଣାତୀତ କଳରୁ ଏହି ପୀଠରେ ଆରାଧ୍ୟ ଦେବୀ ମା’ ସୀତାଠାକୁରାଣୀ, ତାଙ୍କ ଦୁଇପୁତ୍ର ଲବ ଓ କୁଶ ମନ୍ଦିର ପରି ପ୍ରତୀୟମାନ ହେଉଥିବା ବିରାଟ ପଥର ଗୁମ୍ଫା ମଧ୍ୟରେ ପୂଜା ପାଉଛନ୍ତି । ଅଧା ଖୋଲା ଛତା ପରି ବିରାଟ ପଥର ଛାତରେ ପ୍ରାଚୀନ ପ୍ରେସ୍ କୋ ପେଣ୍ଟିଙ୍ଗ,ପୁରାଣ ପ୍ରସିଦ୍ଧ ରାମ-ରାବଣ ଯୁଦ୍ଧର ଦୃଶ୍ୟ ‘ରାବଣଛାୟା’ ଚିତ୍ର ଅଙ୍କିତ । ଏହା ନିକଟରୁ ଅନେକ ଶିଳାଲିପି ଆବିଷ୍କୃତ ହୋଇଛି । ବର୍ତ୍ତମାନ ସୁଦ୍ଧା ଐତିହାସିକମାନେ ଏଗୁଡ଼ିକର ସମ୍ପୂର୍ଣ ବ୍ୟାଖ୍ୟା କରିପାରି ନାହାନ୍ତି । ଏଠାରୁ ମିଳିଥିବା ପୋଡାଇଟା ଓ ପ୍ରାଚୀନକାଳର ବ୍ୟବହୃତ ଜିନିଷ ପତ୍ରରୁ ପ୍ରମାଣ ମିଳେ ଯେ, ଏଠାରେ ଏକଦା ସମୃଦ୍ଧ ମାନବ ସଭ୍ୟତା ଗଢିଉଠିଥିଲା । ଇତିହାସର ପ୍ରମାଣ ସ୍ଵରୂପ ଏଠାରେ ଥିବା ପ୍ରାଚୀନକାଳର , ଭାରତର ଗୁପ୍ତ ସାମ୍ରାଜ୍ୟର ସୁବର୍ଣ୍ଣଯୁଗ କଥା ସ୍ମରଣ କରାଇ ଦିଏ । ଏ.ଏସ.ଆଇ ଏହି ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ଦାୟୁତ୍ୱ ତୁଲାଉଛନ୍ତି । କେନ୍ଦୁଝର ସହର ଠାରୁ ଏହାର ଦୂରତା ମାତ୍ର ୨୫ କି:ମି ।ନିକଟତମ ରେଳଷ୍ଟେସନ- ହରିଚନ୍ଦନପୁର ରେଳଷ୍ଟେସନ ଏଠାରୁ ୧୭ କି:ମି , କେନ୍ଦୁଝରଗଡ ରେଲୱେ ଷ୍ଟେସନ-୫୦ କି:ମି ଓ ଯାଜପୁର- କେନ୍ଦୁଝର ରେଲୱେ ଷ୍ଟେସନ -୭୦ କି:ମି ଦୂର ଅଟେ |
vii-ଗୁଣ୍ଡିଚାଘାଗି ଜଳପ୍ରପାତ: ଗୁଣ୍ଡିଚାଘାଗି ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ରମଣୀୟ ପ୍ରକୃତି କୋଳରେ ଅବସ୍ଥିତ । ମୁସଳନଦୀରୁ ପର୍ଜ୍ୟାନୁକ୍ରମେ ୫୦ ଫୁଟ ତଳକୁ ପଡୁଥିବା ଛୋଟ ଛୋଟ ଜଳପ୍ରପାତର ସମାହାର ଗୁଣ୍ଡିଚାଘାଗି ଜଳପ୍ରପାତ । ଏହାର ଆକର୍ଷଣୀୟ ଗର୍ଜନ ଏବଂ ଜଳକଣାର ଧୂସର ପରିବେଶ ପର୍ଯ୍ୟଟକଙ୍କୁ ଅପାର ଆନନ୍ଦ ପ୍ରଦାନ କରେ । ଏହାର ରୂପଶୋଭା ଠିକ୍ ରଜତ ଫୁଲମାଳ ପରି । ଏହି ସୌନ୍ଦର୍ଜ୍ୟମୟ ବଣଭୋଜି କ୍ଷେତ୍ର ବାସ୍ତବରେ ପ୍ରକୃତି ପ୍ରେମୀଙ୍କ ପାଇଁ ସ୍ଵର୍ଗ ଏବଂ ଅବିସ୍ମରଣୀୟ ସ୍ମୃତି ସ୍ତବକ । ଏହି ଜଳପ୍ରପାତ ଘଟଗାଁ ଠାରୁ ମାତ୍ର ୧୨ କି:ମି ଦୂରରେ ଅବସ୍ଥିତ ।ଏଠାରୁ ହରିଚନ୍ଦନପୁର ରେଲୱେ ଷ୍ଟେସନ – ୧୭ କି:ମି ,କେନ୍ଦୁଝର ରେଳ ଷ୍ଟେସନ-୫୭ କି.ମି. ଓ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନ-୭୭ କି. ମି. ଦୂର ଅଟେ |
viii-ହାଣ୍ଡିଭଙ୍ଗା ଜଳପ୍ରପାତ: ହାଣ୍ଡିଭଙ୍ଗା ଜଳପ୍ରପାତ ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ଘଞ୍ଚ ଜଙ୍ଗଲ ଏବଂ ତରଙ୍ଗାଗୟିତ ପର୍ବତଶ୍ରେଣୀ କୋଳରେ ଅବସ୍ଥିତ । ସଂଲଗ୍ନ ଅଞ୍ଚଳ ବିପୁଳ ପରିବେଶ ଓ ସମୃଦ୍ଧ ଜୈବ ବିଭିନ୍ନତାରେ ପରିପୂର୍ଣ୍ଣ ହୋଇ ସଂରକ୍ଷିତ । ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ହାଣ୍ଡିଭଙ୍ଗା ଜଳପ୍ରପାତ, ଚିତ୍ତଉଲ୍ଲାସକ ମନୋହର ଭୂଭାଗର ଦୃଶ୍ୟ ଦର୍ଶକଙ୍କୁ ବିମୁଗ୍ଧ କରେ । ଏହି ସୌନ୍ଦର୍ଜ୍ୟମୟ କ୍ଷେତ୍ର ବଣଭୋଜି ଏବଂ ଅବସର ବିନୋଦନ ପାଇଁ ପ୍ରକୃଷ୍ଟ ସ୍ଥାନ । କେନ୍ଦୁଝର ସହର ଠାରୁ ଏହାର ଦୂରତା ମାତ୍ର ୪୫ କି:ମି ।ନିକଟତମ ରେଳ ଷ୍ଟେସନ ବଡ଼ବିଲ ରେଳ ଷ୍ଟେସନ ଏଠାରୁ ୩୫ କି:ମି ଦୂର ।
ix-ହଦଗଡ଼ ଜଳଭଣ୍ଡାର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ଡ଼ିଭିଜନ ଶାଳନ୍ଦୀ ନଦୀରେ ହଦଗଡ଼ ଜଳଭଣ୍ଡାର ନିର୍ମିତ । କୃଷିକ୍ଷେତ୍ରର ଜଳସେଚନ ପାଇଁ ଏହି ବିରାଟ ନଦୀବନ୍ଧର ସୃଷ୍ଟି । ସୌନ୍ଦର୍ଜ୍ୟମୟ ପ୍ରାକୃତିକ ପରିବେଶ ସହିତ ସୁଉଚ୍ଚ ପାହାଡ଼ଶ୍ରେଣୀ ଜଳଭଣ୍ଡାରର ସୌନ୍ଦର୍ଜ୍ୟକୁ ବହୁଗଣିତ କରି ପ୍ରକୃତିପ୍ରେମୀ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ବଣଭୋଜି ଏବଂ ଅବସରବିନୋଦନ ପାଇଁ ଏହି ରମଣୀୟ ସ୍ଥଳ ପ୍ରକୃଷ୍ଟ କ୍ଷେତ୍ର । ଜଳ ଭଣ୍ଡାରର ଚିତାକର୍ଷକ ପ୍ରାକୃତିକ ଦୃଶ୍ୟ ଏବଂ ଝରିଯାଉଥିବା ଗତିଶୀଳ ଜଳସ୍ରୋତ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଆନନ୍ଦପୁର ଠାରୁ ଏହାର ଦୂରତା ମାତ୍ର ୩୫ କି:ମି ।
x-ଗୋନାସିକା ମନ୍ଦିର: ଗୋନାସିକା ମନ୍ଦିର ମନୋରମ ସବୁଜ ଉପତ୍ୟକା ଏବଂ ନାନାବିଧ ରଙ୍ଗର ଉଚ୍ଚ ତରଙ୍ଗାୟିତ ପାହାଡ଼ ପରିବେଷ୍ଟିତ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର । ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଏହି ପ୍ରସିଦ୍ଧ ମନ୍ଦିର ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ । ଏଠାରେ ଚିରସ୍ରୋତା ବୈତରଣୀ ନଦୀ ଘାଇରେ ଦୁଇ ନାକପୁଡା ଦେଇ ଉଦଗମ । ଆଶ୍ଚର୍ଯ୍ୟର ବିଷୟ, ନଦୀଟି କିଛିଦୂର ବହିଆସି ହଠାତ୍ ଗୁପ୍ତହୋଇ ପୁଣି ବ୍ରହ୍ମାକୁଣ୍ଡରେ ଆବିଭୃତ ହୋଇଥିବାରୁ ଏହାର ନାମ ‘ଗୁପ୍ତଗଙ୍ଗା’ । ମହାଦେବ ବ୍ରହ୍ମେଶ୍ଵରଙ୍କୁ ଉତ୍ସର୍ଜିତ ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୬୫୪-୧୬୫୮ ମଧ୍ୟରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହି ରମଣୀୟ ସ୍ଥାନ ଦୁର୍ଲଭ ଉଦ୍ଭିଦ ଏବଂ ବନୀ ପଶୁପକ୍ଷୀଙ୍କ ଦ୍ଵାରା ପରିପୂର୍ଣ ଏବଂ ପ୍ରାଚୀନ ଜନଜାତି ଜୁଆଙ୍ଗରେ ଜୀବନଚର୍ଜ୍ୟା ଗବେଷଣାର ପ୍ରକୃଷ୍ଠ କ୍ଷେତ୍ର । କେନ୍ଦୁଝର ସହରଠାରୁ ଏହି ସ୍ଥାନର ଦୂରତା ମାତ୍ର ୩୦ କି:ମି ।


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format