ଆଜି ଆମେ ଘର ତଥା ଗୃହୋପକରଣ,ଆସବାବ ଆଦି ସଫା କରିବା ପାଇଁ ଆପଣଙ୍କୁ ଭିନେଗାରର
କେତେ ଗୋଟି ଚମତ୍କାରୀ ଗୁଣ ବିଷୟରେ ଜଣାଇବୁ | ଆମେ ଯେଉଁଠାରେ ବସବାସ କରୁ ସେଠାରେ ଅଳିଆ
ଆବର୍ଜନା ସଷ୍ଟି ହେବା ସ୍ବାଭାବିକ କଥା | ସେଥିପାଇଁ ଆମେ ଆମ ଗୃହକୁ ରହିବା ଉପଯୋଗୀ ରଖିବା
ପାଇଁ ନିତି ଝାଡୁ କରିଥାଉ | ଫିନାଇଲ, ଲାଇଜଲ, ଡେଟଲ ପରି ରାସାୟନିକ ପଦାର୍ଥକୁ ପାଣିରେ ମିଶାଇ
ଘରକୁ ପୋଛା ପୋଛି କରି ଧୂଳିମଳି,ଜୀବାଣୁ ମୁକ୍ତ କରିଥାଉ | କାରଣ ଆମ ବାସ ସ୍ଥାନ ପରିଷ୍କାର
ରହିଲେ ଆମେ ସୁସ୍ଥ ଓ ନିରୋଗ ଜୀବନଯାପନ କରି ପାରିବା ଓ ଆମ ମନ ମଧ୍ୟ ପ୍ରଫୁଲ୍ଲ ରହିବ | ଏହା ସହ
ଆମେ ଆମ ଘରର ଆସବାବ ପତ୍ରକୁ ମଧ୍ୟ ପରିଷ୍କାର ରଖିବା ଦରକାର | ଆପଣ ନିଜ ଘରେ ନାନା ପ୍ରକାର ଦାଗ
ଯେପରିକି ଚଟାଣରେ ଗ୍ୟାସ ସିଲିଣ୍ଡରର ଦାଗ, ଝରକାରେ ଜଙ୍କ ବା କାଚ ଜିନିଷରେ କୌଣସି ଦାଗ, କାଠ
ଆସବାବରେ କିଛି ପ୍ରକାର ଦାଗ ଆଦି ଦେଖିଥିବେ ଯାହାକୁ ସଫା କରିବା ପାଇଁ ଆପଣ ଭିର୍ଣ ଭିର୍ଣ
ପ୍ରକାର ପଦାର୍ଥକୁ ବ୍ୟବହାର କରୁଥିବେ | କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଏ ସମସ୍ତ ପ୍ରକାର ଦାଗକୁ
କେବଳ ଗୋଟିଏ ପଦାର୍ଥ ‘ଭିନେଗାର’ ବା ‘ସିରକା’ ଦ୍ବାରା ସଫା କରିହେବ | ବିଭିର୍ଣ ପ୍ରକାର ଦାଗ
ପାଇଁ ଆପଣଙ୍କୁ ବିଭିର୍ଣ ପ୍ରକାର ପଦାର୍ଥର ଆବଶ୍ୟକ ଆଉ ପଡିବ ନାହିଁ |ଆମେ ଆପଣଙ୍କୁ ଜଣାଇ
ଦେବାକୁ ଚାହୁଁ ଯେ,
‘ଭିନେଗାର’ରେ ଥିବା ‘ଏସିଟିକ ଏସିଡ’ ଏକ ପ୍ରକାର ‘ଡିସ୍ଇନଫେକଟାଣ୍ଟ’ ପରି କାମ
କରିଥାଏ | ଏହି ‘ଭିନେଗାର’କୁ ଆପଣ କିପରି ନିଜ ଘରର ଉପକରଣ ସଫା କରିବାରେ ବ୍ୟବହାର କରିବେ ସେ
ବିଷୟରେ ଆମେ ନିମ୍ନରେ ଜଣାଇଥିବା ଉପାୟ ସବୁ ମନେ ରଖନ୍ତୁ:-
• ଗୋଟେ କପ୍ ମାତ୍ରାର ‘ଭିନେଗାର’କୁ ଅଧ ବାଲତି ଉଷୁମ ପାଣିରେ ମିଶାଇ ସେହି
ପାଣିରେ କପଡା ବୁଡାଇ ଆପଣ ନିଜ ଘରର ଚଟାଣ, ଝରକାର କାଚ, ଜଙ୍କ, ପର୍ନିଚରକୁ ପୋଛନ୍ତୁ | ଦେଖିବେ
ଆପଣଙ୍କର ଏହି ସବୁ ଗୃହୋପକରଣ କିପରି ଚକ୍ ଚକ୍ କରିବ | ଶୀତ ଦିନରେ ଝରକା କାଚରେ ଲାଗିଥିବା
କାକର ବି ସଫା ହୋଇ ସ୍ବଚ୍ଛ ଦେଖାଯିବ ଓ ଆପଣଙ୍କ ଗୃହ ଜୀବାଣୁମୁକ୍ତ ମଧ୍ୟ ହେବ |
•ଆପଣ ନିଜ ଘରର କାଚ ବା ଧାତବ ବାସନରେ ଲାଗିଥିବା ତେଲ ଚିକିଟା ଦାଗ ବା ଅନ୍ୟ
କୌଣସି ପ୍ରକାର ଦାଗକୁ ମଧ୍ୟ ‘ଭିନେଗାର’କୁ ବ୍ୟବହାର କରି ଚମକାଇ ପାରିବେ |
•ଆପଣଙ୍କ ଘରର କୌଣସି ନାଳ ଯଦି ଜାମ ହୋଇଯାଇଛି ତେବେ ଆପଣ ‘ଭିନେଗାର’ ବ୍ୟବହାର
କରି ଏହି ଜାମ ନାଳକୁ ପରିସ୍କାର କରି ଖୋଲି ପାରିବେ|
• ଆପଣ ନିଜ ଘରର ମାଇକ୍ରୋଓ୍ବବ, ଓ୍ବାସିଙ୍ଗମେସିନ,ରେଫ୍ରିଜେରେଟର,ଆଲମାରି,
ଗ୍ୟାସଚୁଲା, ଘରର ପରଦା,ଚଟାଣରେ ପକାଉଥିବା ମ୍ୟାଟ,ପା’ପୋଛକୁ ମଧ୍ୟ ଡାଇଲୁଟ ସିରକା ଦ୍ବାରା ସଫା
କରି ପାରିବେ |
ଏହି ପରି ଆପଣ ‘ଭିନେଗାର’ ବା ‘ସିରକା’କୁ ବ୍ୟବହାର କରି କୌଣସି ବି ଜିନିଷକୁ
ଅତି ସହଜ ଓ ସରଳ ଉପାୟରେ ସ୍ବଚ୍ଛ, ସଫା ଓ ପରିଷ୍କାର କରି ଚକ୍ ଚକ୍ କରି ପାରିବେ| କିନ୍ତୁ ମନେ
ରଖିବେ ଯେ କେବେହେଲେ ଏହାକୁ ସାବୁନ ସହ ମିଶାଇ ସଫା କରିବା କାର୍ଯ୍ୟରେ ବ୍ୟବହାର କରିବେ ନାହିଁ|
କାରଣ ‘ଭିନେଗାର’ ବା ‘ସିରକା’ ଏକ ଅମ୍ଳୀୟ ପଦାର୍ଥ ଓ ସାବୁନ ଏକ ପ୍ରକାର ବ୍ଲିଚିଂ ବା କ୍ଷାରୀୟ
ପଦାର୍ଥ| ଏ ଦୁଇଟିକୁ ମିଶ୍ରଣ କରିବା ଦ୍ବାରା ବିଷାକ୍ତ କ୍ଲୋରିନ ବାଷ୍ପ ସୃଷ୍ଟି ହେବ ଯାହା
କୌଣସି ପ୍ରକାର ସଫା କାର୍ଯ୍ୟ କରିବା ପାଇଁ ଅନୁପଯୋଗୀ |
ଆଶା କରୁଛୁ ଆମେ ଆପଣଙ୍କୁ ଏଠାରେ ଜଣାଇଥିବା ‘ଭିନେଗାର’ କୁ ସଫା କାର୍ଯ୍ୟ ପାଇଁ
ବ୍ୟବହାର କରିବାର ଉପାୟ ଗୁଡିକ ଆପଣଙ୍କ ପାଇଁ ନିଶ୍ଚୟ ଉପଯୋଗୀ ହୋଇ ପାରିବ |
ଭିନେଗାର ବ୍ୟବହାର କରି ନିଜ ଘର ଓ ଜିନିଷପତ୍ରକୁ ସଫା ଓ ଚକଚକ କରନ୍ତୁ

Use your vinegar to clean and shine your home and belongings
0 Comments