ଆଉ ମାତ୍ର କିଛି ଦିନ ପରେ ସାଧାରଣ ନିର୍ବାଚନ | ସାଧାରଣ ନିର୍ବାଚନ ପାଇଁ
ନିର୍ବାଚନ କମିସନ ମଧ୍ୟ ଭାରତର ୨୯ଟି ରାଜ୍ୟ ପାଇଁ ତାରିଖ ଘୋଷଣା କରି ସାରିଲେଣି |ଆପଣ ତ
ଜାଣନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳ ସରକାର ଗଠନ ପାଇଁ ନିଜ ନିଜର ଗୋଟି ଚାଳନାରେ ବ୍ୟସ୍ତ |
ଏବେ ରାଜ୍ୟ ତଥା ଦେଶରେ ଚାରିଆଡେ ନିର୍ବାଚନର ତାତି | ତେବେ ସେ ଯାହା ହେଉ ନା କାହିଁକି
ନିର୍ବାଚନକୁ ନେଇ ଅଧିକାଂଶ ସାଧାରଣ ଜନତାଙ୍କର ଏକ ସାଧାରଣ ସମସ୍ୟା ହେଲା ଯେ ସେମାନେ ଇଚ୍ଛା ଥାଇ
ମଧ୍ୟ ବିଭିନ୍ନ ସମସ୍ୟା ହେତୁ ମତଦାନ କରିବାରୁ ବଞ୍ଚିତ ହେଉଛନ୍ତି। ଏଥି ମଧ୍ୟରୁ ଗମନାଗମନ
ଅନ୍ୟତମ ସମସ୍ୟା। ଅନେକ ମତଦାତାଙ୍କ ଭୋଟର ଆଇକାର୍ଡ ଯେଉଁ ନିର୍ବାଚନ ମଣ୍ଡଳୀର ସେମାନେ ସେଠାରେ
ରହନ୍ତି ନାହିଁ। ଦୂରରେ ରହୁଥିବା ହେତୁ ଅନେକ ମତଦାତା ଭୋଟ ଦେବାକୁ ବଞ୍ଚିତ ହୁଅନ୍ତି। ତେବେ ଆମେ
ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ ଏବେ ଆଉ ସେ ସମସ୍ୟା ରହିବ ନାହିଁ। ଆପଣ ନିମ୍ନରେ ଦିଆଯାଇଥିବା
ପ୍ରକ୍ରିୟା ଦ୍ୱାରା ନିଜ ଭୋଟର ଆଇକାର୍ଡର ଠିକଣା ବଦଳାଇ ଭୋଟ ଦେଇପାରିବେ।
୧-ପ୍ରଥମେ www.nvsp.in ଟାଇପ୍ କରି ମତଦାତାଙ୍କ ସେବା ସକାଶେ
ଉଦ୍ଦିଷ୍ଟ ପୋର୍ଟାଲକୁ ଭିଜିଟେ କରନ୍ତୁ।
୨-ସେଠାକୁ ଯାଇ ଫର୍ମ-୬କୁ ଚୟନ କରନ୍ତୁ। ସେଠ|ରେ ଆପଣଙ୍କୁ ୨ଟି ବିକଳ୍ପ ଦିଶିବ।
ସେଥି ମଧ୍ୟରୁ ଆପଣ ନିଜ ଇଚ୍ଛା ମୁତାବକ ବିକଳ୍ପଟିକୁ ଚୟନ କରନ୍ତୁ।
୩- ଏହାପରେ ଆପଣ ବାଧ୍ୟତାମୂଳକ ତଥ୍ୟ ଯେପରିକି; ନିଜର ନାମ, ଠିକଣା, ଫୋନ
ନମ୍ବର, ଜନ୍ମ ତାରିଖ ଆଦି ଯଥା ସ୍ଥାନରେ ପୂରଣ କରନ୍ତୁ ।
୪-ସେଠାରେ ଆପଣଙ୍କୁ ନିଜର ଏକ ପାସ୍ପୋର୍ଟ ସାଇଜ୍ ଫଟୋ ଏବଂ ଠିକଣା
ପ୍ରମାଣପତ୍ର ମଧ୍ୟ ଅପଲୋଡ୍ କରିବାକୁ ପଡିବ।
୫-ଯଦି ଆପଣ ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀକୁ ବଦଳାଇବାକୁ ଚାହାଁନ୍ତି ତେବେ
ଆପଣଙ୍କୁ ତାହା ଘୋଷଣା କରିବାକୁ ହେବ। ମନେ ରଖନ୍ତୁ, ଆପଣ ଏକକାଳୀନ ୨ଟି ନିର୍ବାଚନ ମଣ୍ଡଳୀରୁ
ଭୋଟର ଆଇକାର୍ଡ ଧାରଣ କଲେ ଆଇନ୍ ଦ୍ୱାରା ଦଣ୍ଡିତ ହେବେ।
୬-ଆପଣ ଏ ସବୁ ସୋପାନ ଅତିକ୍ରମ କରିବା ପରେ ଆପଣଙ୍କୁ ଏକ ରେଫରେନ୍ସ ନମ୍ବର
ପ୍ରଦାନ କରାଯିବ। ଫଳରେ ଆପଣଙ୍କ ଅନୁରୋଧ କ୍ରମେ ଆପଣଙ୍କ ନିର୍ବାଚନ ମଣ୍ଡଳୀ ବଦଳି ଯାଇଛି କି
ନାହିଁ ତାହା ଆପଣ ସେହି ନମ୍ବର ଜରିଆରେ ତଦାରଖ କରିପାରିବେ।
ତେବେ ଏବେ ଆଉ ଚିନ୍ତା କାହିଁକି ? ଡେରି ନକରି ଉପରୋକ୍ତ ଉପାୟରେ ନିଜର ମତଦାନ
କରନ୍ତୁ ଓ ଆମର ଏହି ପୋଷ୍ଟକୁ ସେଆର କରି ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ |
ଏହି ଉପାୟରେ ଆପଣ ଯେଉଁଠାରେ ରହୁଛନ୍ତି ସେଠାରୁ ଭୋଟ ଦିଅନ୍ତୁ !

Vote this way from where you live
0 Comments