ନାରୀ ହେଉଛି ଇଶ୍ବରଙ୍କର ସୁନ୍ଦରତ୍ତମ ସୃଷ୍ଟି | ପରିବାର ଠାରୁ ଆରମ୍ଭ କରି
ସମଗ୍ର ବିଶ୍ବର ବିରାଶ, ଉନ୍ନତି ଓ ପ୍ରଗତି ମୁଖ୍ୟତଃ ନାରୀର ଶିକ୍ଷା, ସଂସ୍କାର, ବିଚାର, ଚରିତ୍ର
ଆଦି ଉପରେ ନିର୍ଭର କରିଥାଏ | ବଡ ଲୋକ ମାନେ ତ ପ୍ରତ୍ୟେକ ନାରୀଙ୍କୁ ଲକ୍ଷ୍ମୀ ବୋଲି କହି
ଥା’ନ୍ତି | ଆମ ସମାଜରେ ଆଜି ବି ପୁଅ ଝିଅଙ୍କ ମଧ୍ୟରେ କିଛି ମାତ୍ରାରେ ପକ୍ଷପାତ କରାଯିବାର
ପରିଲକ୍ଷିତ ହେଉଥିଲେ ମଧ୍ୟ ଓ ଆମ ସମାଜର କିଛି ଲୋକଙ୍କ ମଧ୍ୟରେ ପୁତ୍ର ସନ୍ତାନ ପ୍ରତି ଅଧିକ
ମାତ୍ରାରେ ଆଶକ୍ତି ପରିଲକ୍ଷିତ ହେଉଥିଲେ ମଧ୍ୟ ତଥାପି ,କନ୍ୟା ଶୂନ୍ୟ ଘର ଘର ପରି ଲାଗେ ନାହିଁ |
ବରଂ କନ୍ୟାଶୂନ୍ୟ ଘର ଶ୍ରୀହୀନ ମନେ ହୁଏ | ସମାଜରେ ପୁତ୍ର ଓ କନ୍ୟା ମଧ୍ୟରେ ପକ୍ଷପାତର ହୀନ
ଭାବନା ଆଜି ପର୍ଯ୍ୟନ୍ତି କିଛି ମାତ୍ରାରେ ଦେଖାଯାଉ ଥିଲେ ମଧ୍ୟ ନାରୀ ଯୁଗ ଯୁଗରୁ ପୂଜ୍ୟା
|
ସାଧାରଣତଃ ସବୁ ବିବାହଯୋଗ୍ୟ ପୁଅ ଚାହାଁନ୍ତି ରୂପବତୀ ଗୁଣବତୀ ଝିଅଟିଏକୁ
ପତ୍ନୀ ଭାବେ ପାଇବା ପାଇଁ | କାରଣ ସୁଗୁଣ ସମ୍ପର୍ଣା ଝିଅଟିଏ ହିଁ କେବଳ ଉଭୟ ନିଜ ପିତା ଓ
ପତିଙ୍କର କୁଳ ଉଜ୍ବଳ କରି ପାରି ଥାଏ | ଜଣେ ସୁଗୁଣସମ୍ପର୍ଣା, ଉଚ୍ଚ ଶିକ୍ଷିତା ଓ ସଂସ୍କାରୀ ଝିଅ
ଏକ ଧାରରେ ଜଣେ ଭଲ କନ୍ୟା, ଭଗିନୀ, ବାନ୍ଧବୀ, ପତ୍ନୀ ତଥା ଜନନୀ ହୋଇପାରି ଥାଏ | ନାରୀର ବାହ୍ୟ
ସୌନ୍ଦର୍ଯ୍ୟକୁ ଦେଖି ହୁଏ କିନ୍ତୁ ନାରୀର ଗୁଣ, ଚିନ୍ତାଧାରା ଆଦିକୁ ଦେଖି ହୁଏ ନାହିଁ |
ସୁଶିକ୍ଷା, ସଂସ୍କାର, ସୁଗୁଣ ଆଦି ନାରୀର ଅର୍ନ୍ତସୌନ୍ଦର୍ଯ୍ୟ ଅଟେ ଯାହା ନାରୀର କାର୍ଯ୍ୟକଳାପ,
ଆଚାର ଓ ବିଚାରରେ ପରିପ୍ରକାଶିତ ହୋଇ ଥାଏ | ସୁଶିକ୍ଷା, ସଂସ୍କାର, ସୁଗୁଣସମ୍ପର୍ଣା ନାରୀ
ହୋଇଥା’ନ୍ତି ଭାଗ୍ୟଶାଳୀ, ସୁଲକ୍ଷଣୀ ଓ ଲକ୍ଷ୍ମୀସ୍ବରୂପା |
ଆଜି ଆମେ ଆପଣଙ୍କୁ ବିଦ୍ବାନ ମାନେ ଶାସ୍ତ୍ର ପୁରାଣରେ ବର୍ଣନା କରିଥିବା ନାରୀର
ସୁଲକ୍ଷଣ ବିଷୟରେ ଆପଣଙ୍କୁ ସମ୍ୟକ ଧାରଣା ଦେବାକୁ ଚାହିଁବୁ | ଆସନ୍ତୁ ଜାଣିବା କେଉଁ ସବୁ
ଲକ୍ଷଣଥିବା ନାରୀମାନେ ହୋଇଥା’ନ୍ତି ଭାଗ୍ୟଶାଳୀ, ସୁଲକ୍ଷଣୀ ଓ ଲକ୍ଷ୍ମୀସ୍ବରୂପା |
ପ୍ରତି ମହିଳାଙ୍କର ଶାରୀରିକ ଲକ୍ଷଣ ଭିନ୍ନ ଭିର୍ଣ ହୋଇଥାଏ ଓ ତାଙ୍କର ଗୁଣ ମଧ୍ୟ
ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଆପଣ ଝିଅମାନଙ୍କର କିଛି ଶାରୀରିକ ଲକ୍ଷଣକୁ ଚିହ୍ନି ସେମାନେ
ଭାଗ୍ୟଶାଳୀ ଓ ସୁଲକ୍ଷଣୀ କି ନୁହେଁ ଜାଣି ପାରିବେ । ଚାଲନ୍ତୁ ଆମେ ଆପଣଙ୍କୁ ଆଜି ଝିଅମାନଙ୍କର
କିଛି ଶାରୀରିକ ଚିହ୍ନ କହିବୁ, ଯାହା ଦ୍ୱାରା ଆପଣ ସହଜରେ ଅନୁମାନ ଲଗେଇ ପାରିବେ ଯେ ସେ ଆପଣଙ୍କର
ଓ ଆପଣଙ୍କର ପରିବାର ଲୋକଙ୍କ ପାଇଁ କେତେ ଭାଗ୍ୟଶାଳୀ ଅଟନ୍ତି !
୧-ଲାଲ୍ ଜିଭ ଥିବା ଝିଅ:
ଯେଉଁ ଝିଅମାନଙ୍କର ଜିଭ ଲାଲ୍ ଓ କୋମଳ ହୋଇଥାଏ, ସେଇଭଳି ମହିଳାଙ୍କୁ ତାଙ୍କ
ଜୀବନରେ ସମସ୍ତ ପ୍ରକାର ସୁଖର ପ୍ରାପ୍ତି ହୋଇ ଥାଏ । ତାଙ୍କର ଭାଗ୍ୟ କେବଳ ସୁଖରେ ସୀମିତ ହୋଇ
ରହି ନଥାଏ ବରଂ ତାଙ୍କ କାରଣରୁ ତାଙ୍କ ପରିବାର ଲୋକ ମଧ୍ୟ ସମସ୍ତ ପ୍ରକାର ସୁଖର ଭରପୁର ଆନନ୍ଦ
ଉଠାଇ ଥା’ନ୍ତି ।
୨- ପାଦ ତଳେ ପାଦ ତଳେ ପଦ୍ମ, ଚକ୍ର ଓ ଶଙ୍ଖର ଚିହ୍ନ ଥିବା ଝିଅ:
ପ୍ରାୟ ସମସ୍ତ ଝିଅଙ୍କ ପାଦ ତଳ ସାଧାରଣତ କୋମଳ ହୋଇ ଥାଏ| କିନ୍ତୁ କିଛି
ଝିଅଙ୍କର ପାଦ ତଳେ ପଦ୍ମ, ଚକ୍ର ଓ ଶଙ୍ଖର ଚିହ୍ନ ରହିଥାଏ । ସେଭଳି ଝିଅଙ୍କୁ ବହୁତ ଭାଗ୍ୟଶାଳୀ ଓ
ସୁଲକ୍ଷଣୀ ବୋଲି ବିବେଚନା କରାଯାଏ । ପାଦ ତଳେ ଏହି ସବୁ ଚିହ୍ନ ଥିବା ମହିଳା ଓ ତାଙ୍କର ସ୍ୱାମୀ
ଉଚ୍ଚ ଅଧିକାରୀ ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥା’ନ୍ତି କିମ୍ବା ବଡ଼ ବ୍ୟବସାୟୀ କିମ୍ବା ବଡ଼ ରାଜନେତା
ହୋଇଥା’ନ୍ତି ।
୩-ଲମ୍ବା ବାହୁ ସମ୍ପର୍ଣ ଝିଅ:
ଯେଉଁ ମହିଳାମାନଙ୍କର ଭୁଜା ମାନେ ବାହୁ ଲମ୍ବା ଓ ସିଧା ହୋଇଥାଏ ତାହା ତାଙ୍କ
ପାଇଁ ବହୁତ ଶୁଭ ବୋଲି ମାନ୍ୟତା ରହିଛି । ଏପରି ମହିଳାମାନଙ୍କୁ ତାଙ୍କ ସ୍ୱାମୀଙ୍କର ପ୍ରେମ
ଭରପୁର ମିଳିଥାଏ ।କୁହାଯାଏ ମୋଟା ବାହୁ ସମ୍ପର୍ଣ୍ଣ ମହିଳାମାନଙ୍କୁ ବହୁତ ସମସ୍ୟାର ସାମ୍ନା
କରିବାକୁ ପଡିଥାଏ ।
୪-ଗଭୀର ନାଭି ସମ୍ପର୍ଣ ଝିଅ:
ଯେଉଁ ମହିଳାମାନଙ୍କର ନାଭି ଗଭୀର ଓ ବଡ଼ ହୋଇଥାଏ, ସେହିପରି ମହିଳାମାନେ ପରିବାର
ପାଇଁ ଭାଗ୍ୟବତୀ ହୋଇଥା’ନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀର ନାଭି ବଡ଼, ଗଭୀର
ଓ ଡାହାଣ ଆଡକୁ ମୋଡି ରହିଥାଏ, ସେହିପରି ମହିଳାମାନେ ଅତ୍ୟନ୍ତ ଧନଶାଳୀ, ସୁଖ ଓ ସନ୍ତାନ ସମ୍ପନ୍ନ
ହୋଇଥା’ନ୍ତି ।
୫-ଗୋଲାକାର ଗୋଇଠି ଥିବା ଝିଅ: ଯେଉଁ ମହିଳାମାନଙ୍କର ପାଦର ଗୋଇଠି ଗୋଲାକାର ଓ
କୋମଳ ହୋଇଥାଏ, ସେମାନେ ସାରା ଜୀବନ ସୁଖ ସୁବିଧା ପ୍ରାପ୍ତ ହୋଇ ଥାଏ ଓ ତାଙ୍କ ଘରେ ପରିବାରରେ
ମଧ୍ୟ ସୁଖ ଶାନ୍ତି ରହିଥାଏ।
୬-ପାଦର ଆଙ୍ଗୁଳି ସାମାନ୍ୟ ଉଠି ରହିଥିବା ଝିଅ: ବିଶ୍ବାସ ରହିଛି ଯେ, ଯେଉଁ
ମହିଳାମାନଙ୍କର ପାଦର ଆଙ୍ଗୁଠି ସାମାନ୍ୟ ଉଠାଳିଆ ଓ ଗୋଲ ସେହିପରି ଝିଅମାନେ ପରିବାର ପାଇଁ
ଭାଗ୍ୟଶାଳୀ ସାବସ୍ତ୍ୟ ହୋଇଥା’ନ୍ତି । କହିବାକୁ ଗଲେ ଏପରି ମହିଳାମାନେ ସବୁବେଳେ ସ୍ୱାମୀ ଓ
ପରିବାର ପ୍ରତି ସମ୍ପୂର୍ଣ ସମର୍ପିତ ହୋଇଥା’ନ୍ତି ।
୭-ପାଦ ତଳେ ତ୍ରିକୋଣ ଚିହ୍ନ ଥିବା ଝିଅ: ଯେଉଁ ମହିଳା ମାନଙ୍କର ଗୋଇଠି
ସର୍ପକାର ଆଉ ପାଦ ତଳେ ତ୍ରିକୋଣର ଚିହ୍ନ ରହିଥାଏ, ଏମିତି ମହିଳା ବି ବହୁତ ଭାଗ୍ୟବାନ ହୋଇ
ଥା’ନ୍ତି । ତ୍ରିକୋଣର ଚିହ୍ନ ଚତୁରତାର ସୂଚକ ହୋଇ ଥାଏ ଓ ଏପରି ଝିଅ ନିଜର ବୁଦ୍ଧି ଆଉ
ବୁଝିବାଶକ୍ତି ଦ୍ୱାରା ନିଜର ଘର ପରିବାରକୁ ଖୁସିରେ ରଖି ଥା’ନ୍ତି ।
୮-ପାଦ ତଳ ସମତଳ ଥିବା ଝିଅ: କୁହାଯାଏ ଯେ, ଯେଉଁ ଝିଅ ବା ମହିଳାମାନଙ୍କର ପାଦ
ତଳ ସମତଳ ହୋଇଥାଏ, ସେହି ଭଳି ଝିଅ ବା ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥା’ନ୍ତି । ଏହା ଛଡା
ପାଦ ତଳ ସମତଳ ଥିବା ଝିଅ ବା ମହିଳାମାନେ ନିର୍ମଳ ହୃଦୟ ଓ ଖୋଲା ବିଚାରଧାରାସମ୍ପର୍ଣ୍ଣ
ହୋଇଥା’ନ୍ତି । ସେମାନେ ଜୀବନରେ ଯାହା ବି ଭାବନ୍ତି, ତାହା କାର୍ଯ୍ୟରେ କରି ଦେଖାନ୍ତି ।
୯-ହରିଣ ପରି ବଡ ଆଖି ଥିବା ଝିଅ: କୁହାଯାଏ ଯେ, ଯେଉଁ ଝିଅମାନଙ୍କର ଆଖି ହରିଣ
ପରି ସୁନ୍ଦର ଓ ବଡ ସେହି ମହିଳାଙ୍କ ସ୍ୱଭାବ ବହୁତ ଚଞ୍ଚଳ ହୋଇଥାଏ । ସେ ନିଜର ଆଖପାଖରେ ସର୍ବଦା
ଖୁସି ଭରା ବାତାବରଣ ରଖିଥା’ନ୍ତି ଓ ନିଜ ସ୍ଵାମୀ ଓ ପରିବାରକୁ ସର୍ବଦା ସୁଖରେ ରଖିବା ପାଇଁ ଅହରହ
ଚେଷ୍ଟା କରିଥା’ନ୍ତି ।
୧୦-ନାକର ଅଗ୍ର ଭାଗରେ କଳାଜାଇ ଥିବା ଝିଅ: ବହୁତ କମ୍ ଝିଅ ଏମିତି ଅଛନ୍ତି
ଯେଉଁମାନଙ୍କର ନାକର ଅଗ୍ର ଭାଗରେ କଳାଜାଇ ଥାଏ | ସେହି ଝିଅମାନେ ବହୁତ ଭାଗ୍ୟବାନ ହୋଇଥା’ନ୍ତି ।
ଯେଉଁ ଝିଅ ଓ ମହିଳାମାନଙ୍କର ନାକର ଅଗ୍ର ଭାଗରେ କଳାଜାଇ ରହିଛି, ସେମାନେ ସବୁ ସୁଖକୁ ପ୍ରାପ୍ତ
କରିପାରନ୍ତି । ଏହି କଳାଜାଇର ଚିହ୍ନ ଧନ ସମ୍ପଦ ସୁଖ ଶାନ୍ତି ପରିପୂର୍ଣ ଜୀବନର ଚିହ୍ନ ବୋଲି
ମାନ୍ୟତା ରହିଛି ।
ପରବର୍ତ୍ତୀ ଅପଡେଟ୍ ପାଇଁ ଆମ ପୋର୍ଟାଲ ସମ୍ପର୍କରେ ରହିବାକୁ ଅନୁରୋଧ
|
ଏପରି ଲକ୍ଷଣ ଥିବା ମହିଳା ହୋଇ ଥା’ନ୍ତି ଭାଗ୍ୟଶାଳୀ ସୁଲକ୍ଷଣୀ ଓ ଲକ୍ଷ୍ମୀ ସ୍ୱରୂପା

According to the scriptures of Tulsi Das, 4 mantras of success ...
0 Comments